Videos
|
Entertainment

ନିଜ ପ୍ରେମିକ ବିଷୟରେ ଏମିତି କହିଲେ ରଶ୍ମିକା, ଦର୍ଶକ ମାରିଲେ ହ୍ବିସିଲ୍

Swayangprajna Mishra
Browse all articles by Swayangprajna Mishra
·1 year ago·2 min read
ନିଜ ପ୍ରେମିକ ବିଷୟରେ ଏମିତି କହିଲେ ରଶ୍ମିକା, ଦର୍ଶକ ମାରିଲେ ହ୍ବିସିଲ୍

ଅର୍ଗସ ବ୍ୟୁରୋ :  ଷ୍ଟେଜରେ ସମସ୍ତଙ୍କ ସାମ୍ନାରେ ନିଜ ପ୍ରେମ ବିଷୟରେ କହିଲେ ରଶ୍ମିକା ମାନ୍ଦାନା । ଯାହାକୁ ଶୁଣିବା ପରେ ଦର୍ଶକଙ୍କ ହୋହାଲ୍ଲା ଶୁଣିବାକୁ ମିଳିଥିଲା । ରଶ୍ମିକା ନିଜର ଆଗାମୀ ଫିଲ୍ମ ପୁଷ୍ପା-୨ର ପ୍ରମୋସନ ପାଇଁ ଖୁବ ବ୍ୟସ୍ତ ରହୁଛନ୍ତି । ଚେନ୍ନାଇର ଏକ ସୋ'ରେ ପୁଷ୍ପା ୨ ଗୀତର ଲଞ୍ଚ ବେଳେ ସେହି ସୋ'ର ହୋଷ୍ଟ ତାଙ୍କୁ ତାଙ୍କ ବୟଫ୍ରେଣ୍ଡ ବିଷୟରେ ପଚାରିଥିଲେ । ହୋଷ୍ଟ ପଚାରିଥିଲେ, "ଆପଣ ଫିଲ୍ମ ଇଣ୍ଡଷ୍ଟ୍ରୀର କାହାକୁ ବିବାହ କରିବେ, ନା ଆପଣଙ୍କ ସ୍ବାମୀ ଫିଲ୍ମ ଇଣ୍ଡଷ୍ଟ୍ରୀର ହେବା ଦରକାର । ଯଦି ତାଙ୍କ ବିଷୟରେ କିଛି ସୂଚନା ଦେବେ, ତେବେ ସେ କିଏ ଆମେ ଜାଣିପାରିବୁ " । 

 

ସେତେବେଳେ ରଶ୍ମିକା କହିଥିଲେ, "ସେ କିଏ, ସେକଥା ସମସ୍ତେ ଜାଣିଛନ୍ତି ।" ଏତିକି କହିବା ପରେ ତଳେ ବସିଥିବା ସମସ୍ତ ଦର୍ଶକ ଖୁବ ଜୋରରେ ଚିଲେଇବାକୁ ଲାଗିଥିଲେ । ତାଙ୍କ ସହ ଅଲ୍ଲୁ ଅର୍ଜୁନ ମଧ୍ୟ ଖୁବ ହସିଥିଲେ । ରଶ୍ମିକା ଆହୁରି ମଧ୍ୟ କହିଥିଲେ, ମୁଁ ଜାଣିଛି ତୁମେ କେଉଁ ଉତ୍ତର ମୋ ଠାରୁ ଆଶା କରୁଛ । ଏହା ପରେ ହୋଷ୍ଟ ପୁଣି କହିଥିଲେ , ତାଙ୍କ ବିଷୟରେ ସମ୍ପୁର୍ଣ୍ଣ କ୍ଲାରିଟି ଦେବାପାଇଁ । ଯାହାକୁ ନେଇ ରଶ୍ମିକା କହିଥିଲେ , "ଏବେ ନୁହେଁ, ବ୍ୟକ୍ତିଗତ ଭାବରେ ମୁଁ ଆପଣଙ୍କୁ ତାଙ୍କ ବିଷୟରେ ଜଣାଇଦେବି " । 
ତେବେ କିଛିଦିନ ତଳେ ବିଜୟ ଦେବରକୋଣ୍ଡା ଏକ ଷ୍ଟେଜରେ କହିଥିଲେ, ସେ ସିଙ୍ଗଲ ନାହାନ୍ତି, ବରଂ ଏକ ରିଲେସନସିପରେ ଅଛନ୍ତି । ତେଣୁ ଉଭୟ ରଶ୍ମିକା ଏବଂ ବିଜୟ ଦେବରକୋଣ୍ଡା ରିଲେସନସିପରେ ଥିବା ନେଇ ଫ୍ୟାନମାନଙ୍କ ଭିତରେ ବେଶ ଚର୍ଚ୍ଚା ଲାଗିରହିଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

This is what Rashmika said about her boyfriend | Argus News