ସାମ୍ନାକୁ ଆସିଲା ବରୁଣ-ଲାବଣ୍ୟାଙ୍କ ବିବାହର ପ୍ରଥମ ଝଲକ
·2 years ago·1 min read

ଅର୍ଗସ ବ୍ୟୁରୋ: ସାଉଥ ଅଭିନେତା ବରୁଣ ତେଜ ଏବଂ ଲାବଣ୍ୟା ତ୍ରିପାଠୀ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଅଗ୍ନିକୁ ସାକ୍ଷୀ ରଖି ସାତ ଜନ୍ମର ସାଥୀ ହୋଇଛନ୍ତି। ବରୁଣ ଲାବଣ୍ୟା ଇଟାଲିରେ ବିବାହ କରିଛନ୍ତି। ବିବାହ ବେଳର କିଛି ସୁନ୍ଦର ଫଟୋ ନିଜ ଇନଷ୍ଟା ଆଇଡିରେ ପୋଷ୍ଟ କରିଛନ୍ତି। ଦୁହିଁଙ୍କ ଯୋଡ଼ି ଭାରି ସୁନ୍ଦର ଲାଗୁଛି।
ଲାବଣ୍ୟା ଟ୍ରାଡିଶନାଲ ଆଉଟଫିଟରେ ଶାଢ଼ୀ ଏବଂ ଗହଣାରେ ନଜର ଆସିଥିଲେ। ସାଉଥଷ୍ଟାର ରାମଚରଣ ଏବଂ ଅଲ୍ଲୁ ଅର୍ଜୁନ ଏହି ବିବାହରେ ଯୋଗ ଦେଇଥିଲେ। ବରୁଣ ଏହି ପୋଷ୍ଟ ଶେୟାର କରି ଷ୍ଟାଟସରେ ଲେଖିଛନ୍ତି my lav. ବରୁଣ ଏମ୍ବ୍ରୋଡରୀ ଶେରଓ୍ବାନୀ ପିନ୍ଧିଛନ୍ତି। ବରୁଣ ଏବଂ ଲାବଣ୍ୟା ବହୁତ ଖୁସି ନଜର ଆସିଛନ୍ତି। ବରୁଣ ଲେଖିଛନ୍ତି ଆମ ଦୁଇଜଣଙ୍କୁ କେବଳ ଆପଣଙ୍କ ଆଶୀର୍ବାଦ ଦରକାର। ତେବେ ଏହି ନ୍ୟୁଲି କପଲଙ୍କ ଫଟୋ ଏବେ ଇନଷ୍ଟାରେ ଭାଇରାଲ ହେବାରେ ଲାଗିଛି। ଏହି ବିବାହରେ ଉଭୟ ପରିବାରର କ୍ଲୋଜ ରିଲେଟିଭସ ମାନେ ଯୋଗ ଦେଇଥିଲେ।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: