Videos
|
Entertainment

`ମେରେ ମେହବୁବ' ଗୀତକୁ ନେଇ ଟ୍ରୋଲ ହେଲେ ତୃପ୍ତି ଡିମ୍ରି

Ritu Das
Browse all articles by Ritu Das
·1 year ago·2 min read
`ମେରେ ମେହବୁବ' ଗୀତକୁ ନେଇ ଟ୍ରୋଲ ହେଲେ ତୃପ୍ତି ଡିମ୍ରି

ଅର୍ଗସ ବ୍ୟୁରୋ: ଆଜିକାଲି ବଲିଉଡରେ ନିର୍ମାତାଙ୍କ ପ୍ରଥମ ପସନ୍ଦ ପାଲଟିଛନ୍ତି ତୃପ୍ତି ଡିମ୍ରି। ଫିଲ୍ମ 'ଆନିମଲ'ରେ ଖୁବ କମ ସମୟ ପାଇଁ ନଜର ଆସି ରାତାରାତି ବଲିଉଡର ଲୋକପ୍ରିୟ ହେବା ପରେ ତୃପ୍ତିଙ୍କୁ ଫିଲ୍ମ ପରେ ଫିଲ୍ମ ମିଳିବାରେ ଲାଗିଛି। ଗତ କିଛି ମାସ ମଧ୍ୟରେ ସେ ଅନେକ ଫିଲ୍ମରେ ନଜର ଆସିବା ସହ ଅନେକ ଫିଲ୍ମର ଘୋଷଣା ମଧ୍ୟ ହୋଇସାରିଲାଣି। ଏବେ ତାଙ୍କ ଆଗାମୀ ଫିଲ୍ମ 'ବିକି ବିଦ୍ୟା କା ୱ ୱାଲା ମୁଭି ରିଲିଜ୍ ହେବାକୁ ଯାଉଛି। ଏହାର ଟ୍ରେଲର ରିଲିଜ୍ ସହ କିଛି ଗୀତ ବି ରିଲିଜ୍ ହୋଇଛି। ଏବେ ଏହି ଫିଲ୍ମର ଗୀତ 'ମେରେ ମେହବୁବ'କୁ ନେଇ ତୃପ୍ତିଙ୍କୁ ଟ୍ରୋଲ କରୁଛନ୍ତି ଲୋକେ। 

ଗୀତରେ ଗୋଟିଏ ଭାଗରେ ସେ ତଳେ ‌ଶୋଇ ନୃତ୍ୟ କରୁଥିବା ଦେଖାଯାଇଛି। ଏହାକୁ ଅଶ୍ଲୀଳ କହି ଲୋକେ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଛନ୍ତି। କିଛି ଲୋକ ତାଙ୍କୁ ନାଚି ଆସୁ ନ ଥିବା ମଧ୍ୟ କହି ଟ୍ରୋଲ କରିଛନ୍ତି। ଅନ୍ୟ କିଛି ଲୋକ ଲେଖିଛନ୍ତି, ତୃପ୍ତିଙ୍କ ଖରାପ ନୃତ୍ୟ ପାଇଁ ଏତେ ଭଲ ଗୀତଟି ଖରାପ ହୋଇଗଲା। ସିରିୟଶଲି ଯେଉଁଭଳି ଫିଲ୍ମରେ ତାଙ୍କୁ ଅଫର ପରେ ଅଫର ମିଳୁଛି ସେଭଳି ଅଭିନୟରେ ମଧ୍ୟ କିଛି ପାରଙ୍ଗମ ଥିଲା ଭଳି ଜଣାପଡ଼ୁନି। ହାଇପ ବେଶୀ ରହୁଛି। ଆପଣ ତାଙ୍କ ଜାଗାରେ ଯଦି ମୃଣାଳ ଠାକୁର, ନିତାଂଶୀ କିମ୍ବା ସରଭରୀଙ୍କ କଥା କହିବା ସେମାନେ ତୃପ୍ତିଙ୍କ ଠାରୁ ଅଧିକ ଟ୍ୟାଲେଣ୍ଟଡ। 

ତେବେ ଏହି ଚଳଚ୍ଚିତ୍ରରେ ପ୍ରଥମ ଥର ପାଇଁ ତୃପ୍ତି ଏବଂ ରାଜକୁମାର ରାଓ ଏକାଠି କାମ କରିବାକୁ ଯାଉଛନ୍ତି। ଏହି ଚଳଚ୍ଚିତ୍ରଟି ଅକ୍ଟୋବର ୧୧ରେ ଥିଏଟରରେ ରିଲିଜ କରିବ। ଏବେ ରାଜକୁମାର ତାଙ୍କ ଚଳଚ୍ଚିତ୍ର ସ୍ତ୍ରୀ-୨ର ସଫଳତାକୁ ଉପଭୋଗ କରୁଛନ୍ତି। ଆଗକୁ ତାଙ୍କର ଆହୁରି ଅନେକ ଫିଲ୍ମ ଆସିବାର ଅଛି। ଆଶା ଯେ, ଖୁବଶୀଘ୍ର ସେ ଦର୍ଶକଙ୍କ ହୃଦୟକୁ ଜିତିବାକୁ ସଫଳ ହେବେ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର 

Tripti Dimri | Argus News