Videos
|
Entertainment

ଘରୁ ଉଦ୍ଧାର ହେଲା ସିଙ୍ଗର ମଲ୍ଲିକା ରାଜପୁତଙ୍କ ମୃତଦେହ

Ritu Das
Browse all articles by Ritu Das
·2 years ago·1 min read
ଘରୁ ଉଦ୍ଧାର ହେଲା ସିଙ୍ଗର ମଲ୍ଲିକା ରାଜପୁତଙ୍କ ମୃତଦେହ

ଅର୍ଗସ ବ୍ୟୁରୋ: ସନ୍ଦେହଜନକ ଅବସ୍ଥାରେ ଉତ୍ତର ପ୍ରଦେଶର ସୁଲ୍‌ତାନପୁର ଜିଲ୍ଲାସ୍ଥିତ ନିଜ ବାସଭବନରୁ ମଲ୍ଲିକା ରାଜପୁତଙ୍କର ମୃତଦେହ ତାଙ୍କ ଘରୁ ଉଦ୍ଧାର କରାଯାଇଥିବା କଥା ମଙ୍ଗଳବାର ପୋଲିସ କହିଛି। କୋତୱାଲୀ ଥାନା ଅନ୍ତର୍ଗତ ସୀତାକୁଣ୍ଡ ଅଞ୍ଚଳରେ ଅବସ୍ଥିତ ନିଜ ବାସଭବନର ଗୋଟାଏ କୋଠରିରେ ୩୫ ବର୍ଷୀୟ ଗାୟିକା ତଥା ଅଭିନେତ୍ରୀ ମଲ୍ଲିକାଙ୍କୁ ଛାତପଙ୍ଖାରେ ଫାଶୀ ଲଗାଇ ଝୁଲିଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି।

ମଲ୍ଲିକାଙ୍କ ମାଆ ସୁମିତ୍ରା ସିଂହ କହିଛନ୍ତି ଯେ, ଘରର ସମସ୍ତେ ଶୋଇପଡ଼ିଥିବାରୁ ଏ ଘଟଣା କେତେବେଳେ ଘଟିଲା ସେ ଜାଣିନାହାନ୍ତି। ସେ କହିଛନ୍ତି, କୋଠରିର କବାଟ ଆଉଜା ହୋଇଥିଲା, କିନ୍ତୁ ଆଲୁଅ ଜଳୁଥିଲା। ମୁଁ କୋଠରି ଭିତରକୁ ପଶି ଦେଖିଲି ଆମ ଝିଅ ପଙ୍ଖାରେ ଫାଶି ଲଗାଇବାଥିବା ପରି ଝୁଲିଛି। ମୁଁ ମୋ ସ୍ବାମୀ ଓ ଘରର ଅନ୍ୟ ଲୋକମାନଙ୍କୁ ଡାକିଲି। କିନ୍ତୁ, ସେ ସେତେବେଳକୁ ମରିଯାଇଥିଲା।

କୋତୱାଲୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀରାମ ପାଣ୍ଡେ କହିଛନ୍ତି ଯ‌େ, ଏହା ଆତ୍ମହତ୍ୟା ଘଟଣା ବୋଲି ପ୍ରାରମ୍ଭିକ ତଦନ୍ତରୁ ଜଣାପଡୁଛି। କିନ୍ତୁ, ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର ବାସ୍ତବ କାରଣ ଜଣାପଡ଼ିବ। ତଥାପି ମଲ୍ଲିକାଙ୍କ ଅକାଳ ବିୟୋଗ ଘଟଣାର ତଦନ୍ତ ଚାଲିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର 
 

The body of Singar | Argus News