Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

ସ୍ୱାମୀଙ୍କଠୁ ଅଲଗା ହେବେ ଉର୍ମିଲା

Banajyotshna Ray
Browse all articles by Banajyotshna Ray
·1 year ago·1 min read
ସ୍ୱାମୀଙ୍କଠୁ ଅଲଗା ହେବେ ଉର୍ମିଲା

ଅର୍ଗସ ବ୍ୟୁରୋ:  ବଲିଉଡ ଇଣ୍ଡଷ୍ଟ୍ରିରେ ଚାଲିଛି ଛାଡପତ୍ର ଟ୍ରେଣ୍ଡ। ଯାହାକୁ ଦେଖିବ ତାଙ୍କର ଖାଲି ଛାଡପତ୍ର ଖବର ସାମ୍ନାକୁ ଆସୁଛି। ବର୍ତ୍ତମାନ ଏପରି ଏକ ଖବର ଆସିଛି ବଲିଉଡରୁ। ବଲିଉଡର ଆଗଧାଡିର ଅଭିନେତ୍ରୀ ଉର୍ମିଲା ମାତୋଣ୍ଡେକର। ଅଭିନେତ୍ରୀ ବିବାହର ୮ ବର୍ଷ ପରେ ଛାଡପତ୍ର ଦାୟର କରିଛନ୍ତି। ହେଲେ କାହିଁକି ବିବାହର ଏତେ ବର୍ଷ ପରେ ଛାଡପତ୍ର ଦେବେ ତାକୁ ନେଇ ବ୍ରଶ୍ନ ଉଠୁଥିବାବେଳେ ସତ ମଧ୍ୟ ସାମ୍ନାକୁ ଆସିଛି। ଉର୍ମିଲା ସ୍ୱାମୀ ମୋହସିନଙ୍କୁ ୨୦୧୬ ମସିହାରେ ବିବାହ କରିଥିଲେ। ଦୁହେଁ ଏକ ପ୍ରାଇଭେଟ ବିବାହ କରିଥିଲେ। ସେତେବେଳେ ଉର୍ମିଲାଙ୍କ ବିବାହ ଚର୍ଚ୍ଚାରେ ଥିଲା।

କାରଣ ୪୨ ବର୍ଷ ବୟସରେ ସେ ଜଣେ ବ୍ୟବସାୟୀଙ୍କୁ ବିବାହ କରିଥିଲେ। ଯିଏ ତାଙ୍କ ଠାରୁ ୧୦ ବର୍ଷ ସାନ ଥିଲେ। ଏପରିକି ଧର୍ମ ମଧ୍ୟ ଅଲଗା ଅଲଗା ଥିଲା। ବ୍ୟବସାୟୀ ତଥା ମଡେଲ ମୋହସିନ୍‌ କାଶ୍ମୀରର ବାସିନ୍ଦା। ୨୦୧୪ରେ ମନୀଷ ମଲହୋତ୍ରାଙ୍କ ଭଣଜାଙ୍କ ବିବାହରେ ଦୁହେଁ ସାକ୍ଷାତ ହୋଇଥିଲେ। ଦୁହିଁଙ୍କ ମଧ୍ୟରେ ବନ୍ଧୁତା ହୋଇଥିଲେ। ପରେ ଦୁହେଁ ପ୍ରେମରେ ପଡିଥିଲେ। ଏହା ପରେ ଦୁହେଁ ଅମୃତସରର ସ୍ୱର୍ଣ୍ଣ ମନ୍ଦିରକୁ ଯାଇ ବିବାହ କରିଥିଲେ। ବର୍ତ୍ତମାନ କୁହାଯାଉଛି କି, ଉର୍ମିଲା ବିବାହରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି।

ସେ କୋର୍ଟରେ ଛାହପତ୍ର ମାମଲା ଦାୟକ କରିଛନ୍ତି। ତେବେ ଅଳଗା ହେବାର କାରଣ ଏପର୍ଯ୍ୟନ୍ତ ଜଣାପହିନାହିଁ। କିନ୍ତୁ ଏହା ନିଶ୍ଚିତ ଭାବରେ ଦାବି କରାଯାଇଛି ଯେ, ଉଭୟଙ୍କ ଛାଡପତ୍ର ପାରସ୍ପରିକ ସର୍ତ୍ତରେ ହେଉନାହିଁ। ସେମାନଙ୍କ ବ୍ୟକ୍ତିଗତ ଜୀବନରେ ଅଶାନ୍ତି ଦେଖାଦେଇଛି। ଯେଉଁଥି ପାଇଁ ଦୁହେଁ ଅଲଗା ହେବାର ନିଷ୍ବତ୍ତି ନେଇଛନ୍ତି। ଏହାସହ ଉର୍ମିଲା ଏବଂ ମୋହସିନଙ୍କ ମଧ୍ୟରେ ୧୦ ବର୍ଷର ବୟସ ପାର୍ଥକ୍ୟ ଅଛି ।ତେବେ ଅଲଗା ହେବାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ କି ଦୁହେଁ ଏନେଇ ମୁହଁ ଖୋଲିନାହାନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର: 

Sponsored
Urmila Matondkar files for divorce after 8 years of marriage? | Argus News