ମଧୁବାଲାଙ୍କ ଉପରେ ହେବ ବାୟୋପିକ

ଅର୍ଗସ ବ୍ୟୁରୋ: ଭାରତର କିମ୍ବଦନ୍ତୀ ଅଭିନେତ୍ରୀ ମଧୁବାଲାଙ୍କ ଜୀବନୀ ଉପରେ ଖୁବଶୀଘ୍ର ବାୟୋପିକ ନିର୍ମାଣ ହେବାକୁ ଯାଉଛି। ଡାର୍ଲିଙ୍ଗ ଫେମ ନିର୍ଦ୍ଦେଶକ ତଥା ଚିତ୍ର ନିର୍ମାତା ଜସ୍ମିତ କେ. ରିନ ଏହି ଜୀବନୀ ଚଳଚ୍ଚିତ୍ରର ସଞ୍ଚାଳନ କରିବେ ବୋଲି ଘୋଷଣା କରିଛନ୍ତି। ଉକ୍ତ ବାୟୋପିକ ସୋନି ପିକଚର୍ସ ଇଣ୍ଟରନ୍ୟାସନାଲ ପ୍ରଡକ୍ସନ ପକ୍ଷରୁ ଏହାର ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଘୋଷଣା କରାଯାଇଛି। ଏହି ଖବର ଘୋଷଣା ହେବାପରେ ଫ୍ୟାନମାନଙ୍କ ମନରେ ଲିଡ ରୋଲକୁ ନେଇ ସସପେନ୍ସ ଲାଗି ରହିଛି। କିଏ କହୁଛନ୍ତି ଆଲିଆ ଭଟ୍ଟ ତ ଆଉ କିଏ ମାଧୁରୀ ଦୀକ୍ଷିତ ତ ଆଉ କିଏ କଙ୍ଗନାଙ୍କ ନାଁ ନେଉଛନ୍ତି। ଅପରପକ୍ଷେ ଲୋକ ସାଉଥ ସୁନ୍ଦରୀ କୀର୍ତ୍ତି ସୁରେଶ, ୟାମୀ ଗୌତମ, ମୃଣାଳ ଠାକୁର, ତୃପ୍ତି ଡିମରୀ ଏବଂ ଭାମିକା ଗବୀଙ୍କ ନାଁ ବି ଚର୍ଚ୍ଚା ଚାଲିଛି।
ତେବେ ଜଣେ ୟୁଜର୍ସ ପାକିସ୍ତାନୀ ଅଭିନେତ୍ରୀ ସଜଲ ଅଲି ମଧୁବାଲା ରୋଲ ପାଇଁ ଏକଦମ ପର୍ଫେକ୍ଟ ବୋଲି ମତ ଦେଇଛନ୍ତି। ୟୁଜର୍ସମାନଙ୍କ ମଧ୍ୟରେ ମାଡ଼ଗୋଳ ଯେ, କେଉଁ ଅଭିନେତ୍ରୀ ମଧୁବାଲା ଚରିତ୍ର ପ୍ଲେ କରିପାରିବେ। ତେବେ ଜଣେ ୟୁଜର୍ସ ଲେଖିଛନ୍ତି ଯେ, ଆଲିଆ ମେକଅପ ନେଲେ ମଧ୍ୟ ମଧୁବାଲା ଚରିତ୍ର ସହ ଖାପଖୁଆଉ ନାହାନ୍ତି। ମୋ ମତରେ ଭାମିକା ହେଉଛନ୍ତି ମଧୁବାଲା ରୋଲ ଠିକ ରହିବେ।
୫୦-୬୦ ଦଶକର ଲୋକପ୍ରିୟ ଅଭିନେତ୍ରୀ ଥିଲେ ମଧୁବାଲା
ହିନ୍ଦୀ ଚଳଚ୍ଚିତ୍ରରେ ସୁବର୍ଣ୍ଣ ଧାଡିର ଅଭିନେତ୍ରୀ ଥିଲେ ମଧୁବାଲା। ବାୟୋପିକ ଜରିଆରେ ଭାରତୀୟ ସିନେମାରେ ମଧୁବାଲାଙ୍କ ପ୍ରଭାବ ଫ୍ୟାନମାନଙ୍କ ମଧ୍ୟରେ ଜଣାଇବାକୁ ଉଦ୍ୟମ କରାଯାଉଛି। ୫୦-୬୦ ଦଶକରେ ବଲିଉଡ ଷ୍ଟାର ଥିଲେ ମଧୁବାଲା। ୧୯୪୭ ମସିହାରେ ଫିଲ୍ମ ନୀଲକମଲରୁ ଡେବ୍ୟୁ କରିଥିଲେ ମଧୁବାଲା। ଏହାପରେ ସେ ପଛକୁ ଆଉ ଚାହିଁ ନ ଥିଲେ। ମୁଗଲ-ଏ-ଆଜମ, `ଚଲତି କା ନାମ ଗାଡ଼ି', 'ବରସାତ କି ରାତ' ଭଳି ଶ୍ରେଷ୍ଠ ଫିଲ୍ମରେ ଲିଡ ରୋଲରେ ଅଭିନୟ କରିଥିଲେ। ୧୯୬୯ରେ ମାତ୍ର ୩୬ବର୍ଷ ବୟସରେ ତାଙ୍କର ପରଲୋକ ହୋଇଥିଲା। ଆଲିଆ ଭଟ୍ଟ ଅଭିନୀତ ଡାର୍ଲିଂ ର ପ୍ରଥମ ନିର୍ଦ୍ଦେଶନା ଦେଇଥିବା ରିନ ଉକ୍ତ ବାୟୋପିକ ପ୍ରୋଜେକ୍ଟ ସମ୍ପର୍କରେ ନିଜ ଇନଷ୍ଟାରେ ପୋଷ୍ଟ କରିଛନ୍ତି।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର