Videos
|
Entertainment

ଅଜୟଙ୍କ ପାଇଁ ତାଙ୍କ ବାପାଙ୍କ ଠାରୁ ଗାଳି ଖାଉଥିଲେ ତବୁ

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ଅଜୟଙ୍କ ପାଇଁ ତାଙ୍କ ବାପାଙ୍କ ଠାରୁ ଗାଳି ଖାଉଥିଲେ ତବୁ

 ଅର୍ଗସ ବ୍ୟୁରୋ : ବଲିଉଡ ଆକ୍ଟର ଅଜୟ ଦେବଗନ ଖୁବ ଗମ୍ଭୀର ଦେଖାଯାଉଥିଲେ ମଧ୍ୟ ପ୍ରକୃତରେ ସେ ସେତିକି ଗମ୍ଭୀର ନୁହନ୍ତି । ଫିଲ୍ମ ଇଣ୍ଡଷ୍ଟ୍ରୀରେ ତାଙ୍କୁ ସମସ୍ତେ ପ୍ରାଙ୍କଷ୍ଟାର ବୋଲି କୁହନ୍ତି । ଏହି ପ୍ରାଙ୍କ କରିବା ପାଇଁ ସେ ତବୁଙ୍କୁ ଅନେକ ଥର ନିଜ ବାପାଙ୍କ ପାଖରୁ ଗାଳି ଶୁଣାଇଛନ୍ତି ।କାରଣ ତବୁ ଏବଂ ଅଜୟ ଦେବଗନଙ୍କ ଯୋଡି ଏବଂ ତାଙ୍କ ଫ୍ରେଣ୍ଡସିପ କେତେ ନିବିଡ ତାହା ପ୍ରାୟ ସମସ୍ତଙ୍କୁ ଜଣା । ଉଭୟ ଏକାଠି ଅନେକ ଫିଲ୍ମରେ କାମ କରିଛନ୍ତି । ଉଭୟ ନବେ ଦଶକର ହିଟ ଯୋଡି ଭାବେ ପରିଚିତ । ତାଙ୍କ ଫ୍ୟାନମାନେ ସେମାନଙ୍କୁ ସବୁବେଳେ ଷ୍ଟେଜ ଉପରେ ଦେଖିବାକୁ ଚାହିଁଥାନ୍ତି । ତେବେ ଏକ ସାକ୍ଷାତକାରରେ ତବୁ କହିଥିଲେ, ଅଜୟ ତାଙ୍କର ପିଲାବେଳର ସାଙ୍ଗ ଅଟନ୍ତି ।

ଅଧିକ ପଢନ୍ତୁ : ଭାଇରାଲ ହେଉଛି ଅମିତାଭଙ୍କ ଷ୍ଟାଚ୍ୟୁ

୧୨ ବର୍ଷରେ ଉଭୟ ଉଭୟଙ୍କୁ ଜାଣିଥିଲେ । ସେବେଠାରୁ ଉଭୟ ଘନିଷ୍ଠ ବନ୍ଧୁ ଅଟନ୍ତି । ସେଥିପାଇଁ ତବୁ ଅଝଙ୍କ ବାପା ବୀରୁ ଦେବଗନଙ୍କ ଠାରୁ ସବୁବେଳେ ଗାଳି ଶୁଣିଥାନ୍ତି । କାରଣ ତାଙ୍କ ବାପା ଜାଣିଛନ୍ତି, ଅଜୟଙ୍କ ସବୁ ସିକ୍ରେଟ ତବୁ ଜାଣିଛନ୍ତି । ସେଥିପାଇଁ ସେ ତାଙ୍କୁ ଲ୍ୟାଣ୍ଡଲାଇନରେ ଫୋନ କରି ଅଜୟଙ୍କ ବିଷୟରେ ପଚାରନ୍ତି । କିନ୍ତୁ ସାଙ୍ଗର ଭୁଲକୁ ଲୁଚାଇବା ପାଇଁ ତବୁ ଚୁପ ରୁହନ୍ତି । ତବୁ ଅଜୟଙ୍କର ପ୍ରଥମ ଫିଲ୍ମ ହେଉଛି 'ବିଜୟପଥ' । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Tabbu was scolded by ajay devgan's father for Ajay | Argus News