Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - କେଜିଏଫ ଷ୍ଟାରଙ୍କ ଜନ୍ମଦିନ ଅବସର‌ରେ ବ୍ୟାନର ଲଗାଉଥିବା ବେଳେ ତିନିଜଣ ଫ୍ୟାନଙ୍କ ମୃତ୍ୟୁ

Entertainment

କେଜିଏଫ ଷ୍ଟାରଙ୍କ ଜନ୍ମଦିନ ଅବସର‌ରେ ବ୍ୟାନର ଲଗାଉଥିବା ବେଳେ ତିନିଜଣ ଫ୍ୟାନଙ୍କ ମୃତ୍ୟୁ

Ritu Das
Browse all articles by Ritu Das
·2 years ago
କେଜିଏଫ ଷ୍ଟାରଙ୍କ ଜନ୍ମଦିନ ଅବସର‌ରେ ବ୍ୟାନର ଲଗାଉଥିବା ବେଳେ  ତିନିଜଣ ଫ୍ୟାନଙ୍କ ମୃତ୍ୟୁ

ଅର୍ଗସ ବ୍ୟୁରୋ: କର୍ଣ୍ଣାଟକର ଗଡ଼ଗ ଜିଲ୍ଲାରେ ଗତ ରବିବାର ଏକ ଦୁଃଖଦ ଘଟଣା ଘଟିଛି। କନ୍ନଡ଼ ଅଭିନେତା ୟଶଙ୍କ ୩୮ତମ ଜନ୍ମ ଦିନ ଅବସରରେ ଫ୍ୟାନମାନେ ତାଙ୍କ ପ୍ରିୟ ଅଭିନେତାଙ୍କ ବ୍ୟାନର ଲଗାଉଥିଲେ। ଏହି ସମୟରେ ଦୁର୍ଭାଗ୍ୟବଶତଃ ୬ଜଣ ଫ୍ୟାନ ବିଦ୍ୟୁତ ଆଘାତର ଶିକାର ହୋଇଥିଲେ। ଏଥିରେ ତିନିଜଣଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଅନ୍ୟ ତିନିଜଣଙ୍କୁ ଗୁରୁତର ଅବସ୍ଥାରେ ଘଟଣାସ୍ଥଳରୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କ ଚିକିତ୍ସା ଜାରି ରହିଛି।

କନ୍ନଡ ଅଭିନେତା ୟଶଙ୍କ ବାସ୍ତବ ନାମ ନବୀନ କୁମାର ଗୌଡ଼ା।  ୟଶଙ୍କ ଜାନୁଆରି ୮ ତାରିଖରେ ଜନ୍ମଦିନ । ଯାହାକୁ ସେ ଧୁମଧାମରେ ପାଳନ କରୁଛନ୍ତି। କିନ୍ତୁ ଅଭିନେତାଙ୍କ ଜନ୍ମଦିନ ପାଇଁ ବ୍ୟାନର ଲଗାଉଥିବା ବେଳେ ତିନିଜଣ ଫ୍ୟାନ୍ସଙ୍କ ମୃତ୍ୟୁ ହେବା ଖବର ସାମ୍ନାକୁ ଆସିବା ପରେ ସମସ୍ତେ ଦୁଃଖୀ ହୋଇଯାଇଛନ୍ତି।

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Three fans die while | Argus News