Sunita Ahuja Reveals / ଗୋବିନ୍ଦାଙ୍କ ପାଇଁ ସୁନୀତାଙ୍କ ଯନ୍ତ୍ରଣା: କହିଲେ ସବୁ ଠିକ ହେବ ଯଦି ସେ କ୍ଷମା ମାଗିବେ, ନହେଲେ ମୁଁ...
·6 months ago·2 min read

Key Points
ଗୋବିନ୍ଦାଙ୍କ ଆଫେୟାର୍ସକୁ ନେଇ ନିଜ ଯନ୍ତ୍ରଣା ବଖାଣିଲେ ସୁନୀତା
ବଡ଼ ସର୍ତ୍ତ ରଖିଲେ ସୁନୀତା, ଏମିତି କହିଲେ ଗୋବିନ୍ଦା!

ପୁଣି ସାମ୍ନାକୁ ଆସି ଏମିତି କହିଲେ ବଲିଉଡ ଅଭିନେତା ଗୋବିନ୍ଦାଙ୍କ ପତ୍ନୀ। କହୁ କହୁ କହିଗଲେ ସବୁ ସତ। ମାନିଗଲେ ଯାହା ହୋଇଥିଲା। ଏହାସହ ଏମିତି କିଛି କହିଛନ୍ତି ସୁନୀତା ଆହୁଜା ଯାହା ଶୁଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟ। ଗୋବିନ୍ଦା ଏବଂ ସୁନୀତା ଆହୁଜା ସେମାନଙ୍କ ପର୍ସନାଲ୍ ଲାଇଫ୍କୁ ନେଇ ଗତ ବର୍ଷରୁ ଚର୍ଚ୍ଚାରେ ଅଛନ୍ତି। ସେମାନଙ୍କ ବୈବାହିକ ଜୀବନରେ ମତଭେଦର ଗୁଜବ ପ୍ରସାରିତ ହୋଇଥିଲା। ଅଭିନେତା ତାଙ୍କ ପତ୍ନୀଙ୍କୁ ଧୋକା ଦେଉଥିବା ନେଇ ମଧ୍ୟ କୁହାଯାଉଥିଲା। ଏପରିକି ସେମାନଙ୍କ ଛାଡପତ୍ର ପର୍ଯ୍ୟନ୍ତ ପହଞ୍ଚିଥିବା ଗୁଜବ ହେଉଥିଲା। ପରେ ସୁନିତା ଏକ ସାକ୍ଷାତକାରରେ ଗୋବିନ୍ଦାଙ୍କ ଧୋକା ଦେବା ଗୁଜବ ବିଷୟରେ ଆଲୋଚନା କରିଥିଲେ ଏବଂ ଝିଅର ନାଁକୁ ଇଙ୍ଗିତ କରି କହିଥିଲେ, "ମୁଁ କୋମଲ ନାଁକୁ ଘୃଣା କରେ।" ଏବେ ତାଙ୍କର ଲାଟେଷ୍ଟ ଭ୍ଲଗରେ, ସୁନୀତା ପୁଣି ଥରେ ଗୋବିନ୍ଦାଙ୍କ ସହ ତାଙ୍କ ସମ୍ପର୍କ ବିଷୟରେ ଆଲୋଚନା କରିଛନ୍ତି।
ଏଥିସହିତ ଗୋବିନ୍ଦାଙ୍କୁ କ୍ଷମା କରିଦେବା ବିଷୟରେ ପଚରାଯିବାରୁ ସୁନୀତା କହିଛନ୍ତି, "ତୁମେ ଜାଣିନାହଁ, ସେ ମୋର ପିଲାଦିନର ପ୍ରେମ। ଯଦି ସେ ସୁଧୁରି ଯାଏ ଏବଂ ଆମ ହିସାବରେ ଚାଲେ, ତେବେ ମୁଁ ତାକୁ କ୍ଷମା କରିଦେବି। ଯଦି ସେ ପରିବର୍ତ୍ତନ ହୁଏ ଏବଂ ମୋ ଇଚ୍ଛା ଅନୁଯାୟୀ ଜୀବନଯାପନ କରେ, ତେବେ ମୁଁ ତାକୁ ଖୁସିରେ ଖୁସିରେ କ୍ଷମା କରିଦେବି।ତାଙ୍କର ମାନସିକ ଅବସ୍ଥା ବିଷୟରେ ସୁନୀତା କହିଛନ୍ତି, "ଅନେକ ଲୋକ ମୋର ସରଳତାର ସୁଯୋଗ ନେଇଛନ୍ତି। ମୁଁ ବହୁତ ସହ୍ୟ କରିଛି, କିନ୍ତୁ ଆଉ ନୁହେଁ। ମୁଁ ଏବେ ମୋର ପରିଚୟ ପାଇସାରିଛି। ୪୦ ବର୍ଷର ସମ୍ପର୍କ ରାତାରାତି ଭାଙ୍ଗିଯାଏ ନାହିଁ। କିନ୍ତୁ ମୁଁ ଅଧିକ ଦୃଢ଼ ହୃଦୟର ହୋଇଗଲି।"ସେ ଏହା ମଧ୍ୟ ପ୍ରକାଶ କରିଛନ୍ତି ଯେ ତାଙ୍କ ପାରିବାରିକ ପରିବେଶ କିପରି ଥରେ ତାଙ୍କ ନୀରବତାକୁ ପ୍ରଭାବିତ କରିଥିଲା।
ଏଥିସହ ପଢ଼ନ୍ତୁ: ଖୀପ୍ର ଗତିରେ ମାଡ଼ିଆସୁଛନ୍ତି ହଜାର ହଜାର ଆଷ୍ଟ୍ରୋଏଡ୍, ଅନ୍ଧାର ହୋଇଯିବ ପୃଥିବୀ: ନାସା ବୈଜ୍ଞାନିକ
ସେ କହିଛନ୍ତି, "ମୁଁ ସବୁବେଳେ ସତ କହିଥାଏ। ମୁଁ ପ୍ରତ୍ୟେକ ମହିଳାଙ୍କୁ ତାଙ୍କ ଅଧିକାର ପାଇଁ ଲଢ଼ିବାକୁ କହେ। ଯେତେବେଳେ ମୋ ଶ୍ୱଶୁର ଘର ଲୋକ ପାଖରେ ଥିଲେ, ମୁଁ ଚୁପ୍ ରହିଥିଲି କାରଣ ମୁଁ ସେମାନଙ୍କୁ ବହୁତ ଭଲ ପାଉଥିଲି ଏବଂ ସମ୍ମାନ କରୁଥିଲି। କିନ୍ତୁ ଏବେ ଯେତେବେଳେ ଗୋବିନ୍ଦା ଏବଂ ମୁଁ ବନ୍ଧୁ, ମୁଁ କାହିଁକି ତାଙ୍କ କଥା ଶୁଣିବି କିମ୍ବା ଭୟରେ ବଞ୍ଚିବି?"ତେବେ ଆଗକୁ ଏହି ସେଲିବ୍ରିଟିଙ୍କ ସମ୍ପର୍କ ଯୋଡି ହୋଇ ରହିବ ନା ଦୁହେଁ ଅଲଗା ହୋଇଯିବାର ସମ୍ଭାବନା ରହିଛି ତାହା ବଡ଼ ପ୍ରଶ୍ନ। କିନ୍ତୁ ଉଭୟଙ୍କ ଫ୍ୟାନ୍ସ ଚାହୁଁଛନ୍ତି ଯେ, ଦୁହେଁ ଏକାଠି ହୋଇ ରୁହନ୍ତୁ ଏବଂ ଖୁସିରେ ରୁହନ୍ତୁ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:
Related Topics
Explore more stories