Tiger Shroff Case / ଟାଇଗର ନୁହେଁ ଟାର୍ଗେଟରେ ଥିଲେ ସଲମାନ, ଅମିତାଭ, ଆମିର ଓ ଅକ୍ଷୟ; ସୁରକ୍ଷା କାରଣରୁ ବଦଳିଥିଲା ପ୍ଲାନ୍
·1 hour ago·2 min read

Key Points
ଟାଇଗର ଶ୍ରଫ୍ ଗୁଳିମାଡ଼ ମାମଲାରେ ବଡ ଖୁଲାସା
ସଲମାନ, ଅମିତାଭ, ଆମିର ଏବଂ ଅକ୍ଷୟ ମଧ୍ୟ ଥିଲେ ଟାର୍ଗେଟରେ
ମୁମ୍ବାଇ ବୁଲିବା ନାଁରେ ଷଡ଼ଯନ୍ତ୍ର !

ଟାଇଗର ଶ୍ରଫ୍ ଗୁଳିମାଡ଼ ଘଟଣାରେ ମୁମ୍ବାଇ ପୋଲିସ୍ର ତଦନ୍ତରୁ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ପୋଲିସ ସୂତ୍ର ଅନୁସାରେ, ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ର ପ୍ରଥମ ଟାର୍ଗେଟ୍ ବଲିଉଡ୍ ଅଭିନେତା ସଲମାନ ଖାନ୍ ଥିଲେ । କିନ୍ତୁ ସଲମାନଙ୍କୁ ଟାର୍ଗେଟ୍ କରିବାର ଯୋଜନା ସଫଳ ନହେବା ପରେ, ହ୍ୟାଣ୍ଡଲରମାନେ ସୁଟରମାନଙ୍କୁ ଅନ୍ୟ ଜଣେ ବଲିଉଡ୍ ଷ୍ଟାର୍ଙ୍କୁ ଟାର୍ଗେଟ୍ କରିବାକୁ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି ।
ପୋଲିସ ସୂତ୍ରର ଦାବି ଅନୁଯାୟୀ, ଯେଉଁ ଅଭିନେତାଙ୍କ ସୁରକ୍ଷା ବ୍ୟବସ୍ଥା ଅପେକ୍ଷାକୃତ କମ୍ କିମ୍ବା ଦୁର୍ବଳ, ତାଙ୍କୁ ଟାର୍ଗେଟ୍ କରିବାକୁ ସୁଟରମାନଙ୍କୁ କୁହାଯାଇଥିଲା । ଏହାପରେ ଅଭିଯୁକ୍ତମାନେ ମୁମ୍ବାଇରେ ବିଭିନ୍ନ ବଲିଉଡ୍ ତାରକାଙ୍କ ଘର ନିକଟରେ ରେକି କରିଥିବା ଅଭିଯୋଗ ହୋଇଛି ।
ମୁମ୍ବାଇ ବୁଲିବା ନାଁରେ ଷଡ଼ଯନ୍ତ୍ର !
ପୋଲିସ ସୂତ୍ର ଅନୁସାରେ, ଗିରଫ ହୋଇଥିବା ସୁଟରମାନେ ପ୍ରାୟ ୨୦ ଦିନ ପୂର୍ବରୁ ମୁମ୍ବାଇରେ ପହଞ୍ଚିଥିଲେ। ସେମାନେ ସାଧାରଣ ପ୍ରଶଂସକଙ୍କ ଭଳି ନିଜକୁ ଦେଖାଉଥିଲେ । ମୁମ୍ବାଇ ବୁଲିବା ଏବଂ ଫିଲ୍ମ ଷ୍ଟାର୍ଙ୍କ ଘର ବାହାରେ ଫଟୋ ଉଠାଇବା ବାହାନାରେ ସେମାନେ ବିଭିନ୍ନ ଅଞ୍ଚଳକୁ ଯାଉଥିଲେ ।
ଅମିତାଭ, ଆମିର ଓ ଅକ୍ଷୟଙ୍କ ଘରେ ରେକି !
ତଦନ୍ତ ସମୟରେ ସୁଟରମାନେ ବଲିଉଡ୍ର ମେଗାଷ୍ଟାର୍ ଅମିତାଭ ବଚ୍ଚନ, ଅଭିନେତା ଆମିର ଖାନ୍ ଏବଂ ଅକ୍ଷୟ କୁମାରଙ୍କ ଘର ନିକଟରେ ମଧ୍ୟ ରେକି କରିଥିବା ଅଭିଯୋଗ ସାମ୍ନାକୁ ଆସିଛି । ପୋଲିସ ସୂତ୍ର ଅନୁସାରେ, କେଉଁ ଅଭିନେତାଙ୍କ ନିକଟରେ ପହଞ୍ଚିବା ସହଜ ଏବଂ କେଉଁଠାରେ ସୁରକ୍ଷା ବ୍ୟବସ୍ଥା ତୁଳନାତ୍ମକ ଭାବେ କମ୍, ତାହା ଜାଣିବା ଏହି ରେକିର ଉଦ୍ଦେଶ୍ୟ ଥିବା ସନ୍ଦେହ କରାଯାଉଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ତେବେ ଏପର୍ଯ୍ୟନ୍ତ ମିଳିଥିବା ତଥ୍ୟ ଅନୁସାରେ, ଅମିତାଭ ବଚ୍ଚନ, ଆମିର ଖାନ୍ କିମ୍ବା ଅକ୍ଷୟ କୁମାରଙ୍କୁ ଚୂଡ଼ାନ୍ତ ଟାର୍ଗେଟ୍ ଭାବେ ଚୟନ କରାଯାଇଥିବା କୌଣସି ସ୍ପଷ୍ଟ ତଥ୍ୟ ସାମ୍ନାକୁ ଆସିନାହିଁ । ବର୍ତ୍ତମାନ ସୁଦ୍ଧା ସେମାନଙ୍କ ଘର ନିକଟରେ ରେକି କରାଯାଇଥିବା ନେଇ ହିଁ ତଥ୍ୟ ମିଳିଛି ।
ଅଟୋ ଡ୍ରାଇଭରଙ୍କଠାରୁ ମିଳିଲା ଟାଇଗରଙ୍କ ସୂଚନା !
ମୁମ୍ବାଇରେ ରେକି କରୁଥିବା ସମୟରେ ଜଣେ ଅଟୋ ଡ୍ରାଇଭରଙ୍କଠାରୁ ସୁଟରମାନେ ଟାଇଗର ଶ୍ରଫ୍ଙ୍କ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ସୂଚନା ପାଇଥିବା ପୋଲିସ ସୂତ୍ରର ଦାବି । ଉକ୍ତ ଡ୍ରାଇଭର ସେମାନଙ୍କୁ କହିଥିଲେ ଯେ ଟାଇଗର ପ୍ରତି ରବିବାର ମୁମ୍ବାଇର ଜୁହୁ ଅଞ୍ଚଳର ଏକ ଗ୍ରାଉଣ୍ଡକୁ ଫୁଟବଲ୍ ଖେଳିବାକୁ ଆସନ୍ତି । ଏହି ସୂଚନା ପରେ ସୁଟରମାନଙ୍କ ନଜର ଟାଇଗର ଶ୍ରଫ୍ଙ୍କ ଉପରେ ପଡ଼ିଥିବା ଅଭିଯୋଗ ହୋଇଛି ।
ପୋଲିସ ସୂତ୍ର ଅନୁସାରେ, ଅକ୍ଟୋବର ୧୧ ତାରିଖରେ ଅଭିଯୁକ୍ତମାନେ ଜୁହୁର ସେହି ଗ୍ରାଉଣ୍ଡ ନିକଟକୁ ଯାଇଥିଲେ। ସେହି ଅଞ୍ଚଳର CCTV ଫୁଟେଜ୍ରୁ ମଧ୍ୟ ସେମାନେ ସେଠାକୁ ଯାଇଥିବା ସୂଚନା ମିଳିଥିବା ଦାବି କରାଯାଇଛି । କିନ୍ତୁ ସେହି ଦିନ ଟାଇଗର ସେଠାକୁ ଆସିନଥିଲେ ।
ଅନ୍ୟପକ୍ଷରେ, ଦିଲ୍ଲୀ ପୋଲିସ ପକ୍ଷରୁ ଗିରଫ ଅଭିଯୁକ୍ତମାନଙ୍କ ସମ୍ପର୍କରେ ମିଳିଥିବା ସୂଚନା ଅନୁସାରେ, ସୁଟରମାନେ ଅକ୍ଟୋବର ୧୭ ତାରିଖରେ ଅସ୍ତ୍ରଶସ୍ତ୍ର ପାଇଥିଲେ । ଏହାର ପରଦିନ, ଅର୍ଥାତ୍ ଅକ୍ଟୋବର ୧୮ ତାରିଖରେ ଟାଇଗର ଶ୍ରଫ୍ଙ୍କୁ ଟାର୍ଗେଟ୍ କରି ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି ।

Related Topics
Explore more stories