Udit Narayan In Trouble / 'ମୋ ଅନୁମତି ବିନା ଗର୍ଭାଶୟ ବାହାର କରିଥିଲେ'; ଉଦିତ ନାରାୟଣଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ
·7 months ago·2 min read

Key Points
ଉଦିତ ନାରାୟଣଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ
ଘଟଣାର ୩୧ ବର୍ଷ ପରେ ଅଭିଯୋଗ ଆଣିଲେ ପ୍ରଥମ ପତ୍ନୀ
କହିଲେ ବିନା ଅନୁମତିରେ ବାହାର କରିଥିଲେ ଗର୍ଭାଶୟ
ଘଟଣାର ୩୧ ବର୍ଷ ପରେ ଅଭିଯୋଗ ଆଣିଲେ ପ୍ରଥମ ପତ୍ନୀ
କହିଲେ ବିନା ଅନୁମତିରେ ବାହାର କରିଥିଲେ ଗର୍ଭାଶୟ
ପୁଣି ଥରେ ଚର୍ଚ୍ଚାରେ ବଲିଉଡ ପ୍ଲେବ୍ୟାକ୍ ସିଙ୍ଗର ଉଦିତ ନାରାୟଣ । ଗାୟକଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତ ପ୍ରଥମ ପତ୍ନୀ ରଞ୍ଜନା ନାରାୟଣ ଝା । ସେ ଅଭିଯୋଗ କରିଛନ୍ତି ଯେ ଉଦିତ ତାଙ୍କ ଅନୁମତି ନ ନେଇ ତାଙ୍କ ଶରୀରରୁ ଗର୍ଭାଶୟ (Uterus)କୁ ବାହାର କରିଦେଇଥିଲେ । ସେ ପ୍ରାୟ ୩୧ ବର୍ଷ ପରେ ଉଦିତଙ୍କ ବିରୋଧରେ ଏହି ଅଭିଯୋଗ ଆଣିଛନ୍ତି ।
ରଞ୍ଜନା ବିହାର ସୁପୌଲ ମହିଳା ଥାନାରେ ଏହି ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗ ଅନୁସାରେ, ଉଦିତଙ୍କ ଦୁଇ ଭାଇ ଓ ଦ୍ଵିତୀୟ ପତ୍ନୀ ଦୀପା ଚିକିତ୍ସା ବାହାନାରେ ତାଙ୍କୁ ହସ୍ପିଟାଲ ନେଇ ଯାଇଥିଲେ । ଏହାପରେ ଦିଲ୍ଲୀର ଏକ ହସ୍ପିଟାଲରେ ତାଙ୍କର ଅପରେସନ କରାଯାଇଥିଲା । ଏହି ଅଭିଯୋଗ ଫେବୃଆରୀ ୧୦ ତାରିଖରେ କରାଯାଇଥିଲା । ରଞ୍ଜନା କହିଛନ୍ତି ଯେ ୧୯୯୬ ମସିହାରେ ତାଙ୍କର ଗର୍ଭାଶୟକୁ କାଢି ଦିଆଯାଇଥିଲା, କିନ୍ତୁ ନିକଟରେ ତାଙ୍କୁ ଏହି ବିଷୟରେ ଜଣାପଡ଼ିଛି । ଯେତେବେଳେ ସେ ଆଉ ଏକ ଚିକିତ୍ସା ପାଇଁ ଡାକ୍ତରଙ୍କୁ ପାଖକୁ ଯାଇଥିଲେ, ସେତେବେଳେ ତାଙ୍କ ଗର୍ଭାଶଯ ନଥିବା କହିଥିଲେ ଡାକ୍ତର ।
ପଢନ୍ତୁ ଏହି ଖବର: ଇନ୍ଦିରା ଗାନ୍ଧୀଙ୍କ ଲୁକ୍ ନେଇ ଫସିଲେ ଅଭିନେତ୍ରୀ କଙ୍ଗନା ରାଣାଓ୍ୱତ?

- କିଏ ଉଦିତଙ୍କ ପ୍ରଥମ ପତ୍ନୀ ?
ପଢନ୍ତୁ ଏହି ଖବର: ଇନ୍ଦିରା ଗାନ୍ଧୀଙ୍କ ଲୁକ୍ ନେଇ ଫସିଲେ ଅଭିନେତ୍ରୀ କଙ୍ଗନା ରାଣାଓ୍ୱତ?
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- ପୂର୍ବରୁ କେସ୍ କରିଥିଲେ ରଞ୍ଜନା
ଏହି ଅଭିଯୋଗ ପତ୍ରରେ ରଞ୍ଜନା କହିଥିଲେ ଯେ ଉଦିତ ତାଙ୍କୁ ବିହାରରେ ଛାଡ଼ି ଦେଇଛନ୍ତି । ଯେତେବେଳେ ସେ ତାଙ୍କୁ ଭେଟିବା ଲାଗି ମୁମ୍ଵାଇ ଯାଆନ୍ତି, ସେତେବେଳେ କିଛି ଲୋକ ତାଙ୍କର ପିଛା କରନ୍ତି । ଏପରିକି ନେପାଳରେ ଏକ ସମ୍ପତ୍ତି ବିକିବା ପରେ ତାଙ୍କୁ ୧୮ ଲକ୍ଷ ଟଙ୍କା ଦିଆଯାଇନଥିବା ସେ ଅଭିଯୋଗ କରିଥିଲେ । ରଞ୍ଜନା ତାଙ୍କୁ ଉଦିତଙ୍କ ଆଇନ ଅନୁଯାୟୀ ପତ୍ନୀ ବୋଲି କହିବା ସହ ନିଜର ଅଧିକାର ମାଗିଛନ୍ତି । ଏପରିକି ଅସୁସ୍ଥତା ଯୋଗୁଁ ତାଙ୍କ ସହିତ ରହିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ।
Related Topics
Explore more stories