ଦୁନିଆକୁ ଅଲବିଦା କହିଲେ ଲୋକପ୍ରିୟ ଫ୍ୟାସନ ଡିଜାଇନର

ଅର୍ଗସ ବ୍ୟୁରୋ: ବଲିଉଡ୍ର ତଥା ଦେଶର ଅନ୍ୟତମ ଖ୍ୟାତନାମା ଫ୍ୟାସନ ଡିଜାଇନର ରୋହିତ ବଲ୍ଙ୍କ ପରଲୋକ ହୋଇଛି। ରୋହିତଙ୍କ ଦେହାନ୍ତ ଖବର ଫ୍ୟାସନ ଡିଜାଇନ କାଉନସିଲ ଅଫ ଇଣ୍ଡିଆ ପକ୍ଷରୁ ପ୍ରକାଶ ପାଇଛି।
ସୂଚନାଯୋଗ୍ୟ, ରୋହିତ ଗତବର୍ଷରୁ ହୃଦୟସମ୍ବନ୍ଧୀୟ ସମସ୍ୟା ଦେଇ ଗତି କରୁଥିଲେ। ୨୦୨୦ରେ ହୃଦଘାତର ଶିକାର ହେବାପରେ ତାଙ୍କର ଆଞ୍ଜିଓପ୍ଲାଷ୍ଟି କରାଯାଇଥିଲା । ଏହାପର ଠାରୁ ସମୟସମୟରେ ତାଙ୍କ ସ୍ବାସ୍ଥ୍ୟ ଭଲ ରହୁ ନଥିଲା। ଚିକିତ୍ସା ପାଇଁ ରୋହିତଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡ଼ୁଥିଲା। ଅସୁସ୍ଥତା କାରଣରୁ ରୋହିତ ଅନେକ ଦିନ ହେବ ଫ୍ୟାସନ ଦୁନିଆରୁ ଦୂରେଇ ଯାଇଥିଲେ।
୧୯୮୬ରେ ଫ୍ୟାସନ ଡିଜାଇନିଂ ଭାବେ କ୍ୟାରିୟର ଆରମ୍ଭ କରିଥିବା ରୋହିତଙ୍କ ୧୯୬୧ ମସିହା ମେ' ୮ ତାରିଖରେ କଶ୍ମୀର ପଣ୍ଡିତ ପରିବାରରେ ହୋଇଥିଲା। ଶ୍ରୀନଗରରେ ରୋହିତ ନିଜର ପାଠପଢ଼ା ଆରମ୍ଭ କରିଥିଲେ। ପରେ ରୋହିତଙ୍କ ପୁରା ପରିବାର ଦିଲ୍ଲୀ ଚାଲି ଆସିଥିଲେ। ଦିଲ୍ଲୀରେ ରୋହିତ ଫ୍ୟାସନ ଡିଜାଇନର କୋର୍ସ କରିଥିଲେ।
ରୋହିତଙ୍କ ଦ୍ୱାରା ଡିଜାଇନ କରାଯାଇଥିବା ପୋଷାକ ଏକଦା ବଲିଉଡ ତାରକାଙ୍କ ପାଇଁ ଅତ୍ୟନ୍ତ ଆକର୍ଷଣୀୟ ପାଲଟିଥିଲା । ପୋଷାକ ଡିଜାଇନ କରିବା ସହିତ ରୋହିତ କିଛିଦିନ ହେବ ଅଳଙ୍କାର ଡିଜାଇନ କରିବା କ୍ଷେତ୍ରରେ ପାଦ ଥାପିଥିଲେ।
📱 Get Argus News App
✨ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର