Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

ଆଜି ୫୯ ବର୍ଷରେ ପାଦ ଥାପିଲେ ବଲିଉଡର ବାଦଶାହ

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
ଆଜି ୫୯ ବର୍ଷରେ ପାଦ ଥାପିଲେ ବଲିଉଡର ବାଦଶାହ

ଅର୍ଗସ ବ୍ୟୁରୋ : ଆଜି ବଲିଉଡ କିଙ୍ଗ ଶାହରୁଖ ଖାନଙ୍କ ଜନ୍ମଦିନ। ୫୯ ବର୍ଷରେ ପାଦ ଥାପିଛନ୍ତି କିଙ୍ଗଖାନ । ବଲିଉଡର ସୁପରଷ୍ଟାର ତଥା ବାଦଶାହ ଶାହରୁଖ ଖାନଙ୍କ ପାଇଁ ବିଭିନ୍ନ ମାହୋଲରୁ ଶୁଭେଚ୍ଛାର ସୁଅ ଛୁଟିଛି । ୧୯୯୨ ମସିହାରୁ ନିଜର ଫିଲ୍ମ କ୍ୟାରିଅର ଆରମ୍ଭ କରିଥିଲେ ବାଦଶାହ । ଏପର୍ଯ୍ୟନ୍ତ ସେ ୧୦୦ରୁ ଉର୍ଦ୍ଧ୍ବ ଫିଲ୍ମ କରିବା ସହ ୧୪ଟି ଫିଲ୍ମ ଫେୟାର ଆୱାର୍ଡ ପାଇଛନ୍ତି । ବଲିଉଡ ଇଣ୍ଡଷ୍ଟ୍ରୀରେ ତାଙ୍କର ୩୨ ବର୍ଷ ହୋଇସାରିଛି ।

ଅଧିକ ପଢନ୍ତୁ : ବଡ଼ ପରଦାରେ ରିଲିଜ ହେଲା ଭୁଲ ଭୁଲେୟା-୩: ଫ୍ୟାନ୍ସଙ୍କ ମନ କିଣୁଛି କାର୍ତ୍ତିକଙ୍କ ଅଭିନୟ

ଶାହରୁଖ ନିଜର ନିଆରା ଅନ୍ଦାଜ ପାଇଁ ସବୁବେଳେ ଦର୍ଶକଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ନେଇଛନ୍ତି । ଫିଲ୍ମରେ ରୋମାନ୍ସର କଥା ଆସିଲେ ପ୍ରଥମେ ଆଖିରେ ଆସେ ଶାହରୁଖଙ୍କ ନିଆରା ଷ୍ଟାଇଲ । ମୁମ୍ବାଇକୁ ଅନେକ ସ୍ବପ୍ନ ନେଇ ଫିଲ୍ମ ଦୂନିଆରେ ପାଦ ଥାପିବାକୁ ଆଶା ନେଇ ଆସିଥିବା ଶାହରୁଖ କେବେ ଦିନେ ଭାବି ନଥିଲେ, ସେ କୋଟି କୋଟି ଦର୍ଶକଙ୍କ ହୃଦୟରେ ରାଜ୍ କରିବେ । ନିଜର କଠିନ ପରିଶ୍ରମ ଅଧ୍ୟବସାଇ ପାଇଁ ସେ ଆଜି ଏପରି ସ୍ଥାନରେ ପହଞ୍ଚି ପାରିଛନ୍ତି ବୋଲି ସେ କୁହନ୍ତି । ତେବେ ଜନ୍ମଦିନ ପାଇଁ ତାଙ୍କୁ ତାଙ୍କର ଘର ମନ୍ନ୍ତ ସମ୍ମୁଖରେ ଅନେକ ଫ୍ୟାନ ଶୁଭେଚ୍ଛା ଜଣାଇଛନ୍ତି । ଅର୍ଗସ ପରିବାର ତରଫରୁ ତାଙ୍କୁ ଅନେକ ଅନେକ ଶୁଭେଚ୍ଛା ଆଉ ଶୁଭକାମନା । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Today is the birthday of Bollywood King Shah Rukh Khan | Argus News