Vivek / ଧନୀ ଅଭିନେତା ତାଲିକାରେ ବିବେକଙ୍କ ନାଁ , ବାର୍ଷିକ ଆୟ ୧୨୦୦ କୋଟି

Key Points
- ବଲିଉଡର ନାମୀ ଆକ୍ଟରଙ୍କ ଦୌଡରେ ନାହାନ୍ତି ବିବେକ
- କିନ୍ତୁ ବର୍ଷକୁ ତାଙ୍କର ଆୟ ୧୨୦୦ କୋଟିରୁ ଅଧିକ
- ବଲିଉଢର ଧନୀ ଆକ୍ଟର ତାଲିକାରେ ବିବେକଙ୍କ ନାଁ
- ଦାମୀ କାର ରୋଲ୍ସ ରଏସ୍ କିଣି ଚର୍ଚ୍ଚାରେ ବିବେକ ଓବରଏ
- ଜାଣନ୍ତୁ କେମିତି ଇନକମ୍ କରନ୍ତି ବିବେକ
ଅର୍ଗସ ବ୍ୟୁରୋ: ୧୨୦୦ କୋଟି ମୂଲ୍ୟର ରୋଲ୍ସ ରଏସ କିଣିବା ଜଣେ ବ୍ଲକବଷ୍ଟର ହିରୋ ପାଇଁ ମାମୁଲି କଥା । କିନ୍ତୁ ଅନେକ ବର୍ଷ ଧରି ଫିଲ୍ମ ଦୂନିଆରୁ ଦୂରେଇ ରହିଥିବା ଏବଂ ଅନେକ ଫ୍ଲପ ଫିଲ୍ମରେ ଅଭିନୟ କରିଥିବା ଅଭିନେତାଙ୍କ ପାଇଁ ଏହି କାର କିଣିବା ନିହାତି କଷ୍ଟକର କଥା । କିନ୍ତୁ ବଲିଉଡ ଅଭିନେତା ବିବେକ ଓବରୟ ୧୨୦୦ କୋଟି ମୂଲ୍ୟର ରୋଲ୍ସ ରଏସ କାର କିଣି ଏବେ ବେଶ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ଖାଲି ସେତିକି ନୁହେଁ ବିବେକଙ୍କ ବାର୍ଷିକ ସମ୍ପତ୍ତି ୧୨୦୦ କୋଟି ଟଙ୍କାରୁ ଅଧିକ । ବଲିଉଡର ଅନେକ ଆଗଧାଡିର ହିରୋ ରଣବୀର କପ୍ପୁର, ଅଲ୍ଲୁ ଅର୍ଜୁନଙ୍କ ଠାରୁ ତାଙ୍କର ଅଧିକ ସମ୍ପତ୍ତି ରହିଛି । ଭାରତର ଧନୀ ଅଭିନେତାଙ୍କ ତାଲିକାରେ ସେ ସ୍ଥାନ ପାଇଛନ୍ତି ।
ହେଲେ ଆପଣ ଜାଣିଛନ୍ତି, ବିବେକ ଫିଲ୍ମରେ ଅଭିନୟ କେବଳ ନିଜର ପ୍ୟାଶନ ପାଇ କରିଥାନ୍ତି , କିନ୍ତୁ ପ୍ରକୃତରେ ସେ ଜଣେ ଉଦ୍ୟୋଗୀ ଅଟନ୍ତି । ୧୨ ବର୍ଷ ବୟସରୁ ବିବେକ ଟଙ୍କା ରୋଜଗାର କରିବା ଆରମ୍ଭ କରିଥିଲେ । ସେତେବେଳେ ସେ ଅନେକ ଗୁଡିଏ ସୋ'ରେ କାମ କରି ଟଙ୍କା ରୋଜଗାର କରୁଥିଲେ । ପରେ ବଲିଉଡ ଜଗତରେ ତାଙ୍କର ଏଣ୍ଟ୍ରି ହୋଇଥିଲା ୨୦୦୨ ରେ । କମ୍ପାନୀ ଫିଲ୍ମରେ ସେ ବଲିଉଡରେ ଡେବ୍ୟୁ କରିଥିଲେ । ପରେ ସାଥିଆଁ , ମସ୍ତି, ଓମକାରା ଭଳି ହିଟ୍ ଫିଲ୍ମ ସେ ଭେଟି ଦେଇଥିଲେ । କିନ୍ତୁ ପରେ ବିବାଦ ଯୋଗୁ ସେ ଫିଲ୍ମରେ ନିଜର ସକସେସ୍ କ୍ୟାରିଅର ତିଆରି କରିପାରିନଥିଲେ । ସେତେବେଳେ ଐଶ୍ବର୍ଯ୍ୟାଙ୍କ ସହ ତାଙ୍କର ଆଫାୟାର୍ସ ଚାଲିଥିବା ଶୁଣିବାକୁ ମିଳିଥିଲା । ଯେଉଁ କାରଣରୁ ସେତେବେଳେ ସଲମନଙ୍କ ସହ ତାଙ୍କର ବିବାଦ ସୃଷ୍ଟି ହୋଇଥିଲା । ଏବଂ ଏକ ବିଶେଷ ସୂତ୍ରରୁ ଖବର ଶୁଣିବାକୁ ମିଳିଥିଲା ଯେ , ସେ ସଲମନଙ୍କ ପାଇଁ ହିଁ ବଲିଉଡରେ ନିଜର କ୍ୟାରିଅର ଗଢି ପାରିନଥିଲେ ।
ଏହାପରେ ପରେ ସେ କିଛି ତେଲୁଗୁ, ମାଲାୟଲମ ଫିଲ୍ମରେ ମଧ୍ୟ କାମ କରିଥିଲେ । କିନ୍ତୁ ଫିଲ୍ମ ଜଗତରେ ସେ ସଫଳତା ପାଇନଥିଲେ । କିନ୍ତୁ ବିଜନେସ କରି ସେ ପାଇଥିଲେ ବେଶ ସଫଳତା । ଦେଶର ଧନୀ ଅଭିନେତାଙ୍କ ତାଲିକାରେ ସ୍ଥାନ ପାଇଥିଲେ ବିବେକ । ବିବେକ ନିଜର ବିଜନେସ କ୍ୟାରିଅର ଆରମ୍ଭ କରିଥିଲେ ରିୟଲ ଇଷ୍ଟେଷ୍ଟରେ ନିବେଶରୁ । କର୍ମା ଇନଫ୍ରାଷ୍ଟ୍ରକଚର ନାମକ ଏକ କମ୍ପାନୀ ଆରମ୍ଭ କରିଥିଲେ । ଏହା ବ୍ୟତୀତ ଏକ ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀ ମେଗା ଏଣ୍ଟରଟେନମେଣ୍ଟର ସହ ସଂସ୍ଥାପକ ଭାବେ କାର୍ଯ୍ୟ କରିଥିଲେ । ବିଶେଷ ଭାବେ ୨୩୦୦ କୋଟିର ଆକ୍ବା ଆର୍କ ନାମକ ଏକ ରିୟଲ ଇଷ୍ଟେଷ୍ଟ ପ୍ରୋଜେକ୍ଟ ସହ ମଧ୍ୟ ସେ କାର୍ଯ୍ୟ କରୁଥିଲେ । ଯାହାର କମ୍ପାନୀ ୟୁନାଇଟେଡ ଆରବ ଏମିରେଟସରେ ଅବସ୍ଥିତ । ତା ସହ ସ୍ବର୍ଣ୍ଣିମ ୟୁନିଭରସିଟିର ସହ ସଂସ୍ଥାପକ ଥିଲେ । ଷ୍ଟାର୍ଟଅପ ଦ୍ବାରା ମଧ୍ୟ ସେ ଅନେକ ସଫଳତା ପାଇଥିଲେ ।
📱 Get Argus News App
✨ବିବେକ ନିଜର ସଫଳତା ନିଜ ବିଜନେସରୁ ହିଁ ପାଇଥିଲେ । ଫିଲ୍ମ କେବଳ ନିଜର ପ୍ୟାସନ ପାଇଁ ସେ କରନ୍ତି । ବିଜନେସରେ ନିଜର କଠିନ ପରିଶ୍ରମ ଯୋଗୁଁ ସେ ସଫଳତା ପାଇଥିବା ଏକ ସାକ୍ଷାତକାରରେ ସେ କହିଥିଲେ ।
Related Topics
Explore more stories