Videos
|
Entertainment

ବିଶ୍ୱ ସୁନ୍ଦରୀଙ୍କୁ ଫ୍ଲଟ କଲେ ହ୍ୟୁଗ ଜୈକମ୍ୟାନ

Banajyotshna Ray
Browse all articles by Banajyotshna Ray
·2 years ago·2 min read
ବିଶ୍ୱ ସୁନ୍ଦରୀଙ୍କୁ ଫ୍ଲଟ କଲେ  ହ୍ୟୁଗ ଜୈକମ୍ୟାନ

ଅର୍ଗସ ବ୍ୟୁରୋ:  ''ବିଶ୍ୱର ସବୁଠାରୁ ସୁନ୍ଦର ମହିଳା ହେଉଛନ୍ତି ଐଶ୍ୱର୍ଯ୍ୟା ରାୟ । ଐଶ୍ୱ ହିଁ ମୋ ସ୍ତ୍ରୀ ହେବେ। ସେ ବହୁତ ବୁଦ୍ଧିମାନ ଏବଂ ସୁନ୍ଦର। '' ନିଜ ସ୍ତ୍ରୀ ଆଗରେ ଐଶ୍ୱଙ୍କୁ ଏଭଳି କହିଲେ ହଲିଉଡ ସୁପରଷ୍ଟାର ହ୍ୟୁଗ ଜୈକମ୍ୟାନ ।

ଚର୍ଚ୍ଚା, ଚର୍ଚ୍ଚା, ପୁଣି ଚର୍ଚ୍ଚା। ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ପୁଣି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ତାହା ପୁଣି ଜଣେ ହଲିଉଡ ସୁପରଷ୍ଟାରଙ୍କୁ ନେଇ । ବିଶ୍ୱସୁନ୍ଦରୀଙ୍କ ପିଛା ଛାଡୁନି କଣ୍ଟ୍ରୋଭର୍ସି। କେତେବେଳେ ଅଭିଶେକ ବଚ୍ଚନଙ୍କ ସହ ଡିଭୋର୍ସକୁ ନେଇ ତ କେତେବେଳେ ଆଉ କାହାକୁ ବିବାହ କରିଥାନ୍ତେ। ଏଭଳି ପରିସ୍ଥିରେ ପୁଣି ଏକ ବିବାହକୁ ନେଇ ଚର୍ଚ୍ଚାର କେନ୍ଦ୍ରବିନ୍ତୁ ପାଲଟିଛନ୍ତି ଅଭିନେତ୍ରୀ। ତେବେ ସଭିଙ୍କ ମନରେ ପ୍ରଶ୍ନ କି ଅଭିଶେକଙ୍କ ସହ ଡିଭୋର୍ସ ପରେ ଐଶ୍ୱର୍ଯ୍ୟା କଣ   ହ୍ୟୁ ଜୈକମ୍ୟାନଙ୍କୁ ବିବାହ କରିବେ। ଏସବୁ ଭିତରେ ସବୁ ସତ ସାମ୍ନାକୁ ଆସିଛି। ପ୍ରକୃତଘଟଣା କ୍ରମ କିଛି ଏପରି ରହିଛି।୨୦୧୧ ମସିହାରେ ହଲିଉଡ ସୁପରଷ୍ଟାର ହ୍ୟୁ ଜୈକମ୍ୟାନ ଭାରତ ଯାତ୍ରାରେ ଆସିଥିଲେ । ସେହିସମୟରେ ବିଶ୍ୱସୁନ୍ଦରୀ ଐଶ୍ୱର୍ଯ୍ୟା ରାୟ ତାଙ୍କୁ ଗୋଟିଏ ସୁନ୍ଦର ଉପହାର ମଧ୍ୟ ପ୍ରଦାନ କରିଥିଲେ । ହ୍ୟୁଙ୍କ ପୂର୍ବତନ ପତ୍ନୀ ଡୋବାରା- ଲି- ଫର୍ନିସ ମଧ୍ୟ ଏହି ସମୟରେ ଉପସ୍ଥିତ ରହିଥିଲେ । ଏ କେବଳ ଐଶ୍ୱର୍ଯ୍ୟା ରାୟଙ୍କ ପ୍ରଶଂସକ ନୁହେଁ ବରଂ ଅନ୍ତର୍ଜାତୀୟ ତାରକାମାନେ ବି ଏହି କଥାରେ ସହମତ ହୋଇଥାଆନ୍ତି ଯେ, ଐଶ ହେଉଛନ୍ତି ବିସ୍ୱର ସବୁଠୁ ସୁନ୍ଦର ମହିଳା ।

ଜୈକମ୍ୟାନ ୨୦୧୧ ମସିହାରେ FCCI ଫ୍ରେମ ଟିମ ଦ୍ୱାରା ସମ୍ମାନିତ କରାଯାଇଥିଲା । ପ୍ରସିଦ୍ଧ ନିର୍ଦ୍ଦେଶକ ୟଶ ଚୋପଡା ଓ ଐଶ୍ୱର୍ଯ୍ୟା ରାୟ ତାଙ୍କୁ ଗଣେଶ ମୂର୍ତ୍ତି ଦେଇଥିଲେ ଉପହାର ଭାବରେ । ଉପହାର ସ୍ୱୀକାର କରିବା ସମୟରେ ଜୈକମ୍ୟାନ ଐଶଙ୍କୁ ଧନାବାଦ ଜଣାଇ କହିଥିଲେ ଯେ, ବିଶ୍ୱର ସବୁଠୁ ସୁନ୍ଦରୀ ମହିଳା ହେଉଛନ୍ତି ଐଶ । ସେ ତାଙ୍କର ପରିଚୟ କରାଇବେ । ଐଶ ହିଁ ତାଙ୍କ ସ୍ତ୍ରୀ ହେବେ । ଜୈକମ୍ୟାନ ଏଭଳି ଏଥିପାଇଁ କହିଥିଲେ ଯେ, ଐଶ ବହୁତ ବୁଦ୍ଧିମାନ ଓ ସାମ୍ନାରେ ତାଙ୍କ ନିଜ ସ୍ତ୍ରୀ ମଧ୍ୟ ବସିଛନ୍ତି ବୋଲି ସେ ଜଣାଇଥିଲେ । ଏହାବାଦ ତାଙ୍କୁ ନିମନ୍ତ୍ରଣ କରାଯାଇଥିବାରୁ ସେ ଐଶଙ୍କୁ ଧନ୍ୟବାଦ ଅର୍ପଣ ମଧ୍ୟ କରିଥିଲେ । ଯାହାକୁ ନେଇ ଏବେ ଏହି ଘଟଣା ଲୋକଲୋଚନକୁ ଆସିଛି। କିନ୍ତୁ ଏହା କେବଳ ଜୈକମ୍ୟାନଙ୍କ  ଏକ ଫ୍ଲଟ ଥିଲା। ମନୋରଞ୍ଜନ ପାଇଁ ସେ ଏଭଳି କରିଥିଲେ। ଯାହା ଭାଇରାଲ ହେଉଛି।ଅନ୍ୟପଟେ  ବଡ଼ ପରିବାରର ବଡ଼ ଗୁମର: ପଦାରେ ପଡ଼ିଲା Big-Bଙ୍କ ପରିବାର କଳି ! କୁହାଯାଉଛି କି ଐଶ୍ୱ ର୍ଯ୍ୟା ଏବଂ ଅଭିଷେକଙ୍କ ମଧ୍ୟରେ କିଛି ଠିକଠାକ ଚାଲିନାହିଁ। ଦୁହେଁ ଖୁବଶ୍ରୀଘ୍ର ଅଲଗା ହେବେ। ତେବେ ଏହା କେତେଦୂର ସତ ତାହା ଆଗାମୀ ଦିନରେ ଜଣାପଡିବ।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର: