Videos
|
Entertainment

ଗୁରୁ ଶିଷ୍ୟର ନିବିଡ ସମ୍ପର୍କକୁ ନେଇ ଆସୁଛି ଓଡ଼ିଆ ସିନେମା

Ritu Das
Browse all articles by Ritu Das
·2 years ago·1 min read
ଗୁରୁ ଶିଷ୍ୟର ନିବିଡ ସମ୍ପର୍କକୁ ନେଇ ଆସୁଛି ଓଡ଼ିଆ ସିନେମା

ଅର୍ଗସ ବ୍ୟୁରୋ: ଗୁରୁ ଶିଷ୍ୟର ନିବିଡ ସମ୍ପର୍କକୁ ନେଇ ନିର୍ମାଣ ହେବାକୁ  ଯାଉଛି ଓଡ଼ିଆ ଚଳଚ୍ଚିତ୍ର ଗୁରୁଜୀ ନମସ୍କାର। ଚଳଚ୍ଚିତ୍ର ନିର୍ମାଣ ପୂର୍ବରୁ  ଭୁବନେଶ୍ୱରର ଏକ ହୋଟେଲରେ ଏହାର ଟାଇଟଲ ଓ ପୋଷ୍ଟର ରିଲିଜ ହୋଇଯାଇଛି। ତେବେ ଚଳଚ୍ଚିତ୍ରଟି ମୌଳିକ କାହାଣୀକୁ ନେଇ ପ୍ରସ୍ତୁତ ହେବାକୁ ଥିବା ବେଳେ ଜଣେ ଶିକ୍ଷକ  କିଭଳି ବ୍ୟକ୍ତିଗତ ବଳିଦାନ ମାଧ୍ୟମରେ  ଶିକ୍ଷାରେ ପରିବର୍ତ୍ତନ ଆଣିଥାଏ ସେହି କାହାଣୀ ଉପରେ ପର୍ଯ୍ୟବେଶିତ । ଯେଉଁଥିରେ ଜଣେ ଗ୍ରାମୀଣ ଶିକ୍ଷକଙ୍କର ଶିକ୍ଷା ପ୍ରତି ଥିବା ଉତ୍ସର୍ଗୀକୃତ ଭାବ ସୃଜନଶୀଳତା ଓ ପାରିବାରିକ ପୃଷ୍ଠପୋଷକତାକୁ ଦର୍ଶାଯାଇଛି। 

ଯାହା ଛାତ୍ର  ଓ ଶିକ୍ଷକଙ୍କ ମଧ୍ୟରେ ଏକ ସୁସମ୍ପର୍କକୁ ଗଢେ । ଆଉ ଏହି ସମ୍ପର୍କର ପ୍ରେରଣାରେ ଛାତ୍ରଟି ଦିନେ ସଫଳତା ପାଏ।  ଆଉ ତାର ସେହି ସଫଳତା ସମାଜ ପାଇଁ ଦିନେ ଉଦାହରଣ ସାଜେ। ଏଭଳି ଗୁରୁ ଶିଷ୍ୟ ସଂପର୍କର କାହାଣୀକୁ ନେଇ ଫିଲ୍ମଟି ପ୍ରସ୍ତୁତ ହେଉଥିବା  ବେଳେ  ନିଶ୍ଚୟ ଏକ ସୁନ୍ଦର ପରମ୍ପରାର ପୁନରାବୃତ୍ତି ଓଡ଼ିଆ ସିନେମାରେ ହେବ ବୋଲି କହିଛନ୍ତି  ଅଭିନେତା ଓ ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର। ଚଳଚ୍ଚିତ୍ରଟି ଦ ଅଣ୍ଡରଗ୍ରାଡସ ଓ ଲାମେଲ୧୮ ବ୍ୟାନରରେ  ପ୍ରସ୍ତୁତ ହୋଇଥିବା ବେଳେ କାହାଣୀ ଚିତ୍ରନାଟ୍ୟ ଓ ସଂଳାପରେ ରହିଛନ୍ତି ସଙ୍କେତ ତ୍ରିପାଠୀ ରହିଛନ୍ତି। ନିର୍ଦ୍ଦେଶନାରେ ରହିଛନ୍ତି ଜିତେନ୍ଦ୍ରିୟ ପ୍ରଧାନ। ସହ ପ୍ରଯୋଜକ ଇଲା ମିଶ୍ରଙ୍କ ସହ ନିର୍ଦ୍ଦେଶକ ଟୁକୁନ ସହ ସଙ୍ଗୀତକୁ ଶବ୍ଦରେ ସଜାଇଛନ୍ତି ଅଭିଜିତ ମଜୁମଦାର। 

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
The coming odia | Argus News