Videos
|
Entertainment

Mallika Big Claim / ଟମ୍ କ୍ରୁଜ୍ ତାଙ୍କ ପ୍ରତି ଆକର୍ଷିତ ! ବଲିଉଡ୍ ଅଭିନେତ୍ରୀ ମଲ୍ଲିକାଙ୍କ ଦାବି

Bikash Mohanty
Browse all articles by Bikash Mohanty
·1 month ago·2 min read
ଟମ୍ କ୍ରୁଜ୍ ତାଙ୍କ ପ୍ରତି ଆକର୍ଷିତ ! ବଲିଉଡ୍ ଅଭିନେତ୍ରୀ ମଲ୍ଲିକାଙ୍କ ଦାବି
Malika

Key Points

ପୁଣି ଚର୍ଚ୍ଚାରେ ବଲିଉଡର ଚର୍ଚ୍ଚିତ ଅଭିନେତ୍ରୀ ମଲ୍ଲିକା ଶେରାୱତ
ବଡ଼ ଖୁଲାସା କଲେ ମଲ୍ଲିକା ଶେରାୱତ
ହଲିଉଡ୍ ତାରକା ଟମ୍ କ୍ରୁଜ୍ ତାଙ୍କ ପ୍ରତି ଆକର୍ଷିତ
ବଲିଉଡ୍ ଅଭିନେତ୍ରୀ ମଲ୍ଲିକାଙ୍କ ଦାବି

ମୁମ୍ବାଇ,୧୨/୦୮: ବଲିଉଡର ଚର୍ଚ୍ଚିତ ଅଭିନେତ୍ରୀ ମଲ୍ଲିକା ଶେରାୱତ ପୁଣିଥରେ ନିଜର ଏକ ବୟାନକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ଲୋକପ୍ରିୟ ରିଆଲିଟି ଶୋ' The Traitors -2 ରେ ଅଂଶଗ୍ରହଣ କରିଥିବା ମଲ୍ଲିକା ଶୋ'ର ପ୍ରିମିୟର ପୂର୍ବରୁ ଏକ ବଡ଼ ଦାବି କରିଛନ୍ତି। ସେ ହଲିଉଡ଼୍ର ସୁପରଷ୍ଟାର ଟମ୍ କ୍ରୁଜ୍‌ଙ୍କୁ ନେଇ ଏପରି ଏକ କଥା କହିଛନ୍ତି, ଯାହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ମଲ୍ଲିକା ଦାବି କରିଛନ୍ତି ଯେ ହଲିଉଡ୍ ଅଭିନେତା ଟମ୍ କ୍ରୁଜ୍‌ଙ୍କର ତାଙ୍କ ଉପରେ କ୍ରସ୍ ଅଛି ଏବଂ ସେ ତାଙ୍କୁ ଭିଡିଓ ମଧ୍ୟ ପଠାନ୍ତି।

କୁଲ୍ଲୁ ଏବଂ ଅଭିଷେକଙ୍କ ସାମ୍ନାରେ କଲେ ବଡ଼ ଖୁଲାସା

ସାମ୍ନାକୁ ଆସିଥିବା ଏକ ଭାଇରାଲ୍ କ୍ଲିପ୍‌ରେ, ହାସ୍ୟ ଅଭିନେତା ଆଦିତ୍ୟ କୁଳଶ୍ରେଷ୍ଠା (କୁଲ୍ଲୁ) ଏବଂ ଅଭିଷେକ ମାଲହାନ ମଲ୍ଲିକାଙ୍କୁ ପଚାରୁଛନ୍ତି ଯେ ତାଙ୍କର କେବେ କାହା ଉପରେ କ୍ରସ୍ ଥିଲା କି ନାହିଁ। ଏହାର ଜବାବରେ ମଲ୍ଲିକା ହସି ହସି କହିଛନ୍ତି, "ସମସ୍ତଙ୍କର ମୋ ଉପରେ କ୍ରସ୍ ଅଛି। ଆଜିକାଲି ଟମ୍ କ୍ରୁଜ୍ ମଧ୍ୟ ମୋ ଉପରେ କ୍ରସ୍ ରଖିଛନ୍ତି।"

ଏହାପରେ ଯତେବେଳେ ତାଙ୍କୁ ପଚରାଗଲା ଯେ ସେ କି ପ୍ରକାର ଭିଡିଓ ପଠାଉଛନ୍ତି, ସେତେବେଳେ ମଲ୍ଲିକା ସ୍ପଷ୍ଟ କରିଥିଲେ ଯେ ସେମାନେ ଏକାଠି ପାର୍ଟି କରୁଥିବା ସମୟର ଏକ ଭିଡିଓ ସେ ପଠାନ୍ତି। ମଲ୍ଲିକାଙ୍କ ଏହି ବୟାନ ପରେ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଖିବାକୁ ମିଳୁଛି। ଜଣେ ଇଣ୍ଟରନେଟ୍ ବ୍ୟବହାରକାରୀ ମଜାଳିଆ ଢ଼ଙ୍ଗରେ ଲେଖିଛନ୍ତି ଯେ ତାଙ୍କୁ "ଉର୍ବଶୀ ରାଉତେଲା ସିଣ୍ଡ୍ରୋମ୍" ଅଛି, ଅନ୍ୟପକ୍ଷରେ କିଛି ପ୍ରଶଂସକ ତାଙ୍କ କଥାକୁ ସତ ବୋଲି ମଧ୍ୟ ବିଶ୍ୱାସ କରୁଛନ୍ତି।

ପଢନ୍ତୁ ଏହି ଖବର: ୧୦ ବର୍ଷ ସାନ କ୍ରିକେଟର ଯଶସ୍ୱୀ ଜୟସୱାଲଙ୍କୁ ଡେଟ୍ କରୁଛନ୍ତି ଏହି ଅଭିନେତ୍ରୀ ଜଣକ! କିଏ ଏହି ଅଭିନେତ୍ରୀ

ନର୍ଭସ ଥିଲେ ମଲ୍ଲିକା

ପୂର୍ବରୁ ଏକ ସାକ୍ଷାତକାରରେ ମଲ୍ଲିକା କହିଥିଲେ ଯେ ସେ ପ୍ରାରମ୍ଭରେ 'ଦି ଟ୍ରାଇଟର୍ସ' ଶୋ'କୁ ନେଇ ବେଶ୍ ନର୍ଭସ ଥିଲେ ଏବଂ ଏପରି ଏକ ରିଆଲିଟି ଶୋ' କରିବାକୁ ଚାହୁଁ ନଥିଲେ। କିନ୍ତୁ ତାଙ୍କ ମ୍ୟାନେଜରଙ୍କ ବୁଝାଇବା ପରେ ଏବଂ ଶୋ'ର ପ୍ରଥମ ସିଜିନ୍ ଦେଖିବା ପରେ ସେ ଏଥିପାଇଁ ରାଜି ହୋଇଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କ'ଣ ଏହି "ଦି ଟ୍ରାଇଟର୍ସ" ଶୋ'?

"ଦି ଟ୍ରାଇଟର୍ସ" ଏକ ରୋମାଞ୍ଚକର ରିଆଲିଟି ଶୋ', ଯେଉଁଥିରେ ପ୍ରତିଯୋଗୀମାନଙ୍କୁ ଗୁପ୍ତ ଭାବରେ "ଟ୍ରାଇଟର୍ସ" (ପ୍ରତାରକ) ଏବଂ "ଇନୋସେଣ୍ଟସ୍" (ନିରୀହ) ଭାବରେ ବିଭକ୍ତ କରାଯାଇଥାଏ। ଟ୍ରାଇଟର୍ସମାନେ ନିଜର ପରିଚୟ ଲୁଚାଇ ଅନ୍ୟମାନଙ୍କୁ ଖେଳରୁ ବାହାର କରିବାକୁ ଚେଷ୍ଟା କରୁଥିବାବେଳେ, ଇନୋସେଣ୍ଟମାନେ ନିଜର ଚାଲ ଓ ମେଣ୍ଟ ମାଧ୍ୟମରେ ସତ ଜାଣିବାକୁ ପ୍ରୟାସ କରିଥାନ୍ତି। ମାନସିକ ଦ୍ୱନ୍ଦ୍ୱ ଏବଂ ରୋମାଞ୍ଚରେ ଭରପୂର ଏହି ଶୋ'ର ପ୍ରଥମ ସିଜିନ୍ ବେଶ୍ ଲୋକପ୍ରିୟତା ହାସଲ କରିଥିଲା।


Related Topics

Explore more stories