Disha Salian Death Case / ସୁଶାନ୍ତ ସିଂହ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ଦିଶା ମୃତ୍ୟୁ ଘଟଣା; ତଦନ୍ତ ଭାର ଏବେ CBI ହାତରେ
·1 hour ago·2 min read

Key Points
ସୁଶାନ୍ତ ସିଂହ ରାଜପୁତଙ୍କ ମ୍ୟାନେଜର ଦିଶାଙ୍କ ମୃତ୍ୟୁ ମାମଲା
ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଲେ ବମ୍ବେ ହାଇକୋର୍ଟ
୪ ବର୍ଷ ପରେ ଦିଶାଙ୍କ ବାପାଙ୍କ ଆବେଦନର ଶୁଣାଣି

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନଙ୍କ ଅକାଳ ମୃତ୍ୟୁ ମାମଲାରେ ନୂଆ ମୋଡ଼ । ବମ୍ବେ ହାଇକୋର୍ଟ ଦେଲେ ବଡ଼ ରାୟ । ପୂରା ମାମଲାର ସମ୍ପୂର୍ଣ୍ଣ ଏବଂ ନିରପେକ୍ଷ ତଦନ୍ତ ପାଇଁ ହାଇକୋର୍ଟ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (CBI)କୁ ନିର୍ଦ୍ଦେଶ ଦେଇଛନ୍ତି । ହାଇକୋର୍ଟଙ୍କ ଏହି ଦୃଢ଼ ଆଭିମୁଖ୍ୟ ଏବେ ଏହି ପୁରୁଣା ମାମଲାର ନୂତନ ତଦନ୍ତ ପାଇଁ ପଥ ପରିଷ୍କାର କରିଛି ।
ଦିଶାଙ୍କ ବାପାଙ୍କ ଆବେଦନର ୪ ବର୍ଷ ପରେ ଶୁଣାଣି କରି ବିଚାରପତି ସାରଙ୍ଗ କୋଟୱାଲ ଏବଂ ବିଚାରପତି ରଣଜିତସିଂ ରାଜା ଭୋସଲେଙ୍କୁ ନେଇ ଗଠିତ ଦୁଇ ସଦସ୍ୟ ବିଶିଷ୍ଟ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି । ମୃତ ଦିଶାଙ୍କ ବାପା ସତୀଶ ସାଲିଆନଙ୍କ ୨୦୨୦ ମସିହାରେ ତାଙ୍କ ଝିଅର ମୃତ୍ୟୁର କାରଣ ଏବଂ ପରିସ୍ଥିତି ବିଷୟରେ ଗମ୍ଭୀର ପ୍ରଶ୍ନ ଉଠାଇଥିଲେ । କୋର୍ଟ ପ୍ରଥମେ ସତୀଶ ସାଲିଆନଙ୍କ ବୟାନକୁ ଆନୁଷ୍ଠାନିକ ଭାବରେ ରେକର୍ଡ କରିବାକୁ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି । ଖଣ୍ଡପୀଠ ଆବେଦନକାରୀଙ୍କୁ ତଦନ୍ତକାରୀ ସଂସ୍ଥା ଦ୍ୱାରା ପ୍ରସ୍ତୁତ ଚୂଡ଼ାନ୍ତ ରିପୋର୍ଟ କିମ୍ବା ନିଷ୍କର୍ଷରେ ସନ୍ତୁଷ୍ଟ ନହେଲେ କୋର୍ଟରେ ଚ୍ୟାଲେଞ୍ଜ କରିବାର ଆଇନଗତ ସ୍ୱାଧୀନତା ମଧ୍ୟ ପ୍ରଦାନ କରିଛନ୍ତି । ନ୍ୟାୟ ପାଇଁ ପୀଡିତାଙ୍କ ପରିବାର ପାଇଁ ଏହି ନିର୍ଦ୍ଦେଶକୁ ଏକ ବଡ଼ ଆଶ୍ୱସ୍ତି ଭାବରେ ଦେଖାଯାଉଛି ।

- ଦିଶା ସାଲିଆନ ମାମଲା କଣ ?
- ଦିଶାଙ୍କ ସହ ଗଣଦୁଷ୍କର୍ମ ହୋଇଥିବା ପିତାଙ୍କ ଅଭିଯୋଗ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ସୁଶାନ୍ତଙ୍କ ମୃତ୍ୟୁର ୬ ବର୍ଷ ପରେ ଖୋଲିଲା ରହସ୍ୟ: ଏମିତି କହିଲେ ଶିଶିର ଶର୍ମା...
- ସିବିଆଇ ତଦନ୍ତ ଦାବି କରିଥିଲେ
Related Topics
Explore more stories