Videos
|
Entertainment

ଏତେ କୋଟିର ମାଲିକ ସାଉଥ ସିନେମାର ରାଜକୁମାର ମହେଶ ବାବୁ

Ritu Das
Browse all articles by Ritu Das
·2 years ago·2 min read
ଏତେ କୋଟିର ମାଲିକ ସାଉଥ ସିନେମାର ରାଜକୁମାର ମହେଶ ବାବୁ

ଅର୍ଗସ ବ୍ୟୁରୋ: ସାଉଥ ଇଣ୍ଡଷ୍ଟ୍ରିର ମହେଶ ବାବୁ ବେଶ ପରିଚିତ। ଫ୍ୟାନ ମାନେ ମହେଶଙ୍କ ପାଇଁ ଦିଓ୍ବାନା। ମହେଶ ବାବୁ ଦେଖିବାକୁ ଭାରି ହ୍ୟାଣ୍ଡସମ। ତାଙ୍କର ଦମଦାର ଅଭିନୟ ଦର୍ଶକଙ୍କୁ ଆଜିଯାଏ ବାନ୍ଧି ରଖିଛି। ସେଥିପାଇଁ ତାଙ୍କୁ ସାଉଥ ସିନେମାର ରାଜକୁମାର କୁହାଯାଏ। ମହେଶ ବାବୁଙ୍କୁ ନେଇ ଆଉ ଗୋଟିଏ କଥା ହେଉଛି ସେ ପୁରା ଫ୍ୟାମିଲି ମ୍ୟାନ। କୌଣସି controversyରେ ସେ ପଡ଼ନ୍ତି ନାହିଁ। ମହେଶ ତାଙ୍କ ପତ୍ନୀ ନମ୍ରତା ସିରୋଦକର ଏବଂ ପୁଅ ଝିଅଙ୍କୁ ବହୁତ ଭଲ ପାଆନ୍ତି। 

ଜଣେ ଭଲ ମଣିଷଟିଏ ମଧ୍ୟ। ମହେଶ ନନ୍ଦିନୀ ସିତାରାଙ୍କର ମଧ୍ୟ ଫ୍ୟାନ ଫଲୋର୍ସ ଖୁବ ଅଧିକ। ନିକଟରେ ମହେଶଙ୍କ ପୁରା ପରିବାର ଅମ୍ବାନୀ ପରିବାରର ବିବାହରେ ସାମିଲ ହୋଇଥିଲେ। ଅନନ୍ତ-ରାଧିକାଙ୍କ ବିବାହରେ ମହେଶ ନନ୍ଦିନୀ ସିତାରାଙ୍କର ଖୁବ କ୍ରେଜ ଥିଲା। ସମସ୍ତେ ତାଙ୍କୁ ବହୁତ ଭଲ ପାଇବା ଦେଇଛନ୍ତି। ସବୁ ଅଭିନେତା ଅଭିନେତ୍ରୀଙ୍କ ସାଥୀରେ ସେଲଫି ନେଇଥିଲେ ସିତାରା। ମହେଶ ବାବୁ ଏବେ କେତେ କୋଟିର ମାଲିକ ଆପଣ ଜାଣନ୍ତି କି?

ମହେଶ ବାବୁ ଇଣ୍ଡଷ୍ଟ୍ରିର ସର୍ବାଧିକ ପାରିଶ୍ରମିକ ନେଉଥିବା ଅଭିନେତାମାନଙ୍କ ମଧ୍ୟରୁ ଜଣେ ଯାହାଙ୍କୁ ଆପଣ ଭଲ ଭାବେ ଜାଣିଥିବେ। ମାତ୍ର ୪ ବର୍ଷ ବୟସରେ ‘ନିଡା’ ଚଳଚ୍ଚିତ୍ରରୁ ସେ ତାଙ୍କ ଅଭିନୟ ଜୀବନ ଆରମ୍ଭ କରିଥିଲେ। ଖୁବ୍ କମ୍ ଲୋକ ଏହା ଜାଣନ୍ତି ଯେ ମହେଶ ବାବୁ ଅଭିନୟ ଜୀବନ ତାଙ୍କ ପିତା ଘଟ୍ଟମନେନି ଶିବା ରାମ କୃଷ୍ଣ ମୂର୍ତ୍ତିଙ୍କ ଫିଲ୍ମରୁ ଆରମ୍ଭ କରିଥିଲେ। ତେବେ ଶିଶୁ କଳାକାର ଭାବେ ଅଭିନୟ ଜୀବନ ଆରମ୍ଭ କରିଥିବା 

ଜାତୀୟ ଗଣମାଧ୍ୟମ ମୁତାବକ, ମହେଶ ବାବୁ ୩୦୦କୋଟିର ମାଲିକ। ଫିଲ୍ମ ସହ ଆଡ ଏବଂ investmentରୁ ମହେଶ ବାବୁ କୋଟି କୋଟି ଟଙ୍କା ଆୟ କରନ୍ତି। ପ୍ରଥମେ ଗୋଟିଏ ଫିଲ୍ମ ପାଇଁ ମହେଶ ୪୦କୋଟି ନେଉଥିବା ବେଳେ ଏବେ ତାଙ୍କ ପାରିଶ୍ରମିକ ୮୦କୋଟିରୁ ଅଧିକ ହୋଇଛି। ୩୦୦କୋଟିର ମାଲିକ ହୋଇସାରିଥିବା ମହେଶଙ୍କ ପାଖରେ ମର୍ସେଡିଜ୍, ବିଏମଡବ୍ଲ୍ୟୁ ଓ ଅଡି ଭଳି ବିଳାସପୂର୍ଣ୍ଣ ଗାଡ଼ି ରହିଛି। ଏହା ସହ ତାଙ୍କ ପାଖରେ କୋଟି କୋଟି ଟଙ୍କାର ଘର ମଧ୍ୟ ରହିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

୨୦୨୨ରେ ବଲିଉଡକୁ ନେଇ ବିବାଦୀୟ ବୟାନ ଦେଇ ଚର୍ଚ୍ଚାକୁ ଆସିଥିଲେ ମହେଶ। ଅଦିବି ଶେଷଙ୍କ ଫିଲ୍ମ ‘ମେଜର’ର ଟ୍ରେଲର ଲଞ୍ଚ ସମୟରେ ହିନ୍ଦୀ ଚଳଚ୍ଚିତ୍ରର ଅଫର ମିଳିଛି କି ବୋଲି ପ୍ରଶ୍ନ କରାଯିବା ପରେ ମହେଶ ବାବୁ କହିଥିଲେ ଯେ, “ମୋତେ ବଲିଉଡର ଅନେକ ଫିଲ୍ମ ଅଫର କରାଯାଇଛି। ହେଲେ ମୁଁ ସେସବୁ ଫିଲ୍ମ କରିବାକୁ ମନା କରିଦେଇଛି। କାରଣ ମୋତେ ଲାଗୁନାହିଁ ସେମାନେ ମୋତେ ମୋ ପାରିଶ୍ରମିକ ଦେଇପାରିବ।

ମୁଁ ଏମିତି ଏକ ଇଣ୍ଡଷ୍ଟ୍ରିରେ କାମ କରିବାକୁ ଚାହେଁ ନାହିଁ ଯିଏ ମୋତେ ପାରିଶ୍ରମିକ ଦେଇପାରିବ ନାହିଁ। ମୋତେ ଏଠାରେ ମିଳିଥିବା ଷ୍ଟାରଡମ୍ ଏବଂ ପ୍ରତିଷ୍ଠା ମୋ ପାଇଁ ବହୁତ ବଡ। ସେଥିପାଇଁ ମୁଁ ମୋର ଇଣ୍ଡଷ୍ଟ୍ରି ଛାଡି ଅନ୍ୟ କୌଣସି ଇଣ୍ଡଷ୍ଟ୍ରିର ଅଂଶ ହେବାକୁ ଚିନ୍ତା କରି ନାହିଁ। ମୁଁ ସବୁବେଳେ ଚଳଚ୍ଚିତ୍ର କରିବା ଏବଂ ବଡ ହେବା ବିଷୟରେ ଚିନ୍ତା କରେ। ମୋର ସ୍ୱପ୍ନ ବର୍ତ୍ତମାନ ସାକାର ହେଉଛି ତେଣୁ ମୁଁ ମୋ ଇଣ୍ଡଷ୍ଟ୍ରି ଛାଡ଼ିବାକୁ କେବେ ଚାହିଁବିନି। 

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର 
 

The owner of so many | Argus News