Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ରିଲିଜ୍‌ ହେଲା ବହୁ ପ୍ରତିକ୍ଷିତ ଫିଲ୍ମ `କଳ୍‌କୀ ୨୮୯୮ ଏଡି'

Entertainment

ରିଲିଜ୍‌ ହେଲା ବହୁ ପ୍ରତିକ୍ଷିତ ଫିଲ୍ମ `କଳ୍‌କୀ ୨୮୯୮ ଏଡି'

Ritu Das
Browse all articles by Ritu Das
·1 year ago·1 min read
ରିଲିଜ୍‌ ହେଲା ବହୁ ପ୍ରତିକ୍ଷିତ ଫିଲ୍ମ `କଳ୍‌କୀ ୨୮୯୮ ଏଡି'

ଅର୍ଗସ ବ୍ୟୁରୋ: ବଡ଼ ପରଦାକୁ ଆସିଛି ବହୁ ପ୍ରତିକ୍ଷୀତ ଫିଲ୍ମ `କଳକୀ ୨୮୯୮ AD'. ପ୍ରଥମ ଶୋ'ରୁ ହିଁ ସିନେମାକୁ ଭଲ ପ୍ରତିକ୍ରିୟା ମିଳିଛି। ଗୁରୁବାର ଭୋରୁ ଭୋରୁ ବହୁ ସହରରେ ପ୍ରଥମ ଶୋ' ଆରମ୍ଭ ହୋଇଯାଇଥିଲାବେଳେ ଦିନ ଗଡ଼ିବା ସହିତ ସିନେମାର ପ୍ରଶଂସା ବଢ଼ିବାରେ ଲାଗିଛି।  ସିନେମାରେ ପ୍ରମୁଖ ଭୂମିକାରେ ପ୍ରଭାସ, ଅମିତାଭ ବଚନ, ଦୀପିକା ପାଦୁକୋନ ଆଦି ଅଭିନୟ କରିଛନ୍ତି। ପୂର୍ବପରି ପ୍ରଭାସ ତାଙ୍କ ଚିରାଚରିତ ରିବେଲ ଷ୍ଟାର ଭୂମିକାରେ ନଜର ଆସିଥିଲା ବେଳେ ବିଗ ବି ଅମିତାଭ ତାଙ୍କର ତାଙ୍କର ବଳିଷ୍ଠ ଅଭିନୟ ବଳରେ ସିନେମାରେ ଜୀବନ୍ତ କରିଛନ୍ତି। ସେହିପରି ସିନେମାର ମୁଖ୍ୟ ଅଭିନେତ୍ରୀ ଦୀପିକା ମଧ୍ୟ ତାଙ୍କର ଅଭିନୟର ଯାଦୁ ଦେଖାଇଛନ୍ତି। 

`କଲକୀ ୨୮୯୮ ଏଡି' ମହାଭାରତ ଯୁଦ୍ଧର ପରବର୍ତ୍ତୀ ମୁହୂର୍ତ୍ତରୁ ଆରମ୍ଭ ହୋଇଛି। ଯେତେବେଳେ ଭଗବାନ କୃଷ୍ଣ ଅଶ୍ବଥମାଙ୍କୁ ଅମର ହେବାକୁ ଅଭିଶାପ ଦେଇଥିଲେ। ଯାହାକୁ ଭିତ୍ତି କରି ସିନେମାର କାଳ୍ପନିକ ଗତିପଥକୁ ଆଗକୁ ବଢ଼ିଛି। ସିନେମାର କାହାଣୀ ଅପେକ୍ଷା ଏଡିରେ ଦେଖାଯାଇଥିବା ଭିଜୁଆଲ ଗ୍ରାଫିକ୍ସ ଦର୍ଶକଙ୍କୁ ବହୁତ ପସନ୍ଦ ଆସିଛି। ଯାହାକୁ ସିନେମାର ବ୍ୟାକଗ୍ରାଉଣ୍ଡ ସଙ୍ଗୀତ ଆୁ ଟିକିଏ ଜୀବନ୍ତ କରିଛି। 

ସିନେମାରେ ଅନ୍ୟମାନଙ୍କ ମଧ୍ୟରେ ଦିଶା ପଟାନୀ, କମଲ ହାସନ, ଶୋଭନା ଏବଂ ବିଜୟ ଦେବରକୋଣ୍ଡା, ମୃଣାଳ ଠାକୁର, ଦିଲକର ସଲମାନ, ଏସଏସ ରାଜାମୌଲି, ରାମଗୋପାଳ ବର୍ମା ଆଦିଙ୍କୁ ଅତିଥି କଳାକାର ଭୂମିକାରେ ଦେଖିବାକୁ ମିଳିବ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର 
 

Argus Whatsapp Channel Mobile Top
Sponsored
The much awaited | Argus News