ଖୁବଶୀଘ୍ର ବିବାହ କରିବେ ସାଉଥ ଅଭିନେତ୍ରୀ କୀର୍ତ୍ତି ସୁରେଶ

ଅର୍ଗସ ବ୍ୟୁରୋ: ଏବେ ସାଉଥ ଇଣ୍ଡଷ୍ଟ୍ରିରେ ଚାଲିଛି ବିବାହ ସିଜନ। ଗତ ଦୁଇ ଦିନ ହେଲା ନାଗା ଚୈତନ୍ୟ ଏବଂ ଶୋଭିତା ଧୂଲିପାଲାଙ୍କ ବିବାହ ଖୁବ ଧୁମଧାମରେ ହୋଇଥିଲା। ଏହି ଚର୍ଚ୍ଚା ଥମି ନ ଥିବାବେଳେ ଏବେ ସାଉଥର ଜଣେ ହିଟ ଅଭିନେତ୍ରୀ ଚର୍ଚ୍ଚାରେ ଅଛନ୍ତି। ସେ ଆଉ କେହି ନୁହେଁ ଦର୍ଶକବନ୍ଧୁ। ସେ ହେଉଛନ୍ତି ସାଉଥ ଇଣ୍ଡଷ୍ଟ୍ରିର ଚୁଲବୁଲି ଏବଂ ଭେରି ଟ୍ୟାଲେଣ୍ଟେଡ actress କିର୍ତ୍ତୀ ସୁରେଶ। ସେ ତାଙ୍କର ବହୁଦିନର ପ୍ରେମିକ ଆଣ୍ଟୋନି ଥାଟିଲଙ୍କୁ ବିବାହ କରିବାକୁ ଯାଉଛନ୍ତି । ନିକଟରେ ଇନଷ୍ଟାଗ୍ରାମରେ ସେ ତାଙ୍କ ସମ୍ପର୍କକୁ ଅଫିସିଆଲ ଘୋଷଣା କରିଥିଲେ ।
ଅଭିନେତ୍ରୀ କହିଥିଲେ, ସେ ଆଣ୍ଟୋନିଙ୍କ ସହ ଦୀର୍ଘ ୧୫ ବର୍ଷ ଧରି ଅଛନ୍ତି। ଏହାର କିଛି ଦିନ ପରେ କିର୍ତ୍ତୀ ସୁରେଶ ତିରୁପତି ମନ୍ଦିରକୁ ଦର୍ଶନ ପାଇଁ ଯାଉଥିବାର ନଜର ଆସିଥିଲେ। ତେବେ ବର୍ତ୍ତମାନ ତାଙ୍କ ବିବାହ କାର୍ଡ ଭାଇରାଲ ହେଉଛି । ଏହି କାର୍ଡ ଅନୁଯାୟୀ କିର୍ତ୍ତୀ ଏବଂ ଆଣ୍ଟୋନିଙ୍କ ବିବାହ ଡିସେମ୍ବର ୧୨ରେ ହେବ। ଗୋଆରେ ଏକ ଡେଷ୍ଟିନେଶନ ଓ୍ବେଡିଂ କରିବେ । ଏ ନେଇ ବିବାହ ପ୍ରସ୍ତୁତି ଆରମ୍ଭ ହୋଇ ସାରିଛି। ଦମ୍ପତିଙ୍କ ବିବାହରେ କେବଳ ଘନିଷ୍ଠ ପରିବାର ସଦସ୍ୟ ଯୋଗଦେବେ। ଏହି କାର୍ଡରେ କିର୍ତ୍ତୀଙ୍କ ବାପା ମା’ ଜି ସୁରେଶ କୁମାର ଏବଂ ମେନକା ସୁରେଶଙ୍କ ନାଁ ଲେଖାଯାଇଛି। ତେବେ ନଭେମ୍ବର ୨୭ରେ କିର୍ତ୍ତୀ ସୁରେଶ ଆଣ୍ଟୋନି ଥାଟିଲଙ୍କ ସହ ତାଙ୍କର ପ୍ରଥମ ଫଟୋ ସେୟାର କରିଥିଲେ । ଏଥିରେ ଦୁହେଁ ଦୀପାବଳି ପାଳନ କରୁଥିବା ଦେଖିବାକୁ ମିଳିଥିଲା ।
ତେବେ ଆପଣଙ୍କ ମନକୁ ଆସୁଥିବ କିର୍ତ୍ତୀ ସୁରେଶଙ୍କ ଭାବି ସ୍ୱାମୀ ଆଣ୍ଟୋନି ଥାଟିଲ କିଏ? ସେ ଜଣେ ଦୁବାଇର କୋଟିପତି ବ୍ୟବସାୟୀ । ତାଙ୍କର ରିସର୍ଟ ଚେନ୍ ରହିଛି । ଏହାବ୍ୟତୀତ କୋଚିରେ ତାଙ୍କର ଏକ ରିଟେଲ ଏବଂ କର୍ଟେନର ବ୍ୟବସାୟ ରହିଛି । ସେ ବର୍ତ୍ତମାନ ତାଙ୍କ ଫ୍ୟାମିଲି ବିଜନେସ୍ ଆଗକୁ ନେଉଛନ୍ତି।
ତେବେ କିର୍ତ୍ତୀ ସୁରେଶଙ୍କ କ୍ୟାରିୟର ବିଷୟରେ କହିବାକୁ ଗଲେ ସେ ଏବେ ପ୍ରଥମ କରି ବଲିଉଡ ଡେବ୍ୟୁ କରିବାକୁ ଯାଉଛନ୍ତି । ଅଭିନେତ୍ରୀ ବରୁଣ ଧାୱନଙ୍କ ସହ ଫିଲ୍ମ ‘ବେବି ଜନ୍’ରେ ଲିଡ୍ ରୋଲରେ ନଜର ଆସିବେ। ଏହି ଫିଲ୍ମଟି ୨୫ ଡିସେମ୍ବରରେ ମୁକ୍ତିଲାଭ କରିବ। କୀର୍ତ୍ତି ସୁରେଶଙ୍କ ଓ୍ବେଡିଂ କାର୍ଡ ଭାଇରାଲ ହେବାରୁ ଫ୍ୟାନ୍ସ ମାନେ ତାଙ୍କୁ ଆଗୁଆ ଶୁଭେଚ୍ଛା ଜଣାଇଛନ୍ତି। ତେବେ ଖବରଟି କେତେଦୂର ସତ ତାହା ଡିସେମ୍ବର ୧୨ ତାରିଖରେ ଜଣାପଡ଼ିବ। ଏହା ତାଙ୍କର ଅପକମିଂ ମୁଭି ନା ସତରେ କୀର୍ତ୍ତିଙ୍କ ହାତରେ ମେହେନ୍ଦି ଏବଂ ମଥାରେ ସିନ୍ଦୂର ଲାଗିବାକୁ ଯାଉଛି।
📱 Get Argus News App
✨ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର