Videos
|
Entertainment

IC-814 ଓ୍ବେବସିରିଜକୁ ନେଇ ଏବେ ସବୁଠି ପ୍ରତିବାଦ

Ritu Das
Browse all articles by Ritu Das
·2 years ago·1 min read
IC-814 ଓ୍ବେବସିରିଜକୁ ନେଇ ଏବେ ସବୁଠି ପ୍ରତିବାଦ

ଅର୍ଗସ ବ୍ୟୁରୋ: ୧୯୯୯ ମସିହା ଡିସେମ୍ବର ୨୪ ତାରିଖ କଥା ଭାବିଲେ ଏବେ ବି ଛାତି ଥରି ଉଠେ। କାଠାମାଣ୍ଡୁରୁ ଦିଲ୍ଲୀ ଯାଉଥିବା ବିମାନ ଅପହରଣ ହୋଇଥିଲା। ବିମାନରେ ଯେତେବେଳେ ଲଞ୍ଚ ସର୍ଭ ହେଉଥିଲା ୫ ଜଣ ଦୁର୍ବୃତ୍ତ ପଶି ପ୍ଲେନ ହାଇଜାକ ହୋଇଛି ବୋଲି କହିଥିଲେ। ଗନ ପଏଣ୍ଟରେ ଥିଲେ IC-814ର କ୍ୟାପଟେନ ଦେବଶରଣ। ଆଉ ଏବେ ଏହି ରିୟଲ ଷ୍ଟୋରୀକୁ ନେଇ ନେଟଫ୍ଲିକ୍ସରେ ରିଲିଜ ହୋଇଛି IC-814 କାନ୍ଦାହାର ହାଇଜାକ। କିନ୍ତୁ ଏହି ସିରିଜ ଆତଙ୍କବାଦୀ ଚରିତ୍ରର ନାମକୁ ପରିବର୍ତ୍ତନ କରାଯାଇଛି। ଯେଉଁଥିପାଇଁ ଚାରିଆଡେ ବିରୋଧ କରାଯାଉଛି। କାରଣ ଏହି ଓ୍ବେବସିରିଜରେ ସବୁ କିଛି ଠିକ ଅଛି କିନ୍ତୁ ସେହି ୫ ଆତଙ୍କବାଦୀଙ୍କ ନାମକୁ ହିନ୍ଦୁ ନାମରେ ସାଙ୍କେତିକ ନାମ ଦିଆଯାଇଥିଲା। ଯାହାକି କେବଳ ଅପରେସନ ବେଳେ ଦିଆଯାଇଥିଲା କିନ୍ତୁ ପ୍ରକୃତରେ ସେହି ଆତଙ୍କବାଦୀମାନେ ଥିଲେ ଲଘୁ ସମ୍ପ୍ରଦାୟର। 

ଉକ୍ତ ସିରିଜ୍‌ରେ ଦୁଇଜଣ ଇସଲାମୀୟ ଆତଙ୍କବାଦୀଙ୍କ ନାମ ପରିବର୍ତ୍ତନ କରାଯାଇ ହିନ୍ଦୁଙ୍କ ସାଂକେତିକ ନାମ ଦିଆଯାଇଥିଲା। ସେଥିବପାଇଁ ବିଭିନ୍ନ ହିନ୍ଦୁ ସଂଗଠନ ଓ ବ୍ୟକ୍ତିବିଶେଷଙ୍କ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏହି ଘଟଣାରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ନେକ୍ସକୁ ନୋଟିସ୍ ଜାରି କରଥିଲା । ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଅଧିକାରୀଙ୍କୁ ଆଜି ଭେଟି ନେଟଫ୍ଲିକ୍ସର ଉପାଧ୍ୟକ୍ଷ (ବିଷୟବସ୍ତୁ) ମୋନିକା ଶେରଗିଲ୍ ସ୍ପଷ୍ଟୀକରଣ ଦେଇଛନ୍ତି।  

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: