ଆସୁଛି ଦୁଇ ଦୁଇଟି ବିଗ ବଜେଟ୍ ର ଓଡ଼ିଆ ସିନେମା

ଅର୍ଗସ ବ୍ୟୁରୋ: ଏଥର ଫିକା ପଡ଼ିବନି ପାର୍ବଣ। ଆସୁଛି ଦୁଇ ଦୁଇଟି ବିଗ ବଜେଟ୍ ର ଓଡ଼ିଆ ସିନେମା। ଦୁର୍ଗାପୂଜାରେ ବଡ଼ ପରଦାକୁ ଆସୁଛି ପ୍ରକାଶ ଫିଲ୍ମସ ଏବଂ ମୁନ୍ ଟିଭି ମୁଭିଜ୍ ର ମିଳିତ ପ୍ରଯୋଜନାରେ ଚଳଚ୍ଚିତ୍ର ଅଧିନାୟକ ଏବଂ ରଙ୍ଗ-ଶୁର"। ଗତକାଲି ଦୁଇଟି ବିଗ ବଜେଟ୍ ସିନେମାର ଟାଇଟେଲ୍ ଓ ଷ୍ଟାର କାଷ୍ଟ ଘୋଷଣା କରାଯାଇଛି । ଓଲିଉଡ଼ରେ ପ୍ରଥମ ଥର ପାଇଁ କ୍ରିକେଟକୁ ନେଇ ଚଳଚ୍ଚିତ୍ର ନିର୍ମାଣ ହେବାକୁ ଯାଉଛି l ଅମ୍ଲାନ ଦାସ, ବି.ଏମ. ବୈଶାଳୀ, ସୁକାନ୍ତ ରଥ, ଚୌଧୁରୀ ଜୟପ୍ରକାଶ ଦାସ ଏବଂ କୁନା ତ୍ରିପାଠୀଙ୍କ ଅଭିନୟର ଯାଦୁରେ ଆସୁଛି ଚଳଚ୍ଚିତ୍ର "ଅଧିନାୟକ" l
ଆମ ଓଡ଼ିଆ ପରମ୍ପରାର ଏକ ପ୍ରାଚୀନ ଲୋକ କଳା ନୃତ୍ୟ ଥିଲା ବାଘ ନାଚ l ଏବେ ପ୍ରାୟ ବିଲୁପ୍ତ l ସେଇ ବିଲୁପ୍ତ ବାଘ ନାଚ ଉପରେ ଆଧାରିତ ହୋଇଛି ରଙ୍ଗ-ଶୁର ଚଳଚ୍ଚିତ୍ର । ବାଘ ନାଚ କଳାକୁ କେମିତି ପୁନଃଉଦ୍ଧାର କରାଯାଇ ପାରିବ ଏହି ଚଳଚ୍ଚିତ୍ରରେ ପ୍ରଦର୍ଶିତ ହୋଇଛି । ଏହି ଫିଲ୍ମରେ ଚୌଧୁରୀ ବିକାଶ ଦାସ, ଚୌଧୁରୀ ଜୟପ୍ରକାଶ ଦାସ, ସମରେଶ ରାଉତରାୟ, ଜ୍ୟୋତି, ଶୁଭାଶିଷ, ଦୀପନ୍ବିତ, ସୂର୍ଯ୍ୟମୟୀ ଏବଂ ଶୁଭଶ୍ରୀ ପ୍ରମୁଖ ଅଭିନୟ କରିଛନ୍ତି l ଆଗକୁ ଆସିବାକୁ ଥିବା ଏହି ଦୁଇଟି ଚଳଚ୍ଚିତ୍ର ଆଗାମୀ ଦିନରେ ଓଲିଉଡ଼ରେ ଚହଳ ପକାଇବ ବୋଲି ଆଶା ପ୍ରକାଶ କରିଛି ପ୍ରଯୋଜନା ସଂସ୍ଥା ।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର: