Videos
|
Entertainment

କାଟ୍ରିନାଙ୍କ ପ୍ରଥମ କରଓ୍ବାଚୌଥର ମେମୋରି ଶେୟାର କଲେ ଭିକି

Arpita Mohanty
Browse all articles by Arpita Mohanty
·2 years ago·1 min read
କାଟ୍ରିନାଙ୍କ ପ୍ରଥମ କରଓ୍ବାଚୌଥର ମେମୋରି ଶେୟାର କଲେ ଭିକି

ଅର୍ଗସ ବ୍ୟୁରୋ: ବର୍ତ୍ତମାନ ବଲିଉଡର ଟ୍ରେଣ୍ଡିଂ କପଲ ହେଉଛନ୍ତି ଭିକି କୌଶଲ ଏବଂ କ୍ୟାଟ୍ରିନା କେଫ୍। ଯୁଆଡେ ଦେଖ ଉଭୟଙ୍କ ଚର୍ଚ୍ଚା। ଉଭୟ ଉଭୟଙ୍କର ଫିଲ୍ମର ପ୍ରମୋସନ କରୁଥିବାର ସବୁବେଳେ ନଜର ଆସିଥାନ୍ତି। ନିକଟରେ ବ୍ୟାଡବୟର ଟ୍ରେଲର ରିଲିଜ ହେବା ସହିତ ତବା ତବା ଗୀତ ରିଲିଜ୍ ହୋଇଛି ଯାହା ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିଛି । ଭିକିଙ୍କ ଡ୍ୟାନ୍ସ ମୁଭସ ଫ୍ୟାନସଙ୍କ ମନ ଛୁଇଁଛି। ଗୀତଟି ଇନଷ୍ଟାରେ ଭାଇରାଲ ହେଉଛି। ଏହି ଫିଲ୍ମର ପ୍ରମୋସନ କରୁଥିବାବେଳେ ଏକ ସାକ୍ଷାତକାରରେ ଭିକି ତାଙ୍କର ପ୍ରଥମ କରୱାଚଥ ଅନୁଭବ ବିଷୟରେ କହିଛନ୍ତି। କ୍ୟାଟ୍ରିନା ହେଉଛନ୍ତି “ଗୁଗୁଲ୍ କୁଇନ୍”। କରୱା ଚୌଥ ଦିନ ମଧ୍ୟ ସେ ଗୁଗୁଲକୁ ପଚାରିଥିଲେ ଯେ ସେ କେତେବେଳେ ଚନ୍ଦ୍ର ଦେଖି ପାରିବେ।

ପରେ ସେ କ୍ୟାଟ୍ରିନାଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ଯେ ଚନ୍ଦ୍ର ଗୁଗୁଲର ଶୁଣେନାହିଁ। ଏହାର ଯେତେବେଳେ ଆସିବାର ଥିବ ସେ ଆସିବ। ଗୁଗୁଲ ଏହାର ଗତିବିଧି ପୂର୍ବାନୁମାନ କରିପାରିବ ନାହିଁ। କିନ୍ତୁ ଗୁଗୁଲ ଚନ୍ଦ୍ରର ଆସିବାର ସମୟ ୮.୩୦ ଦେଇଥିଲା ଏବଂ ସେ ଅପେକ୍ଷା ମଧ୍ୟ କରିଥିଲେ। ତେବେ ଭିକି ମଧ୍ୟ ତାଙ୍କ ଲେଡି ଲଭ୍ ପାଇଁ କରୱାଚୌଥର ଉପବାସ ରଖିଥିଲେ। ସେ କହିଛନ୍ତି ମୋର ଉପବାସ ରଖିବାରେ କୌଣସି ଅସୁବିଧା ନାହିଁ କାରଣ ଅଭିନେତା ଭାବରେ ସେମିତିରେ ବି ଆମ ଡାଏଟ୍ ରେ ବହୁତ୍ ରେଷ୍ଟ୍ରିକସନ ଥାଏ। ସେଥିପାଇଁ ଉପବାସ ରଖିବାରେ ଏହା ସାହାଯ୍ୟ କରେ।

ଅଧିକ ପଢନ୍ତୁ ମନୋରଞ୍ଜନ ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Vicky Katrina | Argus News