Thalapathy Vijay Controversy / ସାଉଥ ସୁପରଷ୍ଟାର ଥାଲାପତି ବିଜୟଙ୍କୁ ମାଡ୍ରାସ ହାଇକୋର୍ଟଙ୍କ ଝଟକା
·7 months ago·2 min read

Key Points
ଦକ୍ଷିଣ ଭାରତୀୟ ସିନେମାର ପ୍ରସିଦ୍ଧ ଅଭିନେତା ବିଜୟ ପୁଣି ବିବାଦରେ ଘେରି ଯାଇଛନ୍ତି। ମାଡ୍ରାସ ହାଇକୋର୍ଟ ଅଭିନେତାଙ୍କ ଉପରେ ଆୟକର ବିଭାଗ ଦ୍ୱାରା ନିର୍ଦ୍ଧାରିତ ୧.୫୦ କୋଟି ଟଙ୍କାର ଜରିମନାକୁ କାୟମ ରଖିଛନ୍ତି।
ସୁପରଷ୍ଟାର ଥଲାପତି ବିଜୟ ତାଙ୍କ ଆଗାମୀ ଚଳଚ୍ଚିତ୍ର (ଜନ ନାୟାଗନ) ପାଇଁ ବିବାଦରେ ଅଛନ୍ତି। ତାଙ୍କ ଚଳଚ୍ଚିତ୍ରଟି ଦୀର୍ଘ ସମୟ ଧରି ମୁକ୍ତିଲାଭ କରିବା ପାଇଁ ସଂଘର୍ଷ କରୁଛି। ଚଳଚ୍ଚିତ୍ରଟି ଏପର୍ଯ୍ୟନ୍ତ ସେନ୍ସର ପ୍ରମାଣପତ୍ର ପାଇନାହିଁ, ଯାହା କାରଣରୁ ଏହାର ମୁକ୍ତିଲାଭକୁ ସ୍ଥଗିତ ରଖାଯାଇଛି। ବର୍ତ୍ତମାନ ବିଜୟ ତାଙ୍କ ଚଳଚ୍ଚିତ୍ରର ମୁକ୍ତିଲାଭ ପାଇଁ ସେନ୍ସର ପ୍ରମାଣପତ୍ର ପାଇଁ କୋର୍ଟର ଦ୍ୱାରସ୍ଥ ହୋଇଥିଲେ ଏବଂ ଜଣେ ସିଙ୍ଗଲ ବିଚାରପତି ସେନ୍ସର ବୋର୍ଡକୁ ଫିଲ୍ମକୁ ପ୍ରମାଣପତ୍ର ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତଥାପି, ଜାନୁଆରୀ 27 ତାରିଖରେ ମାଡ୍ରାସ ହାଇକୋର୍ଟ ସିଙ୍ଗଲ ବିଚାରପତିଙ୍କ ନିଷ୍ପତ୍ତିକୁ ବାତିଲ କରିଦେଇଥିଲେ। ଏହା ବ୍ୟତୀତ, ମାମଲାଟି ପରେ ଏକ ସିଙ୍ଗଲ ବେଞ୍ଚକୁ ପଠାଯାଇଥିଲା।
ଦକ୍ଷିଣ ଭାରତୀୟ ସିନେମାର ପ୍ରସିଦ୍ଧ ଅଭିନେତା ବିଜୟ ପୁଣି ବିବାଦରେ ଘେରି ଯାଇଛନ୍ତି। ମାଡ୍ରାସ ହାଇକୋର୍ଟ ଅଭିନେତାଙ୍କ ଉପରେ ଆୟକର ବିଭାଗ ଦ୍ୱାରା ନିର୍ଦ୍ଧାରିତ ୧.୫୦ କୋଟି ଟଙ୍କାର ଜରିମନାକୁ କାୟମ ରଖିଛନ୍ତି। ଅଭିନେତା ଏହି ଜରିମନାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ପିଟିସନ ଦାୟର କରିଥିଲେ। ତେବେ କୋର୍ଟରେ ତାଙ୍କ ପିଟିସନ ଖାରଜ ହୋଇଯାଇଛି।
ବିଜୟ ୨୦୧୬-୧୭ ଆର୍ଥିକ ବର୍ଷରେ ଆୟକର ରିଟର୍ଣ୍ଣ ଦାଖଲ କରିବା ବେଳେ ୩୫,୪୨,୯୧,୮୯୦ ଟଙ୍କାର ସମ୍ପତ୍ତି ବିବରଣୀ ଦେଇଥିଲେ। ତେବେ ସେ ସମ୍ପତ୍ତିର ବିସ୍ତୃତ ବିବରଣୀ ଦେଇ ନଥିଲେ ଓ କିଛି ସମ୍ପତ୍ତି ଲୁଚେଇବାକୁ ଉଦ୍ୟମ କରିଥିଲେ ବୋଲି ଅଭିଯୋଗ ହୋଇଛି। ଆୟକର ବିଭାଗ ୨୦୧୫ର ଡକ୍ୟୁମେଣ୍ଟରୁ ବିଜୟ ଫିଲ୍ମ ‘ପୁଲି’ରୁ ପାଇଥିବା ୧୫ କୋଟି ଟଙ୍କା ଆୟକୁ ରିଟର୍ଣ୍ଣରେ ଦର୍ଶାଇ ନଥିଲେ। ଏଣୁ ୨୦୨୨ ମସିହାରେ ତାଙ୍କ ଉପରେ ୧.୫୦ କୋଟି ଟଙ୍କାର ଜରିମନା କରାଯାଇଥିଲା। ତେବେ ଅଭିନେତା ଏହି ଜରିମନା ଦାଖଲ ନ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ଏହା ବିରୋଧରେ ହାଇକୋର୍ଟକୁ ଯାଇଥିଲେ।
ବିଜୟ ତର୍କ ଦେଇଥିଲେ ଯେ ତାଙ୍କୁ ଜରିମନା ଆଦେଶ ୩୦ ଜୁନ ୨୦୧୯ ପୂର୍ବରୁ ଜାରି କରାଯିବାର ଥିଲା। ଏଣୁ ଆଦେଶ ବିଳମ୍ବରେ ଆସିଥିବାରୁ ଏହାକୁ ରଦ୍ଦ କରିବା ପାଇଁ ବିଜୟ ହାଇକୋର୍ଟଙ୍କୁ ନିବେଦନ କରିଥିଲେ। ଶୁଣାଣି କାଳରେ ହାଇକୋର୍ଟ ଜରିମନା ପୈଠ ଉପରେ ଅନ୍ତରୀଣ ରୋକ ଲଗାଇଥିଲେ। ତେବେ ବିଚାରପତି ଜଷ୍ଟିସ ସେନ୍ଥିଲ କୁମାର ରାମମୂର୍ତ୍ତି ଙ୍କ ଅଦାଲତ ଶୁଣାଣିରେ ଜରିମନା ନିଷ୍ପତ୍ତିକୁ କାୟମ ରଖିଛନ୍ତି। ଏଣୁ ବିଜୟଙ୍କୁ ଏବେ ୧.୫୦ କୋଟି ଟଙ୍କା ଜରିମନା ପୈଠ କରିବାକୁ ପଡିବ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ତେବେ କେବଳ ଆୟକର ମାମଲା ନୁହେଁ ବିଜୟ କରୁର ଦଳାଚକଟା ମାମଲାରେ ମଧ୍ୟ ଫଶିଛନ୍ତି। ଏହି ଘଟଣାକୁ ନେଇ ସିବିଆଇ ତାଙ୍କୁ ଲଗାତାର ପଚରା ଉଚରା କରୁଛି। ଏଥି ପାଇଁ ଅଭିନେତା ଏ ପର୍ଯ୍ୟନ୍ତ ଦୁଇ ଥର ସିବିଆଇରେ ହାଜର ହୋଇଛନ୍ତି। ସିବିଆଇ ଏବେ ବିଜୟ ଓ ତାଙ୍କ ଭୂମିକାର ଯାଞ୍ଚ କରୁଛି। ପୋଲିସ ରିପୋର୍ଟ ଅନୁସାରେ ବିଜୟ ବିଳମ୍ବରେ ପହଞ୍ଚିବାରୁ ଭିଡ ବଢି ଯାଇଥିଲା। ଏଣୁ ପରିସ୍ଥିତି ଅଣାୟତ୍ତ ହୋଇଥିଲା। ତେବେ ବିଜୟ ଓ ତାଙ୍କ ପାର୍ଟି ଅଧିକାରୀମାନେ ଏହି ଅଭିଯୋଗକୁ ଖଣ୍ଡନ କରୁଛନ୍ତି।
Related Topics
Explore more stories