ପ୍ରବଳ ଥଣ୍ଡାରେ ହିମାଳୟ ଜଙ୍ଗଲରେ ୧୦ ଦିନ କାଟିଲେ ବିଦ୍ୟୁତ ଜୈମାଲ

ଅର୍ଗସ ବ୍ୟୁରୋ: ବଲିଉଡ ଅଭିନେତା ବିଦ୍ୟୁତ ଜାମଓ୍ବାଲ ତାଙ୍କ ଅଭିନୟ ଏବଂ ଷ୍ଟଣ୍ଟ ପାଇଁ ଖୁବ ଲୋକପ୍ରିୟ। ଗତ ରବିବାର ତାଙ୍କର ଜନ୍ମଦିନ ଯାଇଥିଲାବେଳେ ସେ ଏହାକୁ ଏକାକୀ ଜଙ୍ଗଲରେ ପାଳନ କରିଛନ୍ତି। ଦୈନନ୍ଦିନ ଜୀବନର ଅଏସ ଆରାମ ଛାଡ଼ି ସେ ଜଙ୍ଗଲରେ ଗୋଟିଏ ସପ୍ତାହ ବିତାଇଛନ୍ତି। ବିଦ୍ୟୁତ ସୋସିଆଲ ମିଡିଆରେ ଏହି ସମୟର ଫଟୋ ଶେୟାର କରିଛନ୍ତି ଯେଉଁଠାରେ ସେ ପ୍ରକୃତିର କୋଳରେ ବିନା ପୋଷାକରେ ଏହି ସମୟକୁ ଉପଭୋଗ କରୁଥିବା ଦେଖିବାକୁ ମିଳିଛି। ଏହି ଫଟୋ ଇଣ୍ଟରନେଟରେ ଭାଇରାଲ ହେବାସହ ଝଡ଼ ସୃଷ୍ଟି କରିଛି।
My retreat to the Himalayan ranges - “the abode of the divine” started 14 years ago. Before I realised, it became an integral part of my life to spend 7-10 days alone- every year. pic.twitter.com/HRQTYtjk6y
— Vidyut Jammwal (@VidyutJammwal) December 10, 2023
ବିଦ୍ୟୁତ ଏକାଧିକ ଫଟୋ ଶେୟାର କରିଥିଲେ ଏବଂ ଜଣେ ସ୍ଥାନୀୟ ମେଣ୍ଢାପାଳକ ତାଙ୍କ ଫଟୋ କ୍ଲିକ କରିଥିବା ସେ କହିଥିଲେ। ଗୋଟିଏ ଫଟୋରେ ସେ ନିଜ ସୁନ୍ଦର ସ୍ବାସ୍ଥ୍ୟକୁ ଦେଖାଇ ହାତକୁ ଆକାଶ ଆଡକୁ ଉଠାଇ ଏକ ପୋଜ ଦେଇଛନ୍ତି। ସେ କ୍ୟାପଶନରେ ଲେଖିଛନ୍ତି ହିମାଳୟ ପରିସରକୁ ମୋର ଏହିପ୍ରକାର ରିଟ୍ରିଟ ୧୪ବର୍ଷ ପୂର୍ବେ ଆରମ୍ଭ ହୋଇଥିଲା। ମୁଁ ଏହିପରି ୭-ରୁ ୧୦ ଦିନ ଜଙ୍ଗଲରେ ବିତାଇବାକୁ ଚାହେଁ। ମୋତେ ଭାରି ଭଲ ଲାଗେ।
📱 Get Argus News App
✨ଅନ୍ୟ ଏକ ଫଟୋରେ ବିଦ୍ୟୁତ କାଠ ଓ ପଥର ବ୍ୟବହାର କରି ଜଙ୍ଗଲରେ ମ୍ୟାଗି ତିଆରି କରୁଥିବା ଦେଖିବାକୁ ମିଳିଥିଲା। ପ୍ରକୃତିରୁ ମିଳିଥିବା ଶାନ୍ତ ବାତାବରଣକୁ ମୁଁ ଉପଭୋଗ କରିବାକୁ ଚାହେଁ।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର