ଟଲିଉଡ ଇଣ୍ଡଷ୍ଟ୍ରିରୁ ବିଦାୟ ନେଲେ ବିଜୟ!

ଅର୍ଗସ ବ୍ୟୁରୋ: ଟଲିଉଡ ଇଣ୍ଡଷ୍ଟ୍ରିର ଫ୍ୟାନ ଫଲୋଇଙ୍ଗ ସବୁଠୁ ଅଧିକ। ସାଉଥ ଅଭିନେତା ଅଭିନେତ୍ରୀଙ୍କୁ ଫ୍ୟାନମାନେ ପୂଜା କରନ୍ତି। ସାଉଥ ସୁପରଷ୍ଟାର ଥଲାପତି ବିଜୟଙ୍କର କ୍ରେଜ କଥା ନ କହିବା ଭଲ। ବର୍ତ୍ତମାନ ତାଙ୍କ ବିଷୟରେ ବଡ ଖବର ସାମ୍ନାକୁ ଆସିଛି । ଶୁଣିବାକୁ ମିଳିଛି କି ସେ ଆଉ ଫିଲ୍ମରେ ନଜର ଆସିବେ ନାହିଁ । ଅଭିନେତା ଫିଲ୍ମ ଲାଇନ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି। ଅଭିନେତାଙ୍କ ପ୍ରଡକ୍ସନ୍ ହାଉସ୍ ନିଜେ ଏକ ଭିଡିଓ ରିଲିଜ୍ କରି ଏହା ଘୋଷଣା କରିଛି। ଏହି ଭିଡିଓରେ, ଥଲାପାତିଙ୍କ ଚଳଚ୍ଚିତ୍ର ଯାତ୍ରାର ଝଲକ ଦେଖାଯାଇଛି।
ଯାହା ଦେଖିବା ପରେ ଫ୍ୟାନମାନେ କାନ୍ଦି ପକାଇଛନ୍ତି। କିଛି ଲୋକ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ଯେ ଯେତେବେଳେ ଥଲାପତିଙ୍କ ପ୍ରତ୍ୟେକ ଚଳଚ୍ଚିତ୍ର ସୁପରହିଟ୍ ଏବଂ ବ୍ଲକବଷ୍ଟର ବୋଲି ପ୍ରମାଣିତ ହେଉଛି, ତେବେ ସେ ହଠାତ୍ କାହିଁକି ଏହି ନିଷ୍ପତ୍ତି ନେଲେ?
ନିକଟରେ ଥଲାପତି ବିଜୟ ତାଙ୍କର ଶେଷ ଚଳଚ୍ଚିତ୍ର ଥଲାପତି ୬୯ ଘୋଷଣା କରିଛନ୍ତି। ଏହି ଚଳଚ୍ଚିତ୍ର ରିଲିଜ ହେବା ପରେ ସୁପରଷ୍ଟାର ଇଣ୍ଡଷ୍ଟ୍ରିରୁ ଅବସର ନେବାକୁ ନିଷ୍ପତ୍ତି ନେଇଛନ୍ତି।
ଚଳଚ୍ଚିତ୍ର GOAT ଗତ ସପ୍ତାହରେ ଥିଏଟରରେ ରିଲିଜ ହୋଇଥିଲା। ରିଲିଜ ହେବା ପରଠାରୁ ଏହି ଫିଲ୍ମଟି ବକ୍ସ ଅଫିସରେ ଧମାଲ ସୃଷ୍ଟି କରୁଛି । ଏହି ଫିଲ୍ମ ଏପର୍ଯ୍ୟନ୍ତ ୧୭୭ କୋଟିରୁ ଅଧିକ କଲେକ୍ସନ କରିଛି। ଥଲାପତି ବିଜୟଙ୍କ ଶେଷ ଫିଲ୍ମ 'ଥଲାପତି ୬୯' ଘୋଷଣା କରି ପ୍ରଡକ୍ସନ୍ ହାଉସ୍ କେଭିଏନ୍ ଦ୍ୱାରା ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରାଯାଇଛି।
📱 Get Argus News App
✨ଏହି ପୋଷ୍ଟରରେ କ୍ୟାପସନରେ ସେୟାର କରାଯାଇଥିଲା, 'ଥଲାପତି ବିଜୟ ସାରଙ୍କ ପାଇଁ ପ୍ରେମ, ଆମେ ସମସ୍ତେ ଆପଣଙ୍କ ଚଳଚ୍ଚିତ୍ର ଦେଖିବାକି ବଡ ହୋଇଛୁ। ପ୍ରତ୍ୟେକ ପଥରେ ତୁମେ ଆମ ଜୀବନର ଏକ ଅଂଶ ହୋଇଛି । ଆମକୁ ୩୦ ବର୍ଷ ପାଇଁ ମନୋରଞ୍ଜନ କରିଥିବାରୁ ବହୁତ ଧନ୍ୟବାଦ । ପ୍ରଡକ୍ସନ୍ ହାଉସରୁ ଥଲାପତି ବିଜୟଙ୍କ ଚଳଚ୍ଚିତ୍ର ଯାତ୍ରାର ଏହି ୫ ମିନିଟର ଭିଡିଓରେ ଅଭିନେତାଙ୍କର ଆରମ୍ଭରୁ ପୁରା ଯାତ୍ରା ବିଷୟରେ ଝଲକ ଦେଖାଯାଇଛି । ଭିଡିଓ ଦେଖିବା ପରେ ଫ୍ୟାନମାନେ ଇମୋସନାଲ ହୋଇଯାଇଛନ୍ତି ଏବଂ ଭିଡିଓର କମେଣ୍ଟ ବକ୍ସରେ 'ମିସିଂ ୟୁ' କମେଣ୍ଟ ଦେଇ ଥଲାପତି ଦେଇ ନିଜର ପ୍ରେମ ଦେଖାଉଛନ୍ତି।
ହେଲେ ବିଜୟ କାହିଁକି ଏମିତି ନିଷ୍ପତ୍ତି ନେଲେ।
ଥଲାପତି ବିଜୟ ଫିଲ୍ମରୁ ଦୂରେଇ ଯାଇ ତାଙ୍କ ରାଜନୈତିକ କ୍ୟାରିୟର ଉପରେ ଧ୍ୟାନ ଦେବାକୁ ଚାହୁଁଛନ୍ତି। ଦେଶରେ ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଏହି ଅଭିନେତା ନିଜର ଏକ ଦଳ ତାମିଜାଗା ଭେଟ୍ରି କାଜଗାମ(TVK) ଗଠନ କରିଥିଲେ। ନିକଟରେ ସେ ପାର୍ଟି ପାଇଁ ଫ୍ଲାଗ ମଧ୍ୟ ଲଞ୍ଚ କରିଥିଲେ। ପାର୍ଟି କାର୍ଯ୍ୟାଳୟରେ ପତାକା ଉତ୍ତୋଳନ କରୁଥିବାବେଳେ ବିଜୟ ସରକାରୀ ଦଳର ସଂଗୀତ ମଧ୍ୟ ପ୍ରକାଶ କରିଥିଲେ। ତାଙ୍କ ଦଳ ୨୦୨୬ରେ ବିଧାନସଭା ନିର୍ବାଚନରେ ଭାଗ ନେବେ। ବିଜୟ କହିଛନ୍ତି ଖୁବଶୀଘ୍ର ତାମିଲନାଡ଼ୁରେ ରିଭୋଲ୍ୟୁସନ ହେବ। ଥଲାପତି ବିଧାନସଭା ନିର୍ବାଚନ ଲଢ଼ିବେ ବୋଲି ଏକପ୍ରକାର ସ୍ପଷ୍ଟ ହୋଇଛି। ତେବେ ବିଜୟ ନିର୍ବାଚନ ଜିତିବେ ବୋଲି ଫ୍ୟାନମାନେ ବେଶ ଆଶାବାଦୀ ଅଛନ୍ତି।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର