Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବିଶ୍ବରେ ସର୍ବାଧିକ ଖୋଜାଯାଇଥିବା ଟପ୍-୧୦ କଳାକାରଙ୍କ ମଧ୍ୟରେ ଏହି ୩ଭାରତୀୟ

Entertainment

ବିଶ୍ବରେ ସର୍ବାଧିକ ଖୋଜାଯାଇଥିବା ଟପ୍-୧୦ କଳାକାରଙ୍କ ମଧ୍ୟରେ ଏହି ୩ଭାରତୀୟ

Ritu Das
Browse all articles by Ritu Das
·1 year ago·1 min read
ବିଶ୍ବରେ ସର୍ବାଧିକ ଖୋଜାଯାଇଥିବା ଟପ୍-୧୦ କଳାକାରଙ୍କ ମଧ୍ୟରେ ଏହି ୩ଭାରତୀୟ

ଅର୍ଗସ ବ୍ୟୁରୋ: ୨୦୨୪ରେ ଗୁଗୁଲରେ ସର୍ବାଧିକ ଖୋଜା ଯାଇଥିବା ସେଲିବ୍ରିଟିଙ୍କ ତାଲିକା ଏବେ ସାମ୍ନାକୁ ଆସିଛି। ଏହି ତାଲିକା‌ରେ ଅଲୁ ଅର୍ଜୁନ, ଶାହରୁଖ ଖାନ, ସଲମାନ ଖାନ, ଅମିତାଭ ବଚ୍ଚନ, ଏବଂ ଆମୀର ଖାନଙ୍କ ଭଳି କଳାକାର ଶୀର୍ଷରେ ରହିଥିବେ ବୋଲି ଆପଣ ଭାବୁଥିବେ। କିନ୍ତୁ ଏମାନଙ୍କ ମଧ୍ୟରୁ କେହି ବି ଟପ୍-୧୦ରେ ନଥିବା ସାମ୍ନାକୁ ଆସିଛି। ଟପ୍-୧୦ରେ ବଲିଉଡ ବା ଟଲିଉଡର ଆଗ ଧାଡ଼ିର କଳାକାରଙ୍କୁ ଛାଡ଼ି ସାଉଥ୍ ସୁପରଷ୍ଟାର ପବନ କଲ୍ୟାଣ, ଅଭିନେତ୍ରୀ ହିନା ଖାନ୍ ଓ ନିମ୍ରନ କୌର୍ ଥିବା ଜଣାଯାଇଛି।

ପ୍ରଥମ ସ୍ଥାନରେ ଆମେରିକାର ଷ୍ଟାଣ୍ଡ ଅପ କମେଡିଆନ୍ କାଟ୍ ୱିଲିୟମସ୍, ଦ୍ବିତୀୟରେ ପବନ କଲ୍ୟାଣ, ତୃତୀୟରେ ଆଡମ ବ୍ରୋଡି, ଚତୁର୍ଥରେ ଏଲ୍ଲା ପୁର୍ଣ୍ଣେଲ, ପଞ୍ଚମରେ ହିନା ଖାନ୍, ଷଷ୍ଠରେ କିରଣ କଲକିନ୍, ସପ୍ତମରେ ଟେରେନ୍ସ ହୋୱାର୍ଡ ଓ ଅଷ୍ଟମରେ ନିମ୍ରତ କୌର ଥିବା ‌ଜଣାଯାଇଛି। ୩ଜଣ ଭାରତୀୟ ଭାବେ ଟପ୍-୧୦ରେ ସ୍ଥାନ ପାଇବା ପରେ ଏବେ ହିନା, ନିମ୍ରତ ଓ ପବନ ଚର୍ଚ୍ଚାରେ ରହିଛନ୍ତି।

୨୦୨୪ରେ ହିନା ନିଜ ସ୍ତନ କର୍କଟ ବିଷୟରେ ଜଣାଇ, ନିମ୍ରତଙ୍କ ନାମ ଅଭିଷେକଙ୍କ ସହ ଯୋଡାଯିବା ପରେ ଓ ପବନ କଲ୍ୟାଣ ନିଜ ସଫଳ ରାଜନୈତିକ କ୍ୟାରିୟର ପାଇଁ ଚର୍ଚ୍ଚାକୁ ଆସିଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର 

Sponsored
These three | Argus News