ଲୁଚିଲୁଚି ପ୍ରେମିକଙ୍କୁ ବିବାହ କଲେ ତାପସୀ

ଅର୍ଗସ ବ୍ୟୁରୋ: ବଲିଉଡ ଅଭିନେତ୍ରୀ ତାପସୀ ପନ୍ନୁ ଖୁବଶୀଘ୍ର ବିବାହ କରିବାକୁ ଯାଉଥିବା ଖବର ଚର୍ଚ୍ଚାର ରହିଥିଲା। ତେବେ ନିଜର ବିବାହ ପ୍ରସଙ୍ଗରେ ତାପସୀ କୌଣସି ପ୍ରକାର ପ୍ରତିକ୍ରିୟା ଦେଇ ନଥିଲେ।
ଖବର ମିଳିଛି କି ତାପସୀ ପନ୍ନୁ ୧୦ବର୍ଷ ଧରି ପ୍ରେମ ସମ୍ପର୍କରେ ରହିବା ପରେ ଶେଷରେ ଲୁଚିଲୁଚି ବିବାହ କରିଛନ୍ତି। ଅଭିନେତ୍ରୀ ତାଙ୍କ ବ୍ୟାଡମିଣ୍ଟନ ଖେଳାଳି ବନ୍ଧୁ ମାଥିଏସ ବୋଏଙ୍କ ସହିତ ମାର୍ଚ୍ଚ ୨୩ରେ ଉଦୟପୁରରେ ପରିବାରଲୋକଙ୍କ ଉପସ୍ଥିତିରେ ବିବାହବନ୍ଧନରେ ବାନ୍ଧି ହୋଇଛନ୍ତି । ଉଭୟ ଶିଖ ଓ ଈଶାଇ ଶୈଳୀରେ ଅତି ସାଧାରଣ ଭାବେ ଅଭିନେତ୍ରୀଙ୍କ ବିବାହ ସମ୍ପନ୍ନ ହୋଇଥିଲା।
୨୦୧୩ ଇଣ୍ଡିଆନ ବ୍ୟାଡମିଣ୍ଟନ ଲିଗ ଅବସରରେ ଡେନମାର୍କର ଅଲିମ୍ପିକ ପଦକ ବିଜେତା ମାଥିଏସ ବୋଏଙ୍କୁ ତାପସୀ ଭେଟିଥିଲେ। ଏହାପର ଠାରୁ ଦୁହିଁଙ୍କ ମଧ୍ୟରେ ବନ୍ଧୁତା ହୋଇଥିଲା। ଏହି ବନ୍ଧୁତା ପରବର୍ତ୍ତୀ ସମୟରେ ପ୍ରେମ ସମ୍ପର୍କରେ ପରିଣତ ହୋଇଥିଲା। ଦୀର୍ଘ ୧୦ବର୍ଷ ଧରି ତାପସୀ ଓ ବୋଏ ଡେଟିଂ କରିବା ପରେ ଶେଷରେ ବିବାହ ପାଇଁ ନିଷ୍ପତ୍ତି ନେଇଥିଲେ। ଦୁହେଁ କାହାକୁ କିଛି ନ କହି ପରିବାରଲୋକଙ୍କ ଉପସ୍ଥିତିରେ ବିବାହ କରିଥିବା ଖବର ସାମ୍ନାକୁ ଆସିବା ପରେ ଫ୍ୟାନମାନେ ଦୁଃଖୀ ହୋଇଯାଇଛନ୍ତି।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର