Videos
|
Entertainment

ଅପରେଶନ ପରେ ଘରକୁ ଫେରିଲେ ଟେଲି ଅଭିନେତା ଅର୍ଜୁନ

Ritu Das
Browse all articles by Ritu Das
·2 years ago·1 min read
ଅପରେଶନ ପରେ ଘରକୁ ଫେରିଲେ ଟେଲି ଅଭିନେତା ଅର୍ଜୁନ

ଅର୍ଗସ ବ୍ୟୁରୋ: ଅସ୍ତ୍ରୋପଚାର ପରେ ଘରକୁ ଫେରିଲେ ଟେଲି ଅଭିନେତା ଅର୍ଜୁନ ବିଜଲାନି। କିଛି ଦିନ ତଳେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ଅର୍ଜୁନ। ହଠାତ ପେଟରେ ଯନ୍ତ୍ରଣା ହେବାରୁ କାମକୁ ଅଧାରେ ରଖି ଡାକ୍ତରଖାନା ଯାଇଥିଲେ ଅଭିନେତା। ପରେ ତାଙ୍କର ଆପେଣ୍ଡିକସାଇଟିସ୍ ହୋଇଛି ଏବଂ ଏଥିପାଇଁ ତାଙ୍କର ଅସ୍ତ୍ରୋପଚାର କରାଯିବ ବୋଲି ଅଭିନେତା ଜଣାଇଥିଲେ।

ଏବେ ଅସ୍ତ୍ରୋପଚାର ପରେ ଅର୍ଜୁନ ଘରକୁ ଫେରିଥିବା ଜଣାପଡ଼ିଛି। ଇନଷ୍ଟାରେ ନିଜର ଏକ ଫଟୋ ପୋଷ୍ଟ କରି ସେ ଲେଖିଛନ୍ତି, “କେବଳ ଆପଣ ସମସ୍ତଙ୍କୁ ଅପଡେଟ୍ ଦେବାକୁ ଚାହୁଁଥିଲି ଯେ ଅସ୍ତ୍ରୋପଚାର ଭଲରେ ଶେଷ ହୋଇଛି ଏବଂ ମୁଁ ପୁନରୁଦ୍ଧାର ରାସ୍ତାରେ ଅଛି। ମୁଁ ଗତକାଲି ଅପେକ୍ଷା ଭଲ ଅନୁଭବ କରୁଛି ଏବଂ ଶୀଘ୍ର କାମକୁ ଫେରିବି ବୋଲି ଆଶା ରଖିଛି। ମିଳିଥିବା ଭଲପାଇବା ଓ ପ୍ରାର୍ଥନା ପାଇଁ ସମସ୍ତଙ୍କୁ ଧନ୍ୟବାଦ ।” ଏହି ଫଟୋରେ ତାଙ୍କ ସହ ତାଙ୍କ ପରିବାର ଲୋକ ମଧ୍ୟ ନଜର ଆସିଛନ୍ତି।

ଏହି ପୋଷ୍ଟ ପରେ ଅର୍ଜୁନ ଆଉ ଏକ ପୋଷ୍ଟ କରିଥିଲେ, ଯେଉଁଥିରେ ସେ ଘରର ବାଲକୋନୀରେ ବସିଥିବା ଦେଖାଯାଇଥିଲା। ଫଟୋ ସହ କ୍ୟାପସନରେ ସେ ଲେଖିଥିଲେ, ବର୍ତ୍ତମାନ ଘରେ ରହି ସୁସ୍ଥ ହେଉଛି।

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
TV actor Arjun | Argus News