Videos
|
Entertainment

ଜେଲରେ ଷ୍ଟାଫଙ୍କ ଅବହେଳା ଯୋଗୁଁ ଚାଲିଗଲା ଅଭିଯୁକ୍ତ ଅନୁଜ ଥାପନଙ୍କ ଜୀବନ

Ritu Das
Browse all articles by Ritu Das
·2 years ago·1 min read
ଜେଲରେ ଷ୍ଟାଫଙ୍କ ଅବହେଳା ଯୋଗୁଁ ଚାଲିଗଲା ଅଭିଯୁକ୍ତ ଅନୁଜ ଥାପନଙ୍କ ଜୀବନ

ଅର୍ଗସ ବ୍ୟୁରୋ: ବଲିଉଡ ଷ୍ଟାର ସଲମାନ ଖାନ ଘର ବାହାରେ ହୋଇଥିବା ଗୁଳିକାଣ୍ଡ ମାମଲାକୁ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଜେଲରେ ଥାଇ ଆତ୍ମହତ୍ୟା କରିଥିବା ସୁଟର ଅଭିଯୁକ୍ତଙ୍କ ବିଷୟରେ ଏକ ନୂଆ ତଥ୍ୟ ଜଣାପଡ଼ିଛି। କ୍ରାଇମବ୍ରାଞ୍ଚର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଆତ୍ମହତ୍ୟା କରିଥିବା ଅଭିଯୁକ୍ତଙ୍କ ଜୀବନ ବଞ୍ଚାଯାଇପାରିଥାନ୍ତା। କିନ୍ତୁ ଷ୍ଟାଫ କମ ଥିବାରୁ ଅଭିଯୁକ୍ତଙ୍କ ପ୍ରତି ଅବହେଳା ହୋଇଥିବାରୁ ଅଭିଯୁକ୍ତଙ୍କ ଜୀବନ ଚାଲିଯାଇଥିଲା। ୪୦ ମିନିଟରେ ହିଁ ସବୁ ଓଲଟପାଲଟ ହୋଇଯାଇଥିଲା। ତେବେ ଏହା ଜାଣିଶୁଣି କରାଯାଇଥିଲା କି କଣ। ସେନେଇ ଖୋଳତାଡ଼ ଜାରି ରଖିଥିଲା କ୍ରାଇମବ୍ରାଞ୍ଚ।

କ୍ରାଇମବ୍ରାଞ୍ଚ ତଥ୍ୟ ଅନୁଯାୟୀ ଅଭିଯୁକ୍ତ ଅନୁଜ ଥାପନ ପ୍ରଥମେ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଶୌଚାଳୟକୁ ନିଜେ ଯାଇଥିଲେ କିନ୍ତ ନିୟମ ଅଛି ଯେ, ଅଭିଯୁକ୍ତଙ୍କ ସାଥୀରେ ଜଣେ ପୋଲିସ ଗାର୍ଡ ନିହାତି ଯିବା ଦରକାର। ଅନୁଜ ଶୌଚାଳୟକୁ ଯାଇ ୪୦ ମିନିଟ ପର୍ଯ୍ୟନ୍ତ ହାଜତକୁ ଫେରି ନ ଥିଲେ।  ଏହାମଧ୍ୟ କାହାକୁ ଖବର ନ ଥିଲା। ଯଦି ୪୦ ମିନିଟ ଭିତରେ ତାଙ୍କୁ ଯଦି ପୋଲିସ କର୍ମଚାରୀ ଖୋଜିଥାଆନ୍ତେ ହୁଏତ ତାଙ୍କ ଜୀବନ ଆଜି ବଞ୍ଚିପାରଥାନ୍ତା। ତେବେ ଜେଲରେ ଥିବା ସୁରକ୍ଷାକର୍ମଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି। 

ସୂଚନା ଥାଉକି, କିଛି ଦିନ ତଳେ ସଲମାନଙ୍କ ଘର ସମ୍ମୁଖରେ ଗୁଳିଗାଡ଼ ହୋଇଥିଲା। ଦୁଇ ଦୁର୍ବୃତ୍ତ ବାଇକରେ ଆସି ଗୁଳିମାଡ଼ କରି ଚାଲିଯାଇଥିଲେ। ଗୁଳିକାଣ୍ଡରେ ଦୁଇ ଦୁର୍ବୃତ୍ତଙ୍କୁ ଗିରଫ କରିଥିଲା ବାନ୍ଦ୍ରା ପୋଲିସ। ଏହାପରେ ସଲମାନଙ୍କ ଘରକୁ କଡ଼ାକଡ଼ି ସୁରକ୍ଷା ବନ୍ଦୋବସ୍ତ କରାଯାଇଥିଲା। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର 
 

Sponsored
The negligence of the staff | Argus News