Videos
|
Entertainment

ପୁଷ୍ପାଙ୍କ ନାମରେ ମାମଲା ରୁଜୁ, ଆଚାର ସଂହିତା ଉଲ୍ଲଙ୍ଘନ କରିଥିବା ଅଭିଯୋଗ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ପୁଷ୍ପାଙ୍କ ନାମରେ ମାମଲା ରୁଜୁ, ଆଚାର ସଂହିତା ଉଲ୍ଲଙ୍ଘନ କରିଥିବା ଅଭିଯୋଗ

ଅର୍ଗସ ବ୍ୟୁରୋ:  ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ଅଲ୍ଲୁ ଅର୍ଜୁନ । ତାଙ୍କୁ କିଏ ବା ନଜାଣେ। ହେଲେ ତାଙ୍କ ପ୍ରଶଂସକଙ୍କ ପାଇଁ ଦୁଃଖ ଖବର। କାହିଁକି ନା ଅଲ୍ଲୁଙ୍କ ନାମରେ ମାମଲା ରୁଜୁ ହୋଇଛି। ଏବେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ଯେ, ଅଲ୍ଲୁ ଅର୍ଜୁନ କରିଛନ୍ତି କଣ ? ଯେଉଁଥି ପାଇଁ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଅଲ୍ଲୁଙ୍କର ଅନେକ ଫ୍ୟାନ ଫଲୋଅର୍ସ ଅଛନ୍ତି । ତାଙ୍କର ଗୋଟିଏ ଝଲକ ପାଇବା ପାଇଁ ହଜାର ସଂଖ୍ୟାରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥାଏ । ଶନିବାର ଅଲ୍ଲୁ ଅର୍ଜୁନ ଆନ୍ଧ୍ରପ୍ରଦେଶର ନନ୍ଦୟାଲ ସ୍ଥିତ ତାଙ୍କ MLA ସାଙ୍ଗ ଘରକୁ ନିର୍ବାଚନ ପାଇଁ ସମର୍ଥନ ଜଣାଇବାକୁ ଯାଇଥିଲେ । ତେବେ YSRCP ପାଇଁ ପ୍ରଚାର କରିଥିବାରୁ ଅଲ୍ଲୁ ଅର୍ଜୁନଙ୍କ ବିରୋଧରେ ଆଚାର ସଂହିତା ଉଲ୍ଲଙ୍ଘନ କରିଥିବା ନେଇ ଏକ ମାମଲା ରୁଜୁ କରାଯାଇଛି ।

ଏଥିମଧ୍ୟରେ ଅଲୁ ଅର୍ଜୁନ ପ୍ରଚାରର ଶେଷ ଦିନରେ ନନ୍ଦୟାଲ ସ୍ଥିତ ତାଙ୍କ ଘନିଷ୍ଠ ବନ୍ଧୁ ତଥା YSRCP ରବି ଚନ୍ଦ୍ର କିଶୋର ରେଡ୍ଡୀଙ୍କ ଘରକୁ ଯାଇଥିଲେ । ସେଠାରେ ଅଲ୍ଲୁ ଅର୍ଜୁନଙ୍କୁ ଦେଖି ପ୍ରଶଂସକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ପରେ ବଡିଗାର୍ଡ଼ଙ୍କ ସାହାଯ୍ୟରେ ତାଙ୍କୁ ସୁରକ୍ଷିତ ରବି ଚନ୍ଦ୍ରଙ୍କ ଘର ବାଲକୋନୀକୁ ନିଆଯାଇଥିଲା । ପରେ ଅଲ୍ଲୁ ଅର୍ଜୁନ, ରବି ଚନ୍ଦ୍ର ଏବଂ ତାଙ୍କ ପତ୍ନୀ ସ୍ନେହା ରେଡ୍ଡୀ ବାଲକୋନୀରେ ପ୍ରଶଂସକଙ୍କୁ ଭେଟିଥିଲେ । ଆନ୍ଧ୍ରପ୍ରଦେଶର ୨୫ଟି ଲୋକସଭା ଆସନ ପାଇଁ ମେ ୧୩ରେ ୪ର୍ଥ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ ।

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: