Videos
|
Entertainment

Sunita Ahuja admits Govinda / ଗୋବିନ୍ଦାଙ୍କ ପ୍ରେମ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ସୁନୀତା, କହିଲେ ସେ ଝିଅ ସହ...

Banajyotshna Ray
Browse all articles by Banajyotshna Ray
·8 months ago·2 min read
ଗୋବିନ୍ଦାଙ୍କ ପ୍ରେମ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ସୁନୀତା, କହିଲେ ସେ ଝିଅ ସହ...
Govinda

Key Points

ସ୍ୱାମୀଙ୍କ ପ୍ରେମ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ସୁନୀତା
କହିଲେ, ଆସନ୍ତା ବର୍ଷ ସବୁ କିଛି ଠିକ ହୋଇଯାଉ
ପୁଣି ଥରେ ମୁହଁ ଖୋଲିଲେ ଅଭିନେତା ଗୋବିନ୍ଦାଙ୍କ ସ୍ତ୍ରୀ ସୁନୀତା ଆହୁଜା। କହିଲେ ୨୦୨୫ରେ ଯାହା ହୋଇଛି ମୋ ସହ ଆସନ୍ତା ୨୦୨୬ ସବୁ କିଛି ଠିକ ହୋଇଯାଉ। ହେଲେ ଏମିତି କାହିଁକି କହିଲେ ଆଉ କାହାକୁ କହିଲେ ଗୋବିନ୍ଦାଙ୍କ ସ୍ତ୍ରୀ ସୁନୀତା ବୋଲି ଚର୍ଚ୍ଚା ହେଉଛି। ଏହା ଉଲ୍ଲେଖନୀୟ ଯେ, ଏହି ବର୍ଷ ଗୋବିନ୍ଦା ଏବଂ ସୁନିତାଙ୍କ ସମ୍ପର୍କ ବହୁତ ଅଶାନ୍ତ ରହିଛି। ଏହି ବର୍ଷ ସେମାନଙ୍କ ଛାଡପତ୍ରର ଖବର ମଧ୍ୟ ସାମ୍ନାକୁ ଆସିଥିଲା। ସୁନିତା କିନ୍ତୁ ଛାଡପତ୍ର ରିପୋର୍ଟକୁ କେବଳ ଗୁଜବ ବୋଲି କହିଛନ୍ତି। କେହି ତାଙ୍କୁ ଗୋବିନ୍ଦାଙ୍କଠାରୁ ଅଲଗା କରିପାରିବେ ନାହିଁ। ଗୋବିନ୍ଦା ଏବଂ ସୁନିତା ଆହୁଜା ୧୯୮୭ରେ ବିବାହ କରିଥିଲେ ଏବଂ ସେମାନଙ୍କର ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ଅଛି।

ସୁନୀତା ଗୋବିନ୍ଦାଙ୍କ ସମ୍ପର୍କ ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କହିଛନ୍ତି, ଯାହା ତାଙ୍କ ପ୍ରଶଂସକମାନଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ତାଙ୍କ ସାକ୍ଷାତକାରରେ ସୁନୀତା କହିଛନ୍ତି, ମୁଁ ୨୦୨୫କୁ ମୋ ପାଇଁ ବହୁତ ଖରାପ ବର୍ଷ ବୋଲି ବିବେଚନା କରେ। କାରଣ ମୁଁ ଶୁଣୁଛି ଯେ ଗୋବିନ୍ଦାଙ୍କ ଏକ ଝିଅ ସହିତ ସମ୍ପର୍କ ଅଛି। କିନ୍ତୁ ମୁଁ ଜାଣେ ଯେ ସେହି ଝିଅ ଜଣେ ଅଭିନେତ୍ରୀ ନୁହେଁ, କାରଣ ଅଭିନେତ୍ରୀମାନେ ଏପରି ଖରାପ କାମ କରନ୍ତି ନାହିଁ। ସେ ତାଙ୍କୁ ଭଲ ପାଆନ୍ତି ନାହିଁ, ସେ କେବଳ ଟଙ୍କା ପାଇଁ ଗୋବିନ୍ଦାଙ୍କ ସହିତ ଅଛନ୍ତି। ସେ କେବଳ ଟଙ୍କା ଚାହାଁନ୍ତି।

ଏଥିସହ ପଢ଼ନ୍ତୁ: କ୍ୟାଣ୍ଟିନ୍ କର୍ମଚାରୀଙ୍କ ଦାଦାଗିରି, ଖେଚୁଡ଼ି ପାଇଁ ବୃଦ୍ଧା ମହିଳାଙ୍କୁ ମାରିଲେ...

ସୁନୀତା ଆହୁରି କହିଛନ୍ତି, ମୁଁ ୨୦୨୬ରେ ମୋ ଜୀବନକୁ ବଦଳାଇବାକୁ ଚାହୁଁଛି। ମୁଁ ଚାହୁଁଛି, ଗୋବିନ୍ଦା ଏହି ସମସ୍ତ ବିବାଦର ଅନ୍ତ ଘଟାନ୍ତୁ ଏବଂ ୨୦୨୬ରେ ଆମର ଏକ ସୁଖୀ ପରିବାର ହେଉ। ମୁଁ ଆଶା କରୁଛି ଯେ, ଗୋବିନ୍ଦା ଖୁବ ଶୀଘ୍ର ଅନୁଭବ କରିବେ ଯେ ତାଙ୍କ ଜୀବନରେ କେବଳ ତିନି ଜଣ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମହିଳା ହେଉଛନ୍ତି, ତାଙ୍କ ସ୍ତ୍ରୀ, ମା’ ଏବଂ ଝିଅ। କାହାରି ଜୀବନରେ ଚତୁର୍ଥ ମହିଳା ରହିବାର ଅଧିକାର ନାହିଁ। ଏହା ଗୋବିନ୍ଦା ଏବଂ ବିଶ୍ୱର ପ୍ରତ୍ୟେକ ପୁରୁଷଙ୍କ ପାଇଁ ପ୍ରଯୁଜ୍ୟ। ମୁଁ ଚାହେଁ ଚିଚି ତାଙ୍କର ସମସ୍ତ ଚାଟୁକାରଙ୍କୁ ପଛରେ ପକାଇ ତାଙ୍କ କାମରେ ଧ୍ୟାନ ଦିଅନ୍ତୁ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅଭିନେତା ଗୋବିନ୍ଦା ଏବଂ ସୁନୀତା ଆହୁଜା ସମ୍ପର୍କ ପ୍ରାୟତଃ ଚର୍ଚ୍ଚାରେ ରହିଥାଏ। ଚଳିତ ବର୍ଷ ଆରମ୍ଭରେ ସେମାନଙ୍କ ଛାଡପତ୍ରର ଗୁଜବ ସୃଷ୍ଟି ହୋଇଥିଲା। ସୁନୀତା ପରେ ଛାଡପତ୍ର ରିପୋର୍ଟକୁ କେବଳ ଗୁଜବ ବୋଲି ଖାରଜ କରିଥିଲେ। ଏବେ ଗୋବିନ୍ଦା ଏବଂ ସୁନୀତାଙ୍କ ସମ୍ପର୍କ ପୁଣି ଥରେ ନଜରକୁ ଆସିଛି। ଏକ ସାକ୍ଷାତକାରରେ, ସୁନୀତା । ଗୋବିନ୍ଦାଙ୍କ ସହ ତାଙ୍କ ସମ୍ପର୍କ ବିଷୟରେ କହିଥିଲେ। ସେ ଗୋବିନ୍ଦାଙ୍କ ସମ୍ପର୍କର ଗୁଜବ ଉପରେ ତାଙ୍କର ନୀରବତା ଭାଙ୍ଗି ଏକ ଗୁରୁତ୍ୱପୂର୍ଣ୍ଣ ଖୁଲାସା କରିଛନ୍ତି। ଅନେକ ଦିନ ଧରି ଦୁହିଁଙ୍କ ମଧ୍ୟରେ ଥିବା ବିବାଦ ଲାଗି ରହିଥିବାବେଳେ ତେବେ ଏହି ବିବାଦ କେବେ ଛିଣ୍ଡୁଛି ତାହା ଉପରେ ସମସ୍ତଙ୍କ ନଜର।

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର: 

Related Topics

Explore more stories

Sunita Ahuja admits Govinda | Sunita Ahuja admits Govinda is having an affair, but ‘not with an actress’ | Argus News | Argus News