Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ସୁଶାନ୍ତ ମୃତ୍ୟୁବରଣ କରିବାର ୧୦ ଦିନ ପୂର୍ବରୁ ମୋସହ କଥା ହୋଇଥିଲେ

Entertainment

ସୁଶାନ୍ତ ମୃତ୍ୟୁବରଣ କରିବାର ୧୦ ଦିନ ପୂର୍ବରୁ ମୋସହ କଥା ହୋଇଥିଲେ

Ritu Das
Browse all articles by Ritu Das
·2 years ago·2 min read
ସୁଶାନ୍ତ ମୃତ୍ୟୁବରଣ କରିବାର ୧୦ ଦିନ ପୂର୍ବରୁ ମୋସହ କଥା ହୋଇଥିଲେ

ଅର୍ଗସ ବ୍ୟୁରୋ: ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କୁ ଆଜିବି ଫ୍ୟାନ୍ସମାନେ ମନେ ପକାଉଛନ୍ତି। ଆଜିବି ସୁଶାନ୍ତଙ୍କ ଅଭିନୟକୁ ଲୋକେ ଭୂଲି ପାରି ନାହାନ୍ତି। ସୁଶାନ୍ତ ଯେତିକି ଟ୍ୟାଲେଣ୍ଟଡ ତାଙ୍କ ସ୍ବଭାବ ମଧ୍ୟ ସେତିକି ଭଲ। ଏଭଳି କିଛି ବୟାନ ଦେଇଛନ୍ତି ବଲିଉଡର ବରିଷ୍ଠ ଅଭିନେତା ମନୋଜ ବାଜପେୟୀ କହିଛନ୍ତି। ମନୋଜ କହିଛନ୍ତି ସୁଶାନ୍ତ ଜଣେ ବହୁତ ଭଲ ମଣିଷ ଥିଲେ। କିନ୍ତୁ କୌଣସି କଥାରେ ଖୁବଶୀଘ୍ର ବିଚଳିତ ମଧ୍ୟ ହୋଇପଡ଼ୁଥିଲେ।

ତାଙ୍କ ନାଁରେ କିଏ ଯଦି କୌଣସି ନେଗେଟିଭ ଆର୍ଟିକଲ ଲେଖୁଥିଲା ଏହି ଖବର ତାଙ୍କୁ ଖୁବ ପ୍ରଭାବିତ କରୁଥିଲା। ସେ ପୁରା ଚିନ୍ତିତ ହୋଇପଡ଼ୁଥିଲେ। କିନ୍ତୁ ସେ କେବେ ଆତ୍ମହତ୍ୟା କରିପାରିବେନି। ତାଙ୍କ ଲକ୍ଷ୍ୟ ଏବଂ ସ୍ବପ୍ନ ଭିନ୍ନ ଥିଲା। ସମସ୍ତଙ୍କୁ ସାହାଯ୍ୟ କରୁଥିଲେ। ସମସ୍ତଙ୍କ ଖୁସିରେ ଖୁସି ହେଉଥିଲେ। 

ମନୋଜ ବାଜପେୟୀ ଏବଂ ସୁଶାନ୍ତ ସିଂହ ରାଜପୁତ ୨୦୧୯ ମସିହାରେ `ସୋନଚିଡିୟା' ଫିଲ୍ମରେ ଏକାସାଥିରେ କାମ କରିଥିଲେ। ଦୁଇଜଣ ଏହି ମୁଭି କରିବାବେଳେ ଦୁହେଁ ଭଲ ବନ୍ଧୁ ହୋବଲିଉଡରେ ଫିଲ୍ମ ପାଇବାକୁ ହେଲେ ନିଜକୁ ସେତିକି ଶକ୍ତିଶାଳୀ ହେବାକୁ ପଡ଼ିବ। ସବୁଥିରେ ଧୈର୍ଯ୍ୟ ଧରିବାକୁ ହେବ। ମୋଠାରୁ କିଛି ଶିଖ। ନଚେତ ମୁଁ ସେହି ପ୍ରଡ୍ୟୁସରଙ୍କୁ ବାଡେଇକି ଆସିବି। ତ ଏହା ଶୁଣି ସୁଶାନ୍ତ ହସୁଥିଲା ସବୁବେଳେ। ଆଉ କହୁଥିଲା ସାର୍‌ ଆପଣ ହିଁ ଏମିତି କରିପାରିବେ। 

ମନୋଜ ଆଉ ଗୋଟିଏ କଥା କହିଥିଲେ ସୁଶାନ୍ତ ମୃତ୍ୟୁବରଣ କରିବାର ୧୦ ଦିନ ପୂର୍ବରୁ ମୋ ସହ କଥା ହୋଇଥିଲେ। ମୁଁ ରାନ୍ଧିଥିବା ମଟନ କରି ସୁଶାନ୍ତଙ୍କୁ ବହୁତ ପସନ୍ଦ ଆସିଥିଲା ଫୋନ କରି ସୁଶାନ୍ତ କହିଥିଲେ ମୁଁ ଘରକୁ ନିଶ୍ଚିତ ଆସିବି ଆପଣଙ୍କ ହାତରନ୍ଧା ମଟନ ଖାଇବକୁ। କିନ୍ତୁ ଠିକ ୧୦ ଦିନ ପରେ ସୁଶାନ୍ତଙ୍କର ମୃତ୍ୟୁ ଘଟିଥିଲା। ଆଉ ସେ ଦିନ ଆଉ କେବେ ଆସି ନ ଥିଲା। ଆମ ଦୁଇ ଜଣଙ୍କ ଘର ବିହାରରେ। ସୁଶାନ୍ତଙ୍କୁ ଆଉ ଦେଖା କରିପାରିଲିନି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମନୋଜ ଏକ ଇଣ୍ଟରଭ୍ୟୁରେ କହିଥିଲେ ଯେ, ସୁଶାନ୍ତ ମୋ ଠାରୁ ସବୁବେଳେ ପରାମର୍ଶ ନେଉଥିଲା। ମୋ ସାନ ଭାଇ ଭଳି ଥିଲା। ପ୍ରଡ୍ୟୁସରଙ୍କ ଫିଲ୍ମ ଡିଲିଂ କ୍ୟାନସଲ ହୋଇଯାଇଥିଲା। ସେତେବେଳେ ସୁଶାନ୍ତ ବ୍ୟସ୍ତ ହୋଇପଡ଼ୁଥିଲେ। ସେଥିରୁ ବାହାରିବାକୁ ତାଙ୍କୁ ସମୟ ଲାଗୁଥିଲା। ମୁଁ ବାରମ୍ବାର ତାଙ୍କୁ କହୁଥିଲି। ଯେ କୌଣସି ବିଷୟରେ ଅଧିକ ଚିନ୍ତା ନ କରନ୍ତି ଶାନ୍ତିରେ ରହିବାକୁ। କାରଣ ମୁଁ ବି ସ୍ତର ଦେଇ ଅତିକ୍ରମ କରିସାରିଥିଲି। ବଲିଉଡ ହିଁ ସେହିଭଳି ଥିଲା। 

ସୂଚନା ଥାଉ କି, ୨୦୨୦ ମସିହା ଜୁନ ୧୪ ତାରିଖରେ ମୁମ୍ବାଇ ସ୍ଥିତ ନିଜ ଆପାର୍ଟମେଣ୍ଟରେ ସୁଶାନ୍ତଙ୍କ ମୃତଦେହ ମିଳିଥିଲା। ପୋଲିସ ଆତ୍ମହତ୍ୟା ମାମଲା ରୁଜୁ କରିଥିବାବେଳେ ତାଙ୍କ ପରିବାର ଲୋକେ ହତ୍ୟା ମାମଲା ରୁଜୁ କରିଥିଲେ। ଆଜି ବି ସୁଶାନ୍ତଙ୍କ ପରିବାର ଲୋକେ ସୁଶାନ୍ତଙ୍କୁ ନ୍ୟାୟ ଦେବାପାଇଁ ପ୍ରତୀକ୍ଷା କରିଛନ୍ତି। 
ମନୋଜଙ୍କ ଓ୍ବାର୍କଫ୍ରଣ୍ଟ କଥା କହିବାକୁ ଗଲେ ମନୋଜ ନିକଟରେ `କିଲର ସୁପ', `ସାଇଲେନ୍ସ ୨' ଓ୍ବେବସିରିଜରେ ନଜର ଆସିଥିଲେ। ମନୋଜଙ୍କ `ଫ୍ୟାମିଲି ମ୍ୟାନ ୩'ରେ ବର୍ତ୍ତମାନ ବ୍ୟସ୍ତ ଅଛନ୍ତି। ତେବେ ମନୋଜଙ୍କ ଅପକମିଂ ମୁଭି `ଭେୟା ଜୀ ମେ' ୨୪ରେ ରିଲିଜ ହେବ।  

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର 
 

Painting
Sponsored
Sushant spoke | Argus News