Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

ରିଲିଜ୍ ହେଲା ନୂଆ ଓଡ଼ିଆ ଚଳଚ୍ଚିତ୍ର "କେମିତି ଏ ସମ୍ପର୍କ" ର ଟ୍ରେଲର

Ritu Das
Browse all articles by Ritu Das
·2 years ago·1 min read
ରିଲିଜ୍ ହେଲା ନୂଆ ଓଡ଼ିଆ ଚଳଚ୍ଚିତ୍ର "କେମିତି ଏ ସମ୍ପର୍କ" ର ଟ୍ରେଲର

ଅର୍ଗସ ବ୍ୟୁରୋ: ରିଲିଜ୍ ହେଲା ନୂଆ ଓଡ଼ିଆ ଚଳଚ୍ଚିତ୍ର "କେମିତି ଏ ସମ୍ପର୍କ" ର ଟ୍ରେଲର ଓ ଫାଷ୍ଟ ଲୁକ୍। ଜେଜେଏନଜେ ବ୍ୟାନର ରେ ନିର୍ମିତ ହୋଇଥିବା ଚଳଚ୍ଚିତ୍ର "କେମିତି ଏ ସମ୍ପର୍କ" ଆସନ୍ତା ଫେବୃଆରୀ ୯ ତାରିଖରେ ରିଲିଜ୍ ହେବ। ତେବେ ଏହି ଚଳଚ୍ଚିତ୍ରଟିରେ ଦର୍ଶକ ଦେଖିବାକୁ ପାଇବେ ରହସ୍ୟ, ରୋମାଞ୍ଚ ସହ ପ୍ରେମ ସମ୍ପର୍କ ଓ ସଂଘର୍ଷମୟ କାହାଣୀ। ଏଥିରେ କାହାଣୀ ଓ ପ୍ରଯୋଜନା ଦାୟିତ୍ୱ ରେ ଥିବା ରୁପେଶ କୁମାର ନାୟକଙ୍କର ଏହା ପ୍ରଥମ ଓଡିଆ ଚଳଚ୍ଚିତ୍ର । 

ନିର୍ଦ୍ଦେଶନା ଦେଇଛନ୍ତି ଓଲିଉଡ଼ର ବରିଷ୍ଠ ତଥା ଦକ୍ଷ ନିର୍ଦ୍ଦେଶକ ଚଣ୍ଡୀ ପରିଜା । ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ ମଜୁମଦାର। ଗୀତ ରଚନା ଡକ୍ଟର ନିର୍ମଳ ନାୟକ ଏବଂ ସଂଳାପ ଲେଖିଛନ୍ତି ଚିନ୍ମୟ ଦାସ ପଟ୍ଟନାୟକ । ଏବଂ ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି ଅଭିନେତା ଆକାଶ ଦାସ ନାୟକ,ଅଭିନେତ୍ରୀ ଏଲିନା ସାମନ୍ତରାୟ ଓ ଲିପ୍ସା ମିଶ୍ର। 

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The trailer of the new | Argus News