Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଏସି ରୁମ୍ ଛାଡ଼ି ଗାମୁଛା ପାରି ଗଙ୍ଗା କୂଳରେ ଶୋଇଲେ ବଲିଉଡ୍ ଷ୍ଟାର

Entertainment

Sunil Grover / ଏସି ରୁମ୍ ଛାଡ଼ି ଗାମୁଛା ପାରି ଗଙ୍ଗା କୂଳରେ ଶୋଇଲେ ବଲିଉଡ୍ ଷ୍ଟାର

Rashmita Mishra
Browse all articles by Rashmita Mishra
·1 hour ago·2 min read
ଏସି ରୁମ୍ ଛାଡ଼ି ଗାମୁଛା ପାରି ଗଙ୍ଗା କୂଳରେ ଶୋଇଲେ ବଲିଉଡ୍ ଷ୍ଟାର
Sunil Grover

Key Points

ଗଙ୍ଗା କୂଳରେ ଶୋଇଲେ ବଲିଉଡ୍ ଷ୍ଟାର
ଏସି ରୁମ୍ ଛାଡ଼ି ଗାମୁଛା ପାରି ଶୋଇଲେ ଅଭିନେତା
ମୋହ ମାୟା ଛାଡ଼ି ଗଙ୍ଗା କୂଳରେ ସୁନୀଲ ଗ୍ରୋଭର

ଏସି ରୁମ ଛାଡ଼ି ଗଙ୍ଗା କୂଳରେ ଗାମୁଛା ପାରି ଶୋଇଲେ... ଭିକାରିଙ୍କ ଭଳି ରାତି କାଟିଲେ ଭଲିଉଡ଼ ଅଭିନେତା । କହିଦେଲେ ଜୀବନରେ ମୋହ ମାୟା ହେଉଛି ବିନାଶର କାରଣ । ସମସ୍ତଙ୍କ ଆଖି ଗଙ୍ଗା କୂଳରେ ଶୋଇଥିବା ଲୋକଙ୍କ ଉପରେ ପଡ଼ିଥିଲା । ବାରମ୍ବାର ଲୋକ ମାନେ ଜଣଙ୍କୁ ଦେଖିବାକୁ ଲାଗିଲେ । ନିଜ ନିଜ ଫୋନ୍‌କୁ ବାହାର କରି ରେକର୍ଡିଂ କରୁଥିଲେ । କାରଣ ଗଙ୍ଗା କୂଳରେ ଭିକାରିଙ୍କ ଭଳି ଶୋଇପଡ଼ିଥିଲେ ବଲିଉଡ଼ର ଷ୍ଟାର ଅଭିନେତା ସୁନୀଲ ଗ୍ରୋବର ।

ଏସି ରୁମ ଡଲପ ଗଦୀ ହାଇଫାଇ ହୋଟେଲ ରୁମକୁ ଭୁଲି ଗୋଟିଏ ଗାମୁଛା ପାରି ଗଙ୍ଗା କୂଳରେ ଶୋଇ ପଡ଼ିଲେ । ମୋହ ମାୟାକୁ ପରିତ୍ୟାଗ କରି ଶାନ୍ତି ନିଦକୁ ଆଲିଙ୍ଗନ କଲେ । ମୋହ ମାୟାକୁ ତ୍ୟାଗ କଲେ ମିଳିଥାଏ ପ୍ରକୃତ ଶାନ୍ତି । ଜୀବନର ମୂଲ୍ୟ କ'ଣ ତ୍ୟାଗ କଲେହିଁ ଜଣେ ବୁଝି ପାରିବ । ଯେମିତି ଏବେ ବଲିଉଡ଼ର ଅଭିନେତା ସୁନୀଲ ଗ୍ରୋବର କରିଛନ୍ତି ।

ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଉତ୍ତରାଖଣ୍ଡ ଋଷିକେଶର ଗଙ୍ଗା ନଦୀ କୂଳରେ । ନିଜ ଅଭିନୟରେ ସମସ୍ତଙ୍କୁ ବାନ୍ଧି ରଖୁଥିବା ବଲିଉଡ଼ ଅଭିନେତା ସୁନୀଲ ଗ୍ରୋବର । ଗଙ୍ଗା ନଦୀର ପ୍ରାକୃତିକ ଶୀତଳ ପବନ ଦରକାର ଥିଲା । ତାଙ୍କୁ ଚାକଚକ୍ୟ ନୁହେଁ ସୁଖ ଏବଂ ଶାନ୍ତି ନିଦ ଦରକାର ଥିଲା ।

ସେଥିପାଇଁ ତ ସେ ଜଣେ ସାଧାରଣ ମଣିଷ ଭଳି ଗଙ୍ଗାନଦୀ କୂଳରେ ଗୋଟିଏ ଗାମୁଛା ପାରି ସୋଇ ପଡ଼ିଲେ । ଗ୍ଲାମର ଦୁନିଆର ଚାକଚକ୍ୟ, ଷ୍ଟାରଡମ୍‌ର ଅହଂକାର ଆଉ କୋଟି କୋଟି ଟଙ୍କାର ଆରାମଦାୟକ ଜୀବନ ଛାଡ଼ି ସେ ଗଙ୍ଗା ନଦୀ କୂଳର ଜଣେ ସାଧାରଣ ମଣିଷର ଜୀବନକୁ ବାଛିଛନ୍ତି ।

ଏଥିସହ ପଢ଼ନ୍ତୁ: ‘କକଟେଲ୍ ୨’ରେ କୃତୀଙ୍କ ବିକନୀ ସିନକୁ ନେଇ ବିବାଦ…ସୋସିଆଲ ମିଡିଆରେ ଚାଲିଛି ଟ୍ରୋଲ

ନିଜର ଚମତ୍କାର ଅଭିନେତ୍ରୀ ଓ କମେଡି ଅଭିନୟ ପାଇଁ ସାରା ଦେଶରେ ପରିଚିତ ‘ଡାକ୍ତର ମସହୁର ଗୁଲାଟି’ ଓ ‘ଗୁଥୀ’ ଓରଫ ସୁନୀଲ ଗ୍ରୋଭର ଏବେ ଚର୍ଚ୍ଚାରେ। ସୋସିଆଲ ମିଡିଆରେ ଭାଇରାଲ ହେଉଛି ତାଙ୍କର ଏକ ଭିଡିଓ । ଯେଉଁଠି ସେ ସବୁ ମୋହ ମାୟା ତ୍ୟାଗ କରି ସାଧୁସନ୍ଥ ଏବଂ ଶ୍ରଦ୍ଧାଳୁଙ୍କ ଗହଣରେ ଖାଲି ଚଟାଣରେ ଶୋଇଥିବା ନଜର ଆସିଛନ୍ତି ।

ତେବେ ସୁନୀଲ ଗ୍ରୋଭରଙ୍କ ଏହି ଭିଡିଓ ସାମ୍ନାକୁ ଆସିବା ପରେ ପ୍ରଶଂସକମାନେ ତାଙ୍କର ପ୍ରଶଂସାରେ ଶତମୁଖ ହୋଇପଡ଼ିଛନ୍ତି । କେହି କେହି ତାଙ୍କୁ ‘ଡାଉନ୍ ଟୁ ଆର୍ଥ’ ବୋଲି କହୁଥିବା ବେଳେ, ଅନ୍ୟ କେତେକ ଲେଖିଛନ୍ତି "ତାରେ ଜମିନ୍ ପର୍ ନୁହେଁ, ସିତାରେ ଜମିନ୍ ପର୍" ।
ଜଣେ ସେଲିବ୍ରିଟି ହୋଇ ମଧ୍ୟ ସାଧାରଣ ଲୋକଙ୍କ ସହ ମିଶିଯିବାର ଏହି ଅନ୍ଦାଜ୍ ପ୍ରମାଣ କରୁଛି ଯେ ସେ କେବଳ ଜଣେ ଭଲ କଳାକାର ନୁହନ୍ତି ବରଂ ଜଣେ ଅତି ଚମତ୍କାର ମଣିଷ। ତେବେ କିଛି ୟୁଜର୍ସ ମଜାଳିଆ ଢଙ୍ଗରେ କହିଛନ୍ତି, "ସାର୍, ଏବେ ଭିଡିଓ ତ ହୋଇଗଲା, ଚାଲନ୍ତୁ ହୋଟେଲ୍‌କୁ ଯିବା।"


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored