Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

ଟିଭି ଫେମ ଅନୁପମାଙ୍କ ଯାତ୍ରା ସହଜ ନ ଥିଲା

Ritu Das
Browse all articles by Ritu Das
·1 year ago·2 min read
ଟିଭି ଫେମ ଅନୁପମାଙ୍କ ଯାତ୍ରା ସହଜ ନ ଥିଲା

ଅର୍ଗସ ବ୍ୟୁରୋ: ଟିଭି ଶୋ'ରେ ହାଇଏଷ୍ଟ paid ଅଭିନେତ୍ରୀ ହେଉଛନ୍ତି ରୁପାଲୀ ଗାଙ୍ଗୁଲି। ତାଙ୍କ ଯାତ୍ରା ପ୍ରକୃତରେ ପ୍ରେରଣାଦାୟକ ଅଟେ। ତାଙ୍କ ବିଷୟରେ ଯେତେ କହିବା ସେତେ କମ ହେବ। କିନ୍ତୁ ଫ୍ୟାନମାନେ ଜାଣି ନ ଥିବେ ତାଙ୍କର ଯାତ୍ରା ପ୍ରଥମରୁ ସହଜସାଧ୍ୟ ନ ଥିଲା। ବହୁ ସଂଘର୍ଷ ଦେଇ ଗତି କରି ରୁପାଲୀ ଆଜି ଘରେ ଘରେ ପରିଚିତ। ଜଣେ ସଫଳ ଅଭିନେତ୍ରୀ କହିଲେ ଭୁଲ ହେବ ନାହିଁ।

 

ନିଜ କ୍ୟାରିୟର ଆରମ୍ଭରୁ ସେ ୱେଟର ଭାବରେ କାର୍ଯ୍ୟ କରିବା ସହିତ ବିଭିନ୍ନ ଜାଗାରେ ହଇରାଣ ହୋଇ ଚାକିରି କରୁଥିଲେ। ତାଙ୍କର ଅଭିନୟ କ୍ୟାରିୟର 1990 ଦଶକରୁ ଟିଭି ଶୋ ଏବଂ ଚଳଚ୍ଚିତ୍ରରେ ସହାୟକ ଭୂମିକା ସହିତ ଆରମ୍ଭ ହୋଇଥିଲା, କିନ୍ତୁ ତାଙ୍କୁ ସଫଳତା ମିଳିଥିଲା ସାରାଭାଇ vs ସାରାଭାଇରେ। ମନିଶାଙ୍କ ଭୂମିକାରେ ଅଭିନୟ କରି ଘରେ ଘରେ ସମସ୍ତଙ୍କ ହୃଦୟରେ ରାଜ କରିଥିଲେ। ରୁପାଲୀ ବହୁ ଶୋ' କରିଛନ୍ତି bhabhi, kahani ghar ghar ki, bigboss ଭଳି ଶୋ'ରେ ରୁପାଲୀ ନଜର ଆସିଥିଲେ। କିନ୍ତୁ ରୁପାଲୀଙ୍କୁ ଯଦି କୌଣସି ସିରିୟଲ ପରିଚୟ ଦେଇଛି ସେ ହେଉଛି ଅନୁପମା। ଏହି ସିରିୟଲର କ୍ରେଜ କିନ୍ତୁ ଅଲଗା ପ୍ରକାର। ଅନୁପମା ସହିତ ପ୍ରତି ମହିଳା ନିଜକୁ କେବେ ନା କେବେ କନେକ୍ଟ କରିଥିବେ।  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବିବାହ ପରେ ସେ ଦୀର୍ଘ ସମୟର ଟିଭି ଶୋ'ରୁ ସମ୍ପୂର୍ଣ୍ଣ ବିରତି ନେଇଥିଲେ। କାରଣ ସେ ତାଙ୍କ ପୁଅକୁ ଟାଇମ ଦେବାକୁ ଚାହୁଁଥିଲେ। ତାଙ୍କର ଗୋଟିଏ ପୁଅ। ରୁପାଲୀଙ୍କ ପୁଅ ନାଁ ହେଉଛି ରୁଦ୍ରାକ୍ଷ। ୨୦୧୫ ମସିହାରେ ରୁଦ୍ରାକ୍ଷ ଜନ୍ମ ହୋଇଥିଲା। ପରେ ରୁପାଲି ଷ୍ଟାର ପ୍ଲସରେ ପ୍ରସାରିତ `ଅନୁପମା' ଶୋ'ରେ ଅଗ୍ରଣୀ ଭାବେ ଏକ powerful come back କରିଥିଲେ।  ଜଣେ ମଧ୍ୟବୟସ୍କ ମହିଳାଙ୍କ ପରିଚୟ ତାଙ୍କ ପରିଚୟକୁ ପୁନଃ ଆବିଷ୍କାର କରି ଦର୍ଶକଙ୍କ ସହିତ ଗଭୀର ଭାବରେ ସ୍ୱର ଉଠାଇଲା ଏବଂ ତାଙ୍କୁ ନୂତନ ସ୍ତରରେ ଖ୍ୟାତି ଆଣିଦେଲା। ଆଜି ସେ ଭାରତୀୟ ଟେଲିଭିଜନରେ ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ। ଯିଏକି ଏପିସୋଡ ପିଛା 3 ଲକ୍ଷରୁ ଅଧିକ ଆୟ କରୁଛନ୍ତି। ଅନୁପମାଙ୍କ ସମ୍ପତ୍ତି ପ୍ରାୟ 20 କୋଟି ହେବ। 

ବିଭିନ୍ନ ଛୋଟ ଚାକିରି କରିବା ଠାରୁ ଆରମ୍ଭ କରି ଟିଭିର ସବୁଠୁ ବଡ ତାରକା ହେବା ପର୍ଯ୍ୟନ୍ତ ରୁପାଲି ଗାଙ୍ଗୁଲିଙ୍କ ସଫଳତାର କାହାଣୀ ହେଉଛି ତାଙ୍କର ସ୍ଥିରତା ଏବଂ ପ୍ରତିଭାର ପ୍ରମାଣ। ଗୋଟିଏ କଥା ଏଠି କହିବୁ ଯେ, ଆପଣ ଯଦି କଷ୍ଟ କରିଥିବେ ତା'ର ଫଳ ଆପଣଙ୍କୁ ନିଶ୍ଚିତ ମିଳିବ। 

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର 
 

Sponsored
TV fame Anupama's | Argus News