Videos
|
Entertainment

ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜ୍ଜୁନଙ୍କ ପୁଷ୍ପା-୨ର ଟିଜର ରିଲିଜ

Ritu Das
Browse all articles by Ritu Das
·2 years ago·1 min read
ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜ୍ଜୁନଙ୍କ ପୁଷ୍ପା-୨ର ଟିଜର ରିଲିଜ

ଅର୍ଗସ ବ୍ୟୁରୋ: ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଫ୍ୟାନ ଫଲୋଇଙ୍ଗ କଥା କହିଲେ ନ ସରେ। ଏପ୍ରିଲ ୮ ତାରିଖରେ ଅଲ୍ଲୁ ନିଜର ୪୨ତମ ଜନ୍ମଦିନ ପାଳନ କରିଛନ୍ତି। ସେଥିପାଇଁ ଅଲ୍ଲୁଙ୍କ ପତ୍ନୀ ସ୍ନେହା ରେଡ୍ଡି ତାଙ୍କ ପାଇଁ ସ୍ପେଶାଲ ପାର୍ଟି ରଖିଛନ୍ତି। ଗତକାଲି ମଧ୍ୟରାତ୍ରିରେ ଅଲ୍ଲୁ ଫ୍ୟାନମାନଙ୍କ ସହ ବାର୍ଥଡେ ସେଲିବ୍ରେଶନ କରିଛନ୍ତି। ସ୍ନେହା ଇନଷ୍ଟା ଷ୍ଟୋରୀରେ ଏହି ସେଲିବ୍ରେଶନର ଫଟୋ ରଖିଛନ୍ତି। ଫ୍ୟାମିଲି ମେମ୍ବର୍ସ ଏବଂ କ୍ଲୋଜ ଫ୍ରେଣ୍ଡ୍ସ ମାନେ ଏହି ସେଲିବ୍ରେଶନରେ ଯୋଗ ଦେଇ ଅଲ୍ଲୁଙ୍କୁ ଓ୍ବିଶ କରିଥିଲେ। 

ସେହିପରି ସୋସିଆଲ ମିଡିଆରେ ଫ୍ୟାନମାନେ ଢେରସାରା ଓ୍ବିଶ କରିଥିଲେ। ରାତି ଅଧରେ ଫ୍ୟାନମାନେ ଅଲ୍ଲୁଙ୍କ ଘର ଆଗରେ ଡେରାପକାଇଥିଲେ। କାରଣ ଆଲ୍ଲୁଙ୍କ ଗୋଟିଏ ଝଲକ ଦେଖିବାପାଇଁ ଚାହୁଁଥିଲେ। ପୁଷ୍ପା ପୁଷ୍ପାରେ ଚାରିଆଡ଼ ପ୍ରକମ୍ପିତ ହେଉଥିଲା।  ଆଉ ଫ୍ୟାନମାନଙ୍କ ଇମୋଶନ ଦେଖି ଆଲ୍ଲୁ ବି ଆଉ ରହିପାରିଲେନି। ଘର ବାହାରକୁ ଚାଲିଆସିଥିଲେ। ଆଉ ଫ୍ୟାନମାନଙ୍କ ସହ କଥା ହୋଇଥିଲେ। ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ। 

ବାର୍ଥଡେ ପାଇଁ ଆଲ୍ଲୁଙ୍କ ଲୁକ୍ସ ଥିଲା ଖୁବ ଷ୍ଟାଇଲିଶ। ଜନ୍ମଦିନରେ ହିଁ ଆଲ୍ଲୁଙ୍କ ମୁଭି ପୁଷ୍ପା-୨ର ଟିଜର ରିଲିଜ ହୋଇଛି। ଆଲ୍ଲୁଙ୍କ ଫ୍ୟାନମାନଙ୍କ ପାଇଁ ଆଜିର ଦିନ ବି ଖୁବ ସ୍ପେଶାଲ ହୋଇଯାଇଛି। ଆଲ୍ଲୁଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ପୁଷ୍ପା-୨ ଅଗଷ୍ଟ ୧୫ ତାରିଖରେ ଓ୍ବାର୍ଲ୍ଡ ଓ୍ବାଇଡ ରିଲିଜ ହେବ। 

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
South superstar | Argus News