୧୯୮୮ ମସିହାରେ ବଦଳିଥିଲା ଏହି ସୁପରହିଟ ମୁଭିର ନାଁ
·2 years ago·1 min read

ଅର୍ଗସ ବ୍ୟୁରୋ: ୧୯୮୮ ମସିହାରେ ଏକ ସୁପରହିଟ ମୁଭିର ନାଁ ଶେଷ ମୁହୂର୍ତ୍ତରେ ବଦଳିଥିଲା। ଏହି ବର୍ଷ ବଲିଉଡରେ କୟାମତ ସେ କୟାମତ ତକ ଫିଲ୍ମ ରିଲିଜ ହୋଇଥିଲା। ଏହି ଫିଲ୍ମରେ ଲିଡ ରୋଲରେ ଥିଲେ ଆମିର ଖାନ ଏବଂ ଜୁହି ଚାଓ୍ବଲା। ଉଭୟ ଆମୀର ଏବଂ ଜୁହି ଏହି ଫିଲ୍ମରୁ ହିଁ ବଲିଉଡରେ ଡେବ୍ୟୁ କରିଥିଲେ। ଏହି ଫିଲ୍ମର ନାଁ ଆରମ୍ଭରୁ `ନଫରତ କି ବାରିଶ' ରଖାଯାଇଥିଲା।
ମେକର୍ସମାନେ ଶେଷ ମୁହୂର୍ତ୍ତରେ ହିଁ ଫିଲ୍ମର ନାଁ ପରିବର୍ତ୍ତନ କରିଥିଲେ। `କୟାମତ ସେ କୟାମତ ତକ' ମୁଭି ସୁପରହିଟ ହୋଇଥିଲା। ୨.୫ କୋଟି ବଜେଟରେ ଏହି ମୁଭି ହୋଇଥିବାବେଳେ ସେତେବେଳେ ଏହି ମୁଭି ଦୁଇଗୁଣରୁ ଅଧିକ ଆୟ କରିଥିଲା। ବକ୍ସଅଫିସର ସବୁ ରେକର୍ଡ ଭାଙ୍ଗିଥିଲା। ଏହି ଫିଲ୍ମ ସେହି ବର୍ଷର ତୃତୀୟ ହିଟ ଫିଲ୍ମ ଥିଲା। ଏହି ଫିଲ୍ମରେ ଜୁହି ଆଉ ଆମୀରଙ୍କ ଅଭିନୟ ଫ୍ୟାନ ମାନଙ୍କ ହୃଦୟ ଛୁଇଁଥିଲା। ଆଉ ରାତାରାତି ଜୁହି ଆଉ ଆମୀର ବଲିଉଡରେ ଷ୍ଟାର ପାଲଟି ଯାଇଥିଲେ।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: