Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଏଥର ବିଗବସ ଓଟିଟି ସିଜିନ-୩ରେ ହୋଷ୍ଟ କରିବେ ଅନିଲ କପ୍ପୁର

Entertainment

ଏଥର ବିଗବସ ଓଟିଟି ସିଜିନ-୩ରେ ହୋଷ୍ଟ କରିବେ ଅନିଲ କପ୍ପୁର

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
ଏଥର ବିଗବସ ଓଟିଟି ସିଜିନ-୩ରେ ହୋଷ୍ଟ କରିବେ ଅନିଲ କପ୍ପୁର

ଅର୍ଗସ ବ୍ୟୁରୋ : ବିଗବସ ଓଟିଟି (OTT)  ସିଜିନ-୩  ଆରମ୍ଭ ହେବାକୁ ଯାଉଛି । ୨୧ ଜୁନରେ ଜିଓ ସିନେମା ଆପରେ ଆରମ୍ଭ ହେବ ବିଗବସ ଓଟିଟି । ଏହି ସୋ'ରେ ହୋଷ୍ଟ କରିବେ ଅନିଲ କପ୍ପୁର । ୧୪ ଜଣ ପ୍ରତିଯୋଗୀଙ୍କ ନାଁ ମଧ୍ୟ ସାମ୍ନାକୁ ଆସିଛି । ଏଥର ଟିଭି ଆକ୍ଟର , ସୋସିଆଲ ମିଡିଆ ଇନଫ୍ଲ୍ୟୁନସରଙ୍କ ବ୍ୟତୀତ ସ୍ପୋର୍ଟସ ପର୍ସନାଲିଟି ମଧ୍ୟ ନଜର ଆସିବେ । ଟିଭି ଆକ୍ଟ୍ରେସ ପଲୋମି ପଲୋ ଦାସ, ସାନା ମାକବୁଲ, ମୁନିଷା ଖତୱାନୀ , ସାଇ କେତନ ରାଓ ନଜର ଆସୁଛନ୍ତି । ସେହିପରି ସୋସିଆଲ ମିଡିଆ ଇନଫ୍ଲ୍ୟୁନସର ଅର୍ମାନ ମଲ୍ଲିକଙ୍କ ସହ ତାଙ୍କର ୨ ଜଣ ପତ୍ନୀଙ୍କୁ ମଧ୍ୟ ଏଥିରେ ଦେଖିବାକୁ ମିଳିବ ।

ଅଧିକ ପଢନ୍ତୁ : ଭାଇରାଲ ହେଉଛି 'ଶର୍ମା ଜୀ କି ବେଟି'ର ଟ୍ରେଲର

ସୋସିଆଲ ମିଡିଆରେ ଏହି ଫ୍ୟାମିଲଙ୍କୁ ନେଇ ଅନେକ ସମୟରେ ଚର୍ଚ୍ଚା ଲାଗି ରହୁଥିବା ବେଳେ ଏଥର ବିଗବସରେ ଏହି ଫ୍ୟାମିଲିଙ୍କ ଏଣ୍ଟ୍ରିକୁ ନେଇ ବେଶ ଉତ୍ସାହିତ ଅଛନ୍ତି ଦର୍ଶକ । ଏମାନଙ୍କ ସହ ସନିୟର ଜର୍ନାଲିଷ୍ଟ ଦୀପକ ଚୌରସିଆ ମଧ୍ୟ ଏଣ୍ଟ୍ରି କରିବେ । ଏଥର ଓଟିଟି ବିଗବସରେ ବିଭିନ୍ନ କ୍ଷେତ୍ରର ପ୍ରତିଯୋଗୀ ଆସୁଥିବା ବେଳେ ସୋ ର ମଜା ନେବାକୁ ଅପେକ୍ଷା ଦର୍ଶକ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
This time, Anil Kapoor will host Bigg boss OTT season-3 | Argus News