Videos
|
Entertainment

ଟେଲି ଅଭିନେତା ଋତୁରାଜ ସିଂଙ୍କ ପରଲୋକ: ହୃଦଘାତରେ ଚାଲିଗଲା ଜୀବନ

Ritu Das
Browse all articles by Ritu Das
·2 years ago·2 min read
ଟେଲି ଅଭିନେତା ଋତୁରାଜ ସିଂଙ୍କ ପରଲୋକ: ହୃଦଘାତରେ ଚାଲିଗଲା ଜୀବନ

ଅର୍ଗସ ବ୍ୟୁରୋ: ଏଣ୍ଟରଟେନମେଣ୍ଟ ଜଗତରୁ ପୁଣି ଆସିଛି ଏକ ଦୁଃଖଦ ଖବର। ଲୋକପ୍ରିୟ ଟିଭି ଅଭିନେତା ଋତୁରାଜ ସିଂଙ୍କ ପରଲୋକ ହୋଇଛି। ୫୯ ବର୍ଷ ବୟସରେ ସେ ଦୁନିଆକୁ ଅଲବିଦା କହିଛନ୍ତି। ଅଭିନେତାଙ୍କ ହୃଦଘାତରେ ମୃତ୍ୟୁ ହୋଇଛି ବୋଲି ପରିବାର ପକ୍ଷରୁ ସ୍ପଷ୍ଟ କରାଯାଇଛି। ବହୁ ଟିଭି ଶୋ, ଓ୍ବେବ ସିରିଜ ଏବଂ ଫିଲ୍ମରେ ନିଜର ନିଚ୍ଛକ ଅଭିନୟ କରି ଲୋକଙ୍କ ହୃଦୟରେ ରାଜ କରୁଥିଲେ। ଏଭଳି ଦିଗଜ କଳାକାରଙ୍କ ନିଧନରେ ପୁରା ବଲିଉଡ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି। ଋତୁରାଜଙ୍କ ପରିବାର ଲୋକଙ୍କୁ ଗଭୀର ଝଟକା ଲାଗିଛି। 

ଏକ ମିଡିଆ ରିପୋର୍ଟ ଅନୁସାରେ ଅଭିନେତା ଅନିଲ ବେହଲ ଋତୁରାଜଙ୍କ ମୃତ୍ୟୁକୁ ସ୍ପଷ୍ଟୀକରଣ ଦେଇଥିଲେ। ଅନୀଲ କହିଥିଲେ ଋତୁରାଜ ଗତକାଲି ରାତିରେ ଖାଇକି ଶୋଇଥିଲେ। ୧୨.୩୦ ସମୟରେ ସେ ହୃଦଘାତର ଶିକାର ହୋଇଥିଲେ। ଯେଉଁଥିରେ ତାଙ୍କର ନିଧନ ଘଟିଲା। ପ୍ରଡ୍ୟୁସର ସନ୍ଦୀପ ସିକନ୍ଦ କହିଛନ୍ତି ଜଣେ ବହୁତ ଭଲ ମଣିଷ ଥିଲେ, ମୁଁ ତାଙ୍କ ମୃତ୍ୟୁକୁ ଜମା ଗ୍ରହଣା କରିପାରୁନି। ସେପଟେ ବଲିଉଡ ଅଭିନେତା ସୋନୁ ସୁଦ ତାଙ୍କ ଏକ୍ସ ହ୍ୟାଣ୍ଡେଲରେ ଋତୁରାଜଙ୍କ ମୃତ୍ୟୁକୁ ନେଇ ମୁଁ ଆଶ୍ଚର୍ଯ୍ୟ ବୋଲି ଲେଖିବା ସହ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ସେପଟେ ଅନୁପମା ସିରିଏଲରେ ସମସ୍ତ ଅଭିନେତା ଅଭିନେତ୍ରୀ ତାଙ୍କ ମୃତ୍ୟୁକୁ ବିଶ୍ବାସ କରିପାରୁ ନାହାନ୍ତି। 

ଋତୁରାଜ ପୋପୁଲାର ଟିଭି ଶୋ ହିଟଲର ଦିଦି, ଶପଥ, ଅଦାଲତ, ଆହଟ, ଦିୟା ଔର ବାତି ଭଳି ଶୋରେ ନଜର ଆସିଥିଲେ। ଏବେ କିଛି ଦିନ ହେଲା ଲୋକପ୍ରିୟ ଟିଭି ଶୋ ଅନୁପମାରେ ମଧ୍ୟ ନଜର ଆସିଥିଲେ। କିନ୍ତୁ ସ୍ବାସ୍ଥ୍ୟଗତ କାରଣରୁ କିଛି ଦିନ ହେଲା ଶୋରେ ଅନୁପସ୍ଥିତ ରହୁଥିଲେ। ଫିଲ୍ମ କଥା କହିଲେ ୟାରିୟାଁ ୨, ସତ୍ୟମେବଜୟତେ ୨, ଦ ମାଷ୍ଟରପିସ, ବଦ୍ରିନାଥ କି ଦୁଲହନିଆ ଭଲି ଫିଲ୍ମରେ ନିଜ ଅଭିନୟର ଛାପ ଛାଡ଼ିଛନ୍ତି। ଋତୁରାଜ ଆମ ଗହଣରେ ଆଜି ନାହନ୍ତି ସତ କିନ୍ତୁ ଆମ ସମସ୍ତଙ୍କ ହୃଦୟରେ ତାଙ୍କ ସ୍ଥାନ ସବୁବେଳେ ସ୍ବତନ୍ତ୍ର ହୋଇ ରହିବ। 

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Tele actor Ruturaj | Argus News