‘Do Aur Do Pyar’ର ଟ୍ରେଲର ରିଲିଜ୍, ଏପ୍ରିଲ ୧୯ରେ ପ୍ରେକ୍ଷାଳୟରେ କରିବ ମୁକ୍ତିଲାଭ
·2 years ago

ଅର୍ଗସ ବ୍ୟୁରୋ: ସାମ୍ନାକୁ ଆସିଲା ‘Do Aur Do Pyar’ର ଟ୍ରେଲର ରିଲିଜ୍। ଦୀର୍ଘ ଦିନ ପରେ ପରଦାକୁ ଆସୁଛନ୍ତି ବିଦ୍ୟା ବାଲାନ। ଏହାସହ ଇଲିଆନା ଡକ୍ରୁଜ ମଧ୍ୟ ନଜର ଆସିବେ। ଏହି ଫିଲ୍ମ ମଧ୍ୟମରେ ବିଦ୍ୟା ପୁଣି ଥରେ ସିଲଭର ସ୍କ୍ରୀନରେ କମବ୍ୟାକ୍ କରୁଛନ୍ତି । ଏହା ରୋମାଣ୍ଟିକ କମେଡି ଫିଲ୍ମ ଦୁଇ ଦମ୍ପତ୍ତିଙ୍କ ବୈବାହିକ ଜୀବନକୁ ନେଇ ଗତିଶୀଳ । ଏହି ଫିଲ୍ମରେ ବିଦ୍ୟା ବାଲାନ୍, ଇଲିଆନା ଡିକ୍ରୁଜ୍, ପ୍ରତୀକ ଗାନ୍ଧୀ ଏବଂ ସେନ୍ଥିଲ ରାମମୂର୍ତ୍ତୀ ମୁଖ୍ୟ ଭୂମିକାରେ ନଜର ଆସିବେ । ଆଧୁନିକ ପ୍ରେମ ସମ୍ପର୍କ ଉପରେ ଆଧାରିତ ଏହି ଫିଲ୍ମ ଏପ୍ରିଲ ୧୯ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ।
‘Do Aur Do Pyar’ଫିଲ୍ମ ଟ୍ରେଲରରେ ଦୁଇ ଦମ୍ପତ୍ତିଙ୍କ ବୈବାହିକ ଜୀବନର ଝଲକ ଦେଖିବାକୁ ମିଳିଛି । ଦମ୍ପତ୍ତିଙ୍କ ମଧ୍ୟରେ ଭଲପାଇବାର ସ୍ପାର୍କ ଶେଷ ହେବା ପରେ ଏକ୍ସଟ୍ରା ମେରିଟାଲ ଆଫେୟାର ସ୍ଥାପନ କରିଛନ୍ତି ।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: