Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଖୁବ ଅହଂକାରୀ ଥିଲେ ଅନୁଷ୍କା

Entertainment

ଖୁବ ଅହଂକାରୀ ଥିଲେ ଅନୁଷ୍କା

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଖୁବ ଅହଂକାରୀ ଥିଲେ ଅନୁଷ୍କା

ଅର୍ଗସ ବ୍ୟୁରୋ:  ଅନୁଷ୍କାଙ୍କ ସବୁ ଅହଂକାର ଭାଙ୍ଗିଦେଲେ ଆଦିତ୍ୟ ଚୋପ୍ରା। ଖୁବ ଅହଂକାରୀ ଥିଲେ ଅନୁଷ୍କା। ବିଶ୍ୱାସ ହେଉନଥିଲେ ବି ଏହା ସତ। ଆପଣ ଭାବୁଥିବେ ଯେ ଅନୁଷ୍କା ତ ବହୁତ ମିକସିଙ୍ଗ ଏବଂ ଫ୍ୟାନ୍ସଙ୍କ ସହ ଭଲ ବ୍ୟବହାର କରନ୍ତି। ହେଲେ ସେ କେମିତି ଅହଂକାରୀ ହେଲେ। ସେ କେଉଁ କଥାକୁ ନେଇ ଏତେ ଅହଂକାରୀ ଥିଲେ ବୋଲି ଫ୍ୟାନ୍ସଙ୍କ ମଧ୍ୟରେ ଚର୍ଚ୍ଚା। ପ୍ରକୃତରେ ଅନୁଷ୍କା ଅତି ଅଳ୍ପ ବୟସରେ ଗ୍ଲାମର ଜଗତରେ ସେ ପାଦ ରଖିଥିଲେ, ସେଥିପାଇଁ ତାଙ୍କ ମନରେ ଏକ ଧାରଣା ସୃଷ୍ଟି ହୋଇଯାଇଥିଲା, ସେ ଅନ୍ୟମାନଙ୍କ ତୁଳନାରେ ଖୁବ ସୁନ୍ଦରୀ। ନିଜ ସୌନ୍ଦର୍ଯ୍ୟ କାରଣରୁ ତାଙ୍କ ମଧ୍ୟରେ ଅହଂ ବୋଧ ସୃଷ୍ଟି ହୋଇଥିଲଏ। ପ୍ରଯୋଜକ ଆଦିତ୍ୟ ଅନୁଷ୍କାଙ୍କ ଏହି ଭୁଲ ସୁଧାରିଥିଲେ ଆଦିତ୍ୟ ଚୋପ୍ରା। ଆଦିତ୍ୟ ଚୋପ୍ରାଙ୍କ ସହିତ ଦେଖା ହେବା ପରେ ପରେ ଅନୁଷ୍କାଙ୍କର ସେହି ଧାରଣା ସମ୍ପୂର୍ଣ୍ଣ ଦୂର ହୋଇଯାଇଥିଲା। ଆଦିତ୍ୟ କାଳେ ଅନୁଷ୍କାଙ୍କ ତ୍ରୁଟି ସଂଶୋଧନ କରିଥିଲେ।

ଆଦିତ୍ୟ କହିଥିଲେ ବଲିଉଡର ସୀମା ବ୍ୟାପକ। କେବଳ ସୌନ୍ଦର୍ଯ୍ୟ ବଲିଉଡରେ ଶେଷ କଥା ନୁହେଁ। ନିଖୁଣ ଅଭିନୟ ସହିତ ମାର୍ଜିତ ବ୍ୟବହାର ମଧ୍ୟ ଜଣକୁ ତାରକା କରିବାରେ ସାହାଯ୍ୟ କରିଥାଏ। ଆଦିତ୍ୟ ମଧ୍ୟ ସ୍ପଷ୍ଟ ଭାବେ ଅନୁଷ୍କାଙ୍କୁ ଜଣାଇଦେଇଥିଲେ ସେ ଆଦୌ ଅନିନ୍ଦ୍ୟ ସୁନ୍ଦରୀ ନୁହନ୍ତି। ତାଙ୍କଠାରୁ ଆହୁରି ଅଧିକ ସୁନ୍ଦରୀ ଓ ପ୍ରତିଭାମୟୀ ଅଭିନେତ୍ରୀ ବଲିଉଡରେ ଅଛନ୍ତି।୨୦୦୮ ମସିହାର ଫିଲ୍ମ 'ରବନେ ବନାଦି ଯୋଡି' ଜରିଆରେ ବଲିଉଡରେ ନାୟିକା ଭାବେ ଦେଖିବାକୁ ମିଳିଥିଲେ ଅନୁଷ୍କା ଶର୍ମା। ସେହି ସମୟରେ ଅନୁଷ୍କାଙ୍କ ବୟସ ମାତ୍ର ୧୭ ବର୍ଷ ଥିଲା। ଖୁବ ଅଳ୍ପ ବୟସରୁ ଅଭିନୟ ଜୀବନ ଆରମ୍ଭ କରିଥିଲେ ଅନୁଷ୍କର। ଏହା ପୂର୍ବରୁ ସେ ମଡେଲିଂ କରୁଥିଲେ। ଯାହାକୁ ନେଇ ଅନୁଷ୍କା ଖୁବ ଅହଂକାରୀ ଥିଲେ। 

ଆଦିତ୍ୟ ଏହା ମଧ୍ୟ କହିଥିଲେ ଯେ, ଯେଉଁମାନେ ସୁନ୍ଦର ଅଥଚ ଅଭିନୟ ଜଣାନାହିଁ, ସେମାନଙ୍କୁ ବଲିଉଡ ଅଳ୍ପ ଦିନରେ ଦୂରେଇ ଦେଇଛି। ଦର୍ଶକମାନେ ମଧ୍ୟ ସେଭଳି ଅଭିନେତ୍ରୀମାନଙ୍କୁ ନିଜର ସ୍ଥାନ ଦେଖାଇ ଦିଅନ୍ତି। ତେଣୁ ବଲିଉଡରେ ନିଜ ପାଇଁ ସ୍ଥାନ ଦଖଲ କରିବାକୁ ହେଲେ ଦର୍ଶକମାନଙ୍କ ମନରେ ନିଜ ପାଇଁ ଜାଗା ତିଆରି କରିବାକୁ ହେବ। ତାହା ସମ୍ଭବ ହୋଇପାରିବ ଅଭିନୟ ବଳରେ , ସେ କ୍ଷେତ୍ରରେ ସୌନ୍ଦର୍ଯ୍ୟ କିଛି ସହାୟକ ହେବ ନାହିଁ। ଅନୁଷ୍କା ଆଜି ବି ଆଦିତ୍ୟ କହିଥିବା ସେହି କଥା ମନେ ରଖିଛନ୍ତି। ଅନୁଷ୍କା କହିଛନ୍ତି ଯେ, ମୁଁ ଏକଥାକୁ ନେଇ ବହୁତ ଭାବିଥିଲି। ପରେ ବୁଝିଥିଲି। ଧିରେ ଧୀରେ ଏହା ବୁଝିବା ପରେ ମୋର ଅହଂକାର ଭାଙ୍ଗିଛି। ବର୍ତ୍ତମାନ ମୋର କୌଣସି ବି ଅହଂକାର ନାହିଁ। ବଲିଉଡରେ ମୋଠାରୁ ବି ବହୁତ ସୁନ୍ଦର ଅଭିନେତ୍ରୀ ଅଛନ୍ତି ବୋଲି କହିଛନ୍ତି ଅନୁଷ୍କା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

Argus Whatsapp Channel Mobile Top
Sponsored
When Anushka Sharma confessed she was arrogant before becoming an actor: ‘Aditya Chopra gave me a reality check’ | Argus News