Videos
|
Entertainment

ଓ୍ବେବସିରିଜ `1000 babies'ର ଟିଜର ରିଲିଜ: ଦମଦାର ରୋଲରେ ନୀନା ଗୁପ୍ତା

Ritu Das
Browse all articles by Ritu Das
·1 year ago·1 min read
ଓ୍ବେବସିରିଜ `1000 babies'ର ଟିଜର ରିଲିଜ: ଦମଦାର ରୋଲରେ ନୀନା ଗୁପ୍ତା

ଅର୍ଗସ ବ୍ୟୁରୋ: ଡିଜନୀ ପ୍ଲସ ହଟଷ୍ଟାର ତାର ନୂଆ ଓ୍ବେବସିରିଜ 1000 babiesର ଟିଜର ଜାରି କରିଦେଇଛନ୍ତି। ଏହା ହେଉଛି ଏକ ମାଲାୟଲମ ସିରିଜ। ଏହି ଥ୍ରିଲର ସିରିଜରେ ନୀନା ଗୁପ୍ତା ଏକ ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି। '1000 babies'ର ଟିଜର ହେଉଛି ଭୟାନକ। ଏହାର ନିର୍ଦ୍ଦେଶନା ଦେଇଛନ୍ତି ନଜିମ କୋୟା। ଏହାର ନିର୍ମାଣ ଅଗଷ୍ଟ ସିନେମା ଦ୍ବାରା କରାଯାଇଛି। ତେବେ ଏହି ସିରିଜର ଷ୍ଟ୍ରିମିଙ୍ଗ କେବେ ହବ ଏବିଷୟରେ କୌଣସି କନଫର୍ମେଶନ ଦିଆଯାଇ ନାହିଁ। ସିରିଜରେ ଶଙ୍କର ଶର୍ମାଙ୍କ ସଙ୍ଗୀତ ଶୁଣିବାକୁ ମିଳିବ। 

ଏହି ସିରିଜର ଟିଜର ଆରମ୍ଭରେ ଏକ ଶୂନଶାନ ଜଙ୍ଗଲ ଦେଖିବାକୁ ମିଳିବ। ଏହାପରେ ହସ୍ପିଟାଲରେ କିଛି ଗର୍ଭବତୀ ମହିଳାଙ୍କୁ ଆପଣ ଦେଖିପାରିବେ। ହସ୍ପିଟାଲରେ କାମ କରୁଥିବା ନର୍ସଙ୍କୁ ଦେଖିକି ଆପଣଙ୍କୁ ଲାଗିବ ଯେ, ହସ୍ପିଟାଲରେ ନିଶ୍ଚିତ କିଛି ଗଡ଼ବଡ ଅଛି। ଠିକ ସେହି ସମୟରେ ଜଙ୍ଗଲରେ ଆପଣ ନୀନା ଗୁପ୍ତାଙ୍କୁ ଦେଖିପାରିବେ। ଯିଏ କହୁଥିବେ ମୋ ଛୁଆଙ୍କ ସ୍ବର ମୋ କାନରେ ପ୍ରତି ମୂହୁର୍ତ୍ତରେ ବାଜୁଛି। ବହୁତ ଛୁଆଙ୍କ କାନ୍ଦଣା ଏକା ସାଙ୍ଗରେ ମୋ କାନରେ ବାଜୁଛି। ଏହାପରେ ଅନ୍ୟ କଳାକାରଙ୍କ ଏଣ୍ଟ୍ରି ହେଉଛି। 

ନୀନା ଗୁପ୍ତାଙ୍କ ଛଡ଼ା ଏହି ଓ୍ବେବସିରିଜରେ ସଞ୍ଜୁ ଶିବରାମ, ସିରାଜୁଦ୍ଦିନ ନଜର, ଅଶ୍ବିନ କୁମାର, ରହମାନ, ରାଧିକା ରାଧାକୃଷ୍ଣନ, ରାଜୁ ଶ୍ରୀଧର, ଜୟ ମାଥ୍ୟୁ, ଇରଶାଦ ଅଲ୍ଲି, ଶ୍ରୀକାନ୍ତ ମୁରଲୀ, ଆଦିଲ ଇବ୍ରାହିମ, ଶ୍ରୀକାନ୍ତ ବାଲଚନ୍ଦ୍ରନ ପ୍ରମୁଖ ଅଛନ୍ତି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର 
 

Webseries `1000 Babies' | Argus News