Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - କେମିତି ମଡେଲର ହୁଅନ୍ତି ନିର୍ଯ୍ୟାତିତ , ଜାଣନ୍ତୁ ମଡେଲରଙ୍କଠାରୁ...

Entertainment

କେମିତି ମଡେଲର ହୁଅନ୍ତି ନିର୍ଯ୍ୟାତିତ , ଜାଣନ୍ତୁ ମଡେଲରଙ୍କଠାରୁ...

Swayangprajna Mishra
Browse all articles by Swayangprajna Mishra
·1 year ago·3 min read
କେମିତି ମଡେଲର ହୁଅନ୍ତି ନିର୍ଯ୍ୟାତିତ , ଜାଣନ୍ତୁ ମଡେଲରଙ୍କଠାରୁ...

ଅର୍ଗସ ବ୍ୟୁରୋ : କଅଁଳ ବୟସରେ ମଡେଲର ଟିଏ ହେବାର ସ୍ବପ୍ନ ଅନେକ ତରୁଣୀଙ୍କ ମନରେ ଥାଏ ।  ସମସ୍ତଙ୍କ ଭଳି ଆଖିରେ ରଙ୍ଗୀନ ସ୍ବପ୍ନ ନେଇ ମୁଁ ବି ମଡେଲର ଟିଏ ହେବା ପାଇଁ ଅଡିସନ ଦେବାକୁ ଆସିଥିଲି । ଏତେ ସୁନ୍ଦର ତରୁଣୀଙ୍କ ଭିତରୁ ନିଜକୁ ଟିକେ ଅସହଜ ମନେ କରୁଥିଲି ।ଭାବୁଥିଲି ମୁଁ ସିଲେକ୍ଟ ହେଇପାରିବି ତ ? ମନରେ ଅସୁମାରୀ ଇଚ୍ଛା, ଆଉ ଆଖିରେ ଏକ ଅଜଣା ଭୟ । ଏମିତି ଭାବୁ ଭାବୁ ଯେତେବେଳେ ମୋ ପାଳି ପଡିଲା , ମୁଁ ଭିତରକୁ ଗଲି । ସେତେବେଳ ଇଣ୍ଟରଭ୍ୟୁ ନବାପାଇଁ ବସିଥିଲେ ଦୁଇଜଣ ବ୍ୟକ୍ତି । କେଉଁ ପ୍ରଶ୍ନ ପଚାରିବେ ବୋଲି ମନରେ ଆଶଙ୍କା ଥିବାବେଳେ ହଠାତ ଜଣଙ୍କ ପାଟରୁ ଶୁଭିଲା, ତୁମକୁ ଆମେ ବିନା ଡ୍ରେସରେ ଦେଖିପାରିବୁ ? ... ଆଉ ତାପରେ......

ଏକ ମଡେଲରର ପରଦା ପଛର କାହାଣୀ ।୫ ଫୁଟ ୧୧ ଇଞ୍ଚର ସୁନ୍ଦର ଦେଖାଯାଉଥିବା ସେହି ମଡେଲରର ଜୀବନ ଯେ କେତେ କଷ୍ଟଦାୟକ, ତାହା ସେ ନିଜେ କହିଛନ୍ତି । 
ମାଲାୟଲମ ଇଣ୍ଡଷ୍ଟ୍ରୀର ହେମା କମିଟିର ଅନେକ ରିପୋର୍ଟ ସାମ୍ନାକୁ ଆସିଛି । ଯେଉଁଥିରେ ଶାରୀରିକ ତଥା ମାନସିକ ନିର୍ଯ୍ୟାତନା ପାଇଥିବା ଅନେକ ମହିଳା ନିଜର ରାଜ ଖୋଲିଛନ୍ତି । କେବଳ ଯେ ଫିଲ୍ମ ଇଣ୍ଡଷ୍ଟ୍ରୀରେ କାଷ୍ଟିଂ କାଉଚ ହୁଏ ତା ନୁହେଁ, ମଡେଲିଂ ବା ଫ୍ୟାଶନ ଇଣ୍ଡଷ୍ଟ୍ରୀରେ କିପରି କମ ବୟସର ମହିଳାମାନେ କାଷ୍ଟିଂ କାଉଚର ଶିକାର ହୁଅନ୍ତି, ତାହା ସେ କହିଛନ୍ତି । ଆଜି ଶୁଣିବା ସେଭଳି ଜଣେ ତରୁଣୀ ମହିଳାଙ୍କ କାହାଣୀ । 

ଏ କାହାଣୀ, ଏକ ୧୮ ବର୍ଷୀୟ ଝିଅର । ଯିଏ ନିଜ ନାଁ କୁ ଗୋପନ ରଖିଛନ୍ତି, କାରଣ ନାଁ କହିଦେଲେ ସେ ସମାଜରେ କି ନିଜ କର୍ମକ୍ଷେତ୍ରରେ ବଞ୍ଚି ପାରିବେନି । କଳଙ୍କର ଦାଗରୁ ଲୁଚାଇବାକୁ ସେ ନିଜର ନାଁ ଗୋପନ ରଖନ୍ତି ।ଦିନେ ମହଲରେ ବୁଲୁବୁଲୁ ମତେ ଜଣେ ସ୍କାଉଟ ଅର୍ଥାତ ଫ୍ୟାଶନ ଇଣ୍ଡଷ୍ଟ୍ରୀ ପାଇଁ ଯେଉଁମାନେ ବିଭିନ୍ନ ମଲ, ଏୟାରପୋର୍ଟ ଆଦି ଜାଗାରେ ମଡେଲର ସନ୍ଧାନରେ ଥାଆନ୍ତି , ସେ ଦେଖିବା ପରେ ମୋ ନାଁ ମଡେଲିଂ ପାଇଁ ଦେଇଥିଲେ  । ସେଠାରେ ମତେ ଦେଖିବା ପରେ ମୋ ପାଖକୁ ମୁମ୍ବାଇ ଟିକେଟ ସହ ଗୋଟେ ଆଡ୍ରେସ ଆସିଥିଲା । ଯେଉଁଥିରେ ମତେ ମଡେଲିଂ ପାଇଁ ଅଡିସନ ଦେବାକୁ ଲେଖାଥିଲା । 

ମୁଁ ପ୍ରସ୍ତୁତ ହୋଇ ବାହାରି ପଡିଲି। ସେଠାରେ ପହଞ୍ଚିବା ପରେ ତରୁଣୀଙ୍କର ଲମ୍ବା ଲାଇନ ଲାଗିଥାଏ । ସମସ୍ତେ ପାଖାପାଖି ସୁନ୍ଦର , ଅଲିଜିବୁଲ୍ ଲାଗୁଥାନ୍ତି । ମୋ ମନରେ ବି ଅନେକ ଭୟ ଆଉ ଉତ୍ସାହ ଥାଏ । ଜଣକ ପରେ ଜଣେ ଆସିବା ପରେ, ମୋ ପାଳି ଆସିଲା । ସେତେବେଳେ ମୁଁ ଭିତରକୁ ଯାଇ ଦେଖିଲି ଦୁଇଜଣ ବ୍ୟକ୍ତି ବସିଥିଲେ । ମନରେ ଅନେକ ଆଶଙ୍କା, ଆଉ ଅନେକ ସ୍ବପ୍ନ , ସତରେ ମୁଁ ମଡେଲର ହେଇଯିବି ତ । ସେପଟୁ ହଠାତ ଜଣେ ବ୍ୟକ୍ତି କହିବାକୁ ଲାଗିଲେ, ଆପଣଙ୍କୁ ଆମେ ବିନା ପୋଷାକରେ ଦେଖଇପାରିବୁ ?? ଅଟକି ଗଲି ମୁଁ ....ସଙ୍ଗେ ସଙ୍ଗେ ପୁଣି ପ୍ଶ୍ନ ଆସିଲା, କଣ ତମେ ଆମକୁ ଏମିତି ପୋଜ୍ କରି ଦେଖାଇ ପାରିବ ? ଭୟରେ ଆଖି ବନ୍ଦ କରି ଦେଉଥାଏ ମୁଁ । ଏମିତି ପାଖାପାଖି ୧୫ ମିନିଟ୍ ଯାଏଁ ସେମାନେ ତାଙ୍କ ହିସାବରେ ଅନେକ ପ୍ରଶ୍ନ ପଚାରି ଚାଲିଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଶେଷରେ ଇଂରାଜୀରେ କହିଲେ, ଯଦି ତମେ କମ୍ଫର୍ଟେବଲ୍ ନୁହେଁ , ତେବେ ସିଧା ମନା କରିପାରିବ । ହେଲେ ଏତେ କମ ବୟସରେ ଏତେ ସିନିୟର ଲୋକଙ୍କ ସାମ୍ନାରେ ମନା କରିବାର ସାହାସ ମୋ ଭିତରେ ନଥିଲା । ସେଠାରେ କିଛିବର୍ଷ ରହିବା ପରେ କାମ କମ୍ ହେଲେ ଅନ୍ୟ କ୍ଲାଇଣ୍ଡ ମାନଙ୍କୁ ଖୁସି କରିବାକୁ ପଡୁଥିଲା । ଅନେକ ଥର ରେଫ୍ ର ଶିକାର ହୋଇସାରିଛି । କିଛିବର୍ଷ ପରେ ଛାଡିଦେଲି । ଏବେ ମୁଁ ଷ୍ଟକ୍ ରେ ଟଙ୍କା ଲଗଉଛି, ଡ୍ରେସ ଡିଜାଇନ କରୁଛି । ଏମିତିରେ ଏ ଲାଇନରେ ମଡେଲିଂର ଅର୍ଥ କ୍ଷୀର ଉତୁରିବା ଭଳି । ଏକାଥରେ କୌଣସି ସୋ' ଦ୍ବାରା ଉପରକୁ ଚଢିଯିବା, ପୁଣି ଏକାଥରେ ତଳକୁ ଖସି ଆସିବେ । ଏମିତିରେ ବୟସ ଟିକେ ଅଧିକ ହେବା ପରେ ଆପଣଙ୍କ ଚେହେରାରେ ଯେତେବେଳେ ମଳିନତା ଆସିଯାଏ, ସେମାନେ ତାଙ୍କ ତରଫରୁ ହିଁ ମନା କରିଦେବେ । 

ତେବେ ମଡେଲିଂ କୁ ନେଇ ସେ ଆହୁରି ମଧ୍ୟ କହିଛନ୍ତି, ଯଦି ଆପଣ ଏହି ଇଣ୍ଡଷ୍ଟ୍ରୀରେ ରହିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ଗଡ୍ ଫାଦର ହେବାକୁ ପଡିବ । ବ୍ରେଭ, ପାୱାରଫୁଲ ହେବାକୁ ପଡିବ । ତାହେଲେ ଆପଣ ରହିପାରିବେ । ନହେଲେ ରହିବା ସମ୍ଭବ ନୁହେଁ । 
 

Sponsored
story of a modeler | Argus News