Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

ବିଳମ୍ବିତ ରାତିରେ ହସ୍ପିଟାଲରେ ଭର୍ତ୍ତି ହେଲେ ସୁପରଷ୍ଟାର ରଜନୀକାନ୍ତ

Ritu Das
Browse all articles by Ritu Das
·1 year ago·1 min read
ବିଳମ୍ବିତ ରାତିରେ ହସ୍ପିଟାଲରେ ଭର୍ତ୍ତି ହେଲେ ସୁପରଷ୍ଟାର ରଜନୀକାନ୍ତ

ଅର୍ଗସ ବ୍ୟୁରୋ: ହିନ୍ଦୀ ସିନେମା ଏବଂ ଦକ୍ଷିଣ ସିନେମାରେ ଜବରଦସ୍ତ ପରିଚୟ ତିଆରି କରିଥିବା ସୁପରଷ୍ଟାର ରଜନୀକାନ୍ତଙ୍କ ପ୍ରଶଂସକଙ୍କ ପାଇଁ ଏକ ଖରାପ ଖବର ସାମ୍ନାକୁ ଆସିଛି। ସୋମବାର ବିଳମ୍ବିତ ରାତିରେ ୭୩ବର୍ଷୀୟ ରଜନୀକାନ୍ତଙ୍କୁ ଚେନ୍ନାଇର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମିଳିଥିବା ସୂଚନା ଅନୁଯାୟୀ, ସେ ପେଟରେ ଯନ୍ତ୍ରଣା ଅନୁଭବ କରିବା ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା, ଯେଉଁଠାରେ ସେ ଚିକିତ୍ସିତ ହେଉଛନ୍ତି ଏବଂ ଆଜି ଅର୍ଥାତ୍‌ ମଙ୍ଗଳବାର ତାଙ୍କୁ ଏକ ସ୍ବତନ୍ତ୍ର ପ୍ରୋସେସ ଦେଇ ଗତି କରିବାକୁ ପଡିପାରେ। ବର୍ତ୍ତମାନ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ, ତାଙ୍କ ଅବସ୍ଥା ସ୍ଥିର ଅଛି ବୋଲି ଅଭିନେତାଙ୍କ ପତ୍ନୀ ତାଙ୍କ ହେଲ୍‌ଥ ଅପଡେଟ ଦେଇଛନ୍ତି।

ସୁପରଷ୍ଟାର ରଜନୀକାନ୍ତଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ସୂଚନା ଦେଇ ଚେନ୍ନାଇ ପୋଲିସ କହିଛି ଯେ ପେଟରେ ଯନ୍ତ୍ରଣା ହେତୁ ତାଙ୍କୁ ଚେନ୍ନାଇର ଆପୋଲୋ ଗ୍ରିମସ ରୋଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏଥି ସହିତ ତାଙ୍କ ପତ୍ନୀ ମିଡିଆରେ ସୁପରଷ୍ଟାରଙ୍କ ସ୍ବାସ୍ଥ୍ୟ ଅପଡେଟ ଦେଇଛନ୍ତି। ରଜନୀକାନ୍ତଙ୍କ ପତ୍ନୀ ଲତା କେବଳ କହିଛନ୍ତି ଯେ ବର୍ତ୍ତମାନ ସବୁ ଠିକ ଅଛି। ସୂଚନାଯୋଗ୍ୟ, ରଜନୀକାନ୍ତଙ୍କ ସ୍ବାସ୍ଥ୍ୟ ଗତ କିଛି ବର୍ଷ ମଧ୍ୟରେ ଅନେକ ଥର ଖରାପ ହୋଇଯାଇଛି। ଏହି ଅଭିନେତା ୨୦୧୬ରେ ଆମେରିକାରେ କିଡନୀ ପ୍ରତିରୋପଣ ମଧ୍ୟ କରିଥିଲେ। ନିକଟରେ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ସେ ରାଜନୀତିରୁ ମଧ୍ୟ ଅବସର ନେଇଥିଲେ। ବର୍ତ୍ତମାନ ସେ ଭଲ ଅଛନ୍ତି। ତେବେ ଏହି ଖବର ଆସିବା ପରେ ରଜନୀକାନ୍ତଙ୍କ ପ୍ରଶଂସକଙ୍କ ଚିନ୍ତା ବଢିଛି ଏବଂ ସେମାନେ ସୁପରଷ୍ଟାରଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Superstar | Argus News