Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ସୁଟିଂ ସେଟରେ କାନ୍ଦିଲେ ଅଭିନେତ୍ରୀ ତାରା

Entertainment

ସୁଟିଂ ସେଟରେ କାନ୍ଦିଲେ ଅଭିନେତ୍ରୀ ତାରା

Banajyotshna Ray
Browse all articles by Banajyotshna Ray
·2 years ago·2 min read
ସୁଟିଂ ସେଟରେ କାନ୍ଦିଲେ ଅଭିନେତ୍ରୀ ତାରା

ଅର୍ଗସ ବ୍ୟୁରୋ: ସୁଟିଂ ସେଟରେ କାନ୍ଦି ଉଠିଲେ ଅଭିନେତ୍ରୀ ତାରା ସୁତେରିଆ। ରାସ୍ତାରେ ବସି ଅଧ ଘଣ୍ଟା ପର୍ଯ୍ୟନ୍ତ କାନ୍ଦିଲେ ତାରା। ଏଖବର ପରେ ତାରାଙ୍କ ଫ୍ୟାନ୍ସଙ୍କ ମଧ୍ୟରେ ଚିନ୍ତା ବଢ଼ାଇଛି। କଣ ପାଇଁ ସୁଟିଂ ସେଟରେ କାନ୍ଦିଲେ ତାରା। ତାଙ୍କୁ କିଏ କିଛି ସୁଟିଂ ସେଟରେ କହିଛି କି ବୋଲି ଫ୍ୟାନ୍ସଙ୍କ ମନରେ ପ୍ରଶ୍ନ। ଖୁବଶୀଘ୍ର ଫିଲ୍ମ 'ଅପୂର୍ବା'ରେ ନଜର ଆସିବେ ଅଭିନେତ୍ରୀ ତାରା ସୁତାରିଆ। ଏହା ଜରିଆରେ ନିଜ ଅଭିନୟର ଅସଲ ପ୍ରତିଭା ଦର୍ଶକଙ୍କ ସାମ୍ନାକୁ ଆଣିପାରିବେ ବୋଲି ସେ କହିଛନ୍ତି। ତାରା ଦେଖିବାକୁ ଯେମିତି ସୁନ୍ଦର, ତାଙ୍କ ଅଭିନୟ ବି ଖୁବ ଆକର୍ଷଣୀୟ। ଯାହା ବଳରେ ସେ ଦର୍ଶକଙ୍କ ହୃଦୟରେ ରାଜ କରୁଛନ୍ତି। ଅନେକ ବର୍ଷ ହେଲା ଏ ପ୍ରକାର ଭୂମିକାରେ ଅଭିନୟ କରିବାକୁ ଚାହୁଁଥିଲେ ତାରା ବୋଲି ସେ କହିଛନ୍ତି । ଅଭିନୟକୁ ନେଇ ଯାହା ଇଚ୍ଛା ଥିଲା। ଏହି ଫିଲ୍ମ ଜରିଆରେ ପୂରଣ ହେବ ବୋଲି ସେ ଆଶା କରୁଛନ୍ତି।

ଏକ ଗଣମାଧ୍ୟମ ସହ ବାର୍ତ୍ତାଳାପରେ ଫିଲ୍ମର ଏକ ସିନ୍‌ ବିଷୟରେ ତାରା କହିଛନ୍ତି। ଗୋଟିଏ ସିନ୍‌ ଏତେ ଆବେଗପୂର୍ଣ୍ଣ ଥିଲା ଯେ ଥରେ ସେ ରାସ୍ତାରେ ବସି କାନ୍ଦିବାକୁ ଲାଗିଲେ। ସିନ୍‌ ଶେଷ ହୋଇଗଲା, କିନ୍ତୁ ପ୍ରାୟ ଅଧ ଘଣ୍ଟା ପର୍ଯ୍ୟନ୍ତ ସେ ରାସ୍ତାରେ ବସି କାନ୍ଦିଲେ। ଫିଲ୍ମରେ ତାଙ୍କର ଅପୂର୍ବା ଚରିତ୍ର ପାଇଁ ଏହି ସିନ୍‌ ଅତ୍ୟନ୍ତ କଷ୍ଟକର ଥିଲା। ଯାହାର ସୁଟିଂ ତାଙ୍କ ପାଇଁ ଚ୍ୟାଲେଞ୍ଜ ଥିଲା ବୋଲି ତାରା କହିଛନ୍ତି। ଏଭଳି ଭୂମିକାରେ ଅଭିନୟ କରିବାର ସୁଯୋଗ କିଳିଥିାବରୁ ସେ ଦିଜକୁ ଭାଗ୍ୟଶାଳୀ ବୋଲି କହିଛନ୍ତି। ଫିଲ୍ମକୁ ନେଇ ସେ ଯେତିକି ନର୍ଭସ ସେତିକି ଉତ୍ସାହିତ।

ଫିଲ୍ମର ନିର୍ଦ୍ଦେଶକ ନିଖିଳ ନାଗେଶ ଭଟ୍ଟ ଯେତେବେଳେ ତାରାଙ୍କୁ କାହାଣୀ ଶୁଣାଇଲେ, ତାଙ୍କ ଲୋମା ଟାଙ୍କୁରି ଉଠିଲା । ଯେକୌଣସି ପରିସ୍ଥିତିରେ ଏହାର ଅଂଶ ହେବାକୁ ସେ ଚାହିଁଲେ। ନିକଟରେ ଫିଲ୍ମ ଟିମକ ପୂରା ଫିଲ୍ମ ଦେଖିଛନ୍ତି। ବର୍ଷକର ପରିଶ୍ରମ ପରେ ସେମାନେ ଯାହା ଆଶା କରୁଥିଲେ। ଫିଲ୍ମଟି ଠିକ୍‌ ସେମିତି ହୋଇଛି ବୋଲି ତାରା କହିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର: 

Argus Whatsapp Channel Mobile Top
Sponsored
Tara Sutaria cried a lot while shooting the scenes of ‘Apoorva’ She said- There were very painful moments | Argus News