Videos
|
Entertainment

ଅଯୋଧ୍ୟା ଭୂମିରେ ପାଦ ରଖିଲେ ଟିଭିର ରାମ-ଲକ୍ଷ୍ମଣ-ସୀତା

Ritu Das
Browse all articles by Ritu Das
·2 years ago·1 min read
ଅଯୋଧ୍ୟା ଭୂମିରେ ପାଦ ରଖିଲେ ଟିଭିର ରାମ-ଲକ୍ଷ୍ମଣ-ସୀତା

ଅର୍ଗସ ବ୍ୟୁରୋ: ଅଯୋଧ୍ୟାରେ ଆୟୋଜିତ ହେବାକୁ ଥିବା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ପାଇଁ ସମଗ୍ର ଦେଶ ଆଗ୍ରହୀ। ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ଗୋଟିଏ ପରେ ଗୋଟିଏ ବହୁ ବଡ଼ ସେଲିବ୍ରିଟିଙ୍କୁ ନିମନ୍ତ୍ରଣ କରାଯାଉଛି। ନିକଟରେ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ତାଙ୍କ ସ୍ବାମୀ ବିରାଟ କୋହଲିଙ୍କୁ ମଧ୍ୟ ଉଦଘାଟନୀ ସମାରୋହରେ ନିମନ୍ତ୍ରଣ କରାଯାଇଛି। ଏହି ସମୟରେ ,କ ବଡ଼ ଖବର ସାମ୍ନାକୁ ଆସିଛି। ଟିଭିର ରାମ-ସୀତା ମଧ୍ୟ ଅଯୋଧ୍ୟାରେ ପହଞ୍ଚିଛନ୍ତି। ସୋସିଆଲ ମିଡିଆରେ ତାଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି। 

 

ଟିଭିର ରାମ ଅରୁଣ ଗୋଭିଲ, ସୀତା ଅର୍ଥାତ ଦୀପିକା ଚିଖଲିଆ, ଏବଂ ଲକ୍ଷ୍ମଣ ସୁନୀଲଙ୍କ ଏକ ଭିଡିଓ ଭାଇରାଲ ହୋଇଛି। ଏହି ତିନିଜଣ ଅଯୋଧ୍ୟାର ପୁଣ୍ୟଭୂମିରେ ପାଦ ଦେଇଛନ୍ତି। ଏହିସବୁ ଦେଖିବାପରେ ଲୋକମାନେ ପୁଣିଥରେ ରାମାୟଣର ଦିନକୁ ମନେ ପକାଇଛନ୍ତି। ଭବ୍ୟ ସ୍ବାଗତ କରିଛନ୍ତି ଏହି ତିନିଜଣଙ୍କୁ। ଲାଗୁଥିଲା ଯେମିତି ସତରେ ରାମସୀତା ଆସୁଛନ୍ତି। କିନ୍ତୁ ହଜିଯାଉଛି ତେବେ ହନୁମାନଜୀ ଯାହାର ଚରିତ୍ର ଅଭିନେତା ଦାରା ସିଂ ଅଭିନୟ କରିଥିଲେ ସେ ଆଜି ନାହାନ୍ତି ତାଙ୍କର ଅନୁପସ୍ଥିତି ପ୍ରଶଂସକଙ୍କୁ କଷ୍ଟ ଦେଇଛି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର 
 

TV's Ram-Laxman- | Argus News