Videos
|
Entertainment

ଭାଗ ଭାଗ କରି ସମ୍ପତ୍ତି ବାଣ୍ଟିଲେ ବିଗ୍‌ ବି

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଭାଗ ଭାଗ କରି ସମ୍ପତ୍ତି ବାଣ୍ଟିଲେ ବିଗ୍‌ ବି

ଅର୍ଗସ ବ୍ୟୁରୋ:  ବିଗ୍‌ ବି ... ନାଁ ହିଁ କାଫି ତାଙ୍କ ପରିଚୟ ପାଇଁ। ଅମିତାଭ ବଚ୍ଚନ ହେଉଛି ଶତାବ୍ଦୀର ମେଗାଷ୍ଟାର । ବିଗ୍‌ ବି ୫୦ ବର୍ଷରୁ ଅଧିକ ସମୟ ଧରି ଇଣ୍ଡଷ୍ଟ୍ରିରେ ସକ୍ରିୟ ଅଛନ୍ତି। ଅମିତାଭ ବଚ୍ଚନଙ୍କ ପରିବାର ଇଣ୍ଡଷ୍ଟ୍ରିର ଅନ୍ୟତମ ପ୍ରସିଦ୍ଧ ପରିବାର। ନିକଟରେ ପରିବାର ଏବଂ ଅଭିଷେକଙ୍କ ସହିତ ବୋହୂ ଐଶ୍ୱର୍ଯ୍ୟା ରାୟଙ୍କ ମଧ୍ୟରେ ବିବାଦ ଦେଖାଦେଇଥିବା ବେଳେ ଅଭିନେତ୍ରୀ ଝିଅ ଆରାଧ୍ୟାଙ୍କ ସହ ଶାଶୁ ଘରେ ପହଞ୍ଚିଥିଲେ। ଏହି ଖବର ମଧ୍ୟରେ ଅମିତାଭଙ୍କ ଏକ ପୁରୁଣା ସାକ୍ଷାତକାର ଭାଇରାଲ ହେଉଛି, ଯେଉଁଥିରେ ସେ ତାଙ୍କ ସମ୍ପତ୍ତି ବଣ୍ଟନ ବିଷୟରେ କହିଥିଲେ। ଏହା କେତେଦୂର ସତ ତାହା ଜଣାପଡିନାହିଁ।

କେହି କେହି କହୁଛନ୍ତି ଯେ, ଅଭିଶେକ ଏବଂ ଐଶ୍ୱର୍ଯ୍ୟାଙ୍କ ବିବାହ ବିଚ୍ଛେଦ ହେବାର ଅଛି। କିନ୍ତୁ ଏହା ସତ କି ନାହିଁ ତାହା ମଧ୍ୟ ଜଣାନାହିଁ। ଏପର୍ଯ୍ୟନ୍ତ ଦୁହେଁ ତାଙ୍କ ବିବାହ ବିଚ୍ଛେଦକୁ ନେଇ କୌଣସି ପ୍ରତିକ୍ରିୟା ଦେଇନଥିବାବେଳେ ବିଗ୍‌ ବି ତାଙ୍କ ସମ୍ପତ୍ତି ବାଣ୍ଟିଥିବା ଖବର ଚର୍ଚ୍ଚାର ବିଷୟ ପାଲଟିଛି। ବିଗ୍‌ ବି କହିଥିଲେ ତାଙ୍କ ଦେହାନ୍ତ ପରେ ତାଙ୍କ ସମ୍ପତ୍ତି କିପରି ବଣ୍ଟନ କରାଯିବ। ୨୦୧୧ରେ, ଏକ ସାକ୍ଷାତକାରରେ ତାଙ୍କ ଇଚ୍ଛାକୁ ସମ୍ବୋଧିତ କରିବାବେଳେ, ସେ ନିଜ ପିଲାମାନଙ୍କୁ ସମାନ ଆଭିମୁଖ୍ୟରେ ବଞ୍ଚିବା ବିଷୟରେ କହିଥିଲେ। ସେ ପ୍ରକାଶ କରିଥିଲେ, ଯେ ସେ ତାଙ୍କ ସମ୍ପତ୍ତିକୁ ତାଙ୍କ ସନ୍ତାନ ଶ୍ୱେତା ବଚ୍ଚନ ନନ୍ଦା ଏବଂ ଅଭିଷେକ ବଚ୍ଚନଙ୍କ ମଧ୍ୟରେ ସମାନ ଭାବରେ ବାଣ୍ଟିବେ। ହେଲେ ତାଙ୍କ ବୋହୂ ଐଶ୍ୱର୍ଯ୍ୟାଙ୍କୁ ସମ୍ପତ୍ତିରେ ଭାଗ ଦେବେ କି ନାହିଁ ସେ ବିଷୟରେ କିଛି କହିନାହାନ୍ତି ବିଗ୍‌ ବି।

ଅମିତାଭ କହିଥିଲେ, ମୁଁ ଗୋଟିଏ କଥା ସ୍ଥିର କରିଥିଲି ଯେ ମୁଁ ସେମାନଙ୍କ ମଧ୍ୟରେ ପାର୍ଥକ୍ୟ କରିବି ନାହିଁ। ଯେତେବେଳେ ମୁଁ ମରିଯିବି, ମୋ ପାଖରେ ଯାହା ଅଛି, ମୋ ଝିଅ ଏବଂ ମୋ ପୁଅ ମଧ୍ୟରେ ସମାନ ଭାବରେ ବାଣ୍ଟିଦେବି। କୌଣସି ଭେଦଭାବ କରିବି ନାହିଁ। ଜୟା ଏବଂ ମୁଁ ଏହି ବିଷୟରେ ବହୁ ପୂର୍ବରୁ ନିଷ୍ପତ୍ତି ନେଇଥିଲୁ। ଗତ ବର୍ଷ ଅମିତାଭ ତାଙ୍କ ବଙ୍ଗଳା ‘ଜଲସା’କୁ ଶ୍ୱେତା ବଚ୍ଚନ ନନ୍ଦାଙ୍କୁ ଉପହାର ସ୍ବରୂପ ଦେଇଥିଲେ। ସେତେବେଳେ ଏହାର ମୂଲ୍ୟ ୫୦ କୋଟି ଟଙ୍କା ବୋଲି ଆକଳନ କରାଯାଇଥିଲା। ହେଲେ ବୋହୂ ଐଶ୍ୱର୍ଯ୍ୟାଙ୍କୁ କେତେ ସମ୍ପତ୍ତି ମିଳିବ ସେନେଇ କୌଣସି କିଛି କହିନାହାନ୍ତି ବିଗ୍‌ ବି। ବୋଧେ ଐଶ୍ୱର୍ଯ୍ୟାଙ୍କୁ ବିଗ୍ ବିଙ୍କ ସମ୍ପତ୍ତିରୁ ଟଙ୍କାଟେ ବି ମିଳିବନି।

ଏକ ସମୟ ଥିଲା ଯେତେବେଳେ ଅମିତାଭଙ୍କ ପାଖରେ କୌଣସି କାମ ନଥିଲା ଏବଂ ବ୍ୟବସାୟ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। ଋଣଦାତାମାନେ ଘର ବାହାରେ ତାଙ୍କୁ ଦୁର୍ବ୍ୟବହାର କରୁଥିଲେ, କିନ୍ତୁ ଅମିତାଭ ବଚ୍ଚନ ସାହସ ହରାଇ ନଥିଲେ। । ତା’ପରେ ସେ ନିର୍ଦ୍ଦେଶକ ଏବଂ ନିର୍ମାତାଙ୍କ ସହ ଯୋଗାଯୋଗ କରିବା ଆରମ୍ଭ କଲେ ଏବଂ ପ୍ରତ୍ୟେକ ଛୋଟ ଏବଂ ବଡ ଭୂମିକା ଗ୍ରହଣ କରି ସେ କେବଳ ଋଣ ପରିଶୋଧ କରିନଥିଲେ ବରଂ ବିପୁଳ ଧନ ଏବଂ ଖ୍ୟାତି ଅର୍ଜନ କରିଥିଲେ। ବଚ୍ଚନ ପରିବାର ଆଜି ବି-ଟାଉନର ସବୁଠାରୁ ଧନୀ ପରିବାର ମଧ୍ୟରେ ଗଣନା କରାଯାଉଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:


 

When Amitabh Bachchan spoke about his plans of dividing his property equally between Shweta and Abhishek Bachchan | Argus News