Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - କୁଇନ୍, ବିଜୟିନୀ, ବସ୍ ପରେ ବର୍ଷା ସାଜିବେ ୱାଇଫ୍

Entertainment

କୁଇନ୍, ବିଜୟିନୀ, ବସ୍ ପରେ ବର୍ଷା ସାଜିବେ ୱାଇଫ୍

Banajyotshna Ray
Browse all articles by Banajyotshna Ray
·1 year ago·1 min read
କୁଇନ୍, ବିଜୟିନୀ, ବସ୍ ପରେ ବର୍ଷା ସାଜିବେ ୱାଇଫ୍

Key Points

  • ଜାନୁଆରିରେ ଆସୁଛି ବର୍ଷାଙ୍କ wife  
  • ଯୁବି ଓ ମାହିଙ୍କ ଲଭଷ୍ଟୋରୀର ବିଭିନ୍ନ ସେଡ୍ ଦେଖିବେ ଦର୍ଶକ
  • କୁଇନ୍, ବିଜୟିନୀ, ବସ୍ ପରେ ବର୍ଷା ସାଜିବେ ୱାଇଫ୍
  • ଫିଲ୍ମର ସ୍କ୍ରିନ ପ୍ଲେ ଓ କ୍ରିଏଟିଭ୍ ହେଡ୍ ନିଜେ ବର୍ଷା
  • ମୌଳିକ ଓଡ଼ିଆ କାହାଣୀ ନେଇ ନିର୍ମାଣ ହୋଇଛି wife

ଅର୍ଗସ ବ୍ୟୁରୋ: ସୁରକ୍ଷା-ସମ୍ମାନ-ସଂସ୍କୃତି ଆଉ ସହନଶୀଳତା । ଏଇ 4 ଫଣ୍ଡାକୁ ନେଇ ବର୍ଷା ଆସୁଛନ୍ତି ୱାଇଫ୍ ହୋଇ । ପୁଣି ଥରେ ବର୍ଷାଙ୍କ ଫିଲ୍ମର ଗୀତ ମାର୍କେଟରେ ଧୂମ୍ ମଚାଇବ ବୋଲି ଚର୍ଚ୍ଚା ଆରମ୍ଭ ହୋଇଗଲାଣି। ଜାନୁଆରୀ ମାସରେ ଫିଲ୍ମ ରିଲିଜ୍ ନେଇ ନିଜେ ଘୋଷଣା କରିଛନ୍ତି ବର୍ଷା। ଫିଲ୍ମର କାହାଣୀକୁ ନେଇ ସସପେନ୍ସ ଲାଗି ରହିଥିଲେ ବି ସ୍ବାମୀ-ସ୍ତ୍ରୀଙ୍କ ସଂପର୍କର ବିଭିନ୍ନ ସେଡ୍ ଦେଖିବାକୁ ମିଳିପାରେ ବୋଲି ଚର୍ଚ୍ଚା ହେଉଛି। ଖାସ୍ କରି ଫିଲ୍ମ ଏଣ୍ଡିଂକୁ ଅପେକ୍ଷା କରିଛନ୍ତି ଦର୍ଶକ । ପୁଣିଥରେ କୁଇନ୍ ଯୋଡିକୁ ଦେଖିବେ ଦର୍ଶକ । ମାହି ଭୂମିକାରେ ବର୍ଷା ପ୍ରିୟଦର୍ଶିନୀ ଅଭିନୟ କରୁଥିବା ବେଳେ ତାଙ୍କ ଅପୋଜିଟରେ ଯୁବରାଜ ଭୂମିକାରେ ଦେଖାଦେବେ ଜୟଜିତ୍। ସଙ୍ଗୀତ ନିର୍ଦ୍ଦେଶନା ଦାୟିତ୍ୱରେ ମଳୟ ମିଶ୍ର, ସ୍କ୍ରିନ୍ ପ୍ଲେ ଓ କ୍ରିଏଟିଭ୍ ହେଡ୍ ଦାୟିତ୍ଵ ରେ ଅଛନ୍ତି ନିଜେ ବର୍ଷା ।

ମୌଳିକ କାହାଣୀ ଉପରେ ଆଧାରିତ ଏହି ଫିଲ୍ମ୍ ରେ ବର୍ଷା ଓ ଜୟଜିତଙ୍କ ସହ ଅଭିନୟ କରିଛନ୍ତି ରବି ମିଶ୍ର, ପିହୁ, ଶଙ୍କର ପ୍ରଧାନ, ସ୍ମିତା ତ୍ରିପାଠୀ, ବିଜୟିନୀ ମିଶ୍ର, ୠଷି ପଟ୍ଟନାୟକ, କୁନୁରୀ, ଶୋଭା, ପାୟଲ ପ୍ରମୁଖ। ପୂର୍ବରୁ ନିମକୀ, କୁଇନ୍, ବିଜୟିନୀ, ବସ୍ ଭଳି ନାରୀ କୈନ୍ଦ୍ରିକ ଚିତ୍ର ଦେଇ ଓଲିଉଡରେ ଟ୍ରେଣ୍ଡ ସେଟ୍ କରିଛନ୍ତି ବର୍ଷା। ନିକଟରେ କୁଇନ୍ ଚଳଚ୍ଚିତ ପାଇଁ ସ୍ବତନ୍ତ୍ର ଜୁରୀ ପୁରସ୍କାର ବି ପାଇଛନ୍ତି ବର୍ଷା। ଏବେ ବର୍ଷାଙ୍କ ୱାଇଫ୍ କୁ ଅପେକ୍ଷା ।

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
varsha priyadarshini new upcoming film wife | Argus News